ଜୟପୁର, ୦୨/୦୨: ୧୪ ଘଣ୍ଟା ବିତିଗଲାଣି ଜଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଦୁଇ ସ୍କୁଲ ଛାତ୍ର ନିଖୋଜ ଘଟଣା। ନନ୍ଦପୁର ପୋଲିସ, ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କିପରି କରାଯିବ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସକାଳୁ ଜଳଭଣ୍ଡାରରେ ଅଗ୍ନିଶମ, ଓଡ୍ରାଫ୍ ଟିମ୍ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିବା ସୂଚନା ମିିଳିଛି।
ସୂଚନା ଅନୁଯାଇ, ଶନିବାର ଜଲାପୁଟ ଜଳଭଣ୍ଡାରରେ ଦେଶୀ ଡଙ୍ଗାରେ ସେଲ୍ଫି ନେବା ବେଳେ ଘଟିଥିଲା ଅଘଟଣ । ଡଙ୍ଗାବୁଡ଼ି ଯିବାରୁ ଦୁଇ ସ୍କୁଲ ଛାତ୍ର ନିଖୋଜ ହୋଇଯାଇଥିଲା ସେମାନେ ହେଲେ ଜଲାପୁଟର ଶିବ ହନ୍ତାଳ ଓ ଅମିତ ହନ୍ତାଳ । ଅନ୍ୟଜଣେ ଛାତ୍ର ଗୌତମ ଖେମୁଣ୍ଡୁ ପହଁରା ଜାଣିଥିବାରୁ ବର୍ତ୍ତିଯାଇଛନ୍ତି। ସମସ୍ତେ ନବମ ଶ୍ରେଣୀ ଛାତ୍ର । ପରିବାର ସହ ଗ୍ରାମବାସୀ ଖୋଜାଖୋଜି କରିଥିଲେ। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ଥିଲା । ରବିବାର ସକାଳୁ ଓଡ୍ରାଫ ଟିମ୍ ଦ୍ୱାରା ଉଦ୍ଧାର କାମ ଆରମ୍ଭ ହୋଇଥିବା ଜଣପାଡିଛି।