ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି

Published By : Harapriya Sethi | February 5, 2025 8:14 AM

ଭୁବନେଶ୍ୱର, ୦୫/୦୨: ପାର୍ଶଲ୍ ଆର୍ଡରେ ପଛକୁ ଆସୁଥିବା ବେଳେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌ । ମାଲଗୋଦାମ ବସ୍ତିର ପାର୍କିଂରେ ଲାଇନଚ୍ୟୁତ ହୋଇ ରୋଡ୍‌ ଉପରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍‌ର ୩ ଟି ବଗି । ଦୁର୍ଘଟଣା ପରେ ମାଲଗୋଦାମ ଫାଟକରୁ ବାସନ୍ତୀ କଲୋନୀ ଯାଏଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ମାଲଗୋଦାମ ବସ୍ତିର ପାର୍କିଂରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ରାଉରକେଲା ମାଲଗୋଦାମ ବସ୍ତିର ପାର୍କିଂରେ ପାର୍ଶଲ୍ ଆର୍ଡରେ ପଛକୁ ଆସୁଥିଲା ମାଲବାହୀ ଟ୍ରେନ୍‌ । ଏହି ସମୟରେ ହଠାତ୍‌ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିଲା । ଫଳରେ ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନ୍‌ଚ୍ୟୁତ ହୋଇ ରୋଡ ଉପରକୁ ମାଡ଼ି ଯାଇଥିଲା । ଏହି ଦୁର୍ଘଟଣା ପରେ ମାଲଗୋଦାମ ଫାଟକରୁ ବାସନ୍ତୀ କଲୋନୀ ଯାଏଁ ଯାତାୟତ ବାଧାପ୍ରାପ୍ତ ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.