ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ୨ ନାବାଳକ ନିଖୋଜ ଘଟଣା : ୭୦ ଘଣ୍ଟା ପରେ ଜଣଙ୍କ ମୃତଦେହ ଉଦ୍ଧାର

Published By : Prameya | February 4, 2025 6:21 PM

ଲମିତାପୁଟ,୪।୨ : ଜଳଲାପୁଟ ଜଳ ଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣାର ୭୦ ଘଣ୍ଟା ପରେ ନାବାଳକ ଅମିତ ହନ୍ତାଳ ମୃତଦେହ ଉଦ୍ଧାର ହୋଇଛି l ଆଉ ଜଣେ ନିଖୋଜ ନାବାଳକଙ୍କ କୌଣସି ପତ୍ତା ମିଳି ପାରି ନାହିଁ।  କୋରାପୁଟ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ମିଳିତ ଭାବେ  ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l  

ସୂଚନାଯୋଗ୍ୟ ଯେ, ଶନିବାର ସନ୍ଧ୍ୟା ସମୟରେ ଜଲାପୁଟ ଗ୍ରାମ ର ତିନି ଜଣ ନାବାଳକ ମୋବାଇଲରେ ରିଲ ବନାଇବା ପାଇଁ ଜଳଭଣ୍ଡାର କୂଳରେ ଥିବା ଦେଶୀ ଡ଼ଙ୍ଗା ନେଇ ମଝି ନଇଁକୁ ଚାଲିଯାଇଥିଲେ l ସେଠାରେ  କୌଣସି କାରଣ ବଶତଃ ଡ଼ଙ୍ଗାଟି ବୁଡି ଯାଇଥିଲା l ଜଣେ ନାବାଳକ ପହଁରି ଆସି ଯାଇଥିଲେ,  କିନ୍ତୁ ଅନ୍ୟ ଦୁଇ ନାବାଳକ ନିଖୋଜ ହୋଇଯାଇଥିଲେ l 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.