ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

Published By : Harapriya Sethi | February 5, 2025 7:41 AM

ଭୁବନେଶ୍ବର, ୦୫/୦୨: ମାଲକାନଗିରି ଜିଲ୍ଲା ଜଳ ସମ୍ପଦ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳ ସମ୍ପଦ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍‌ । ମାଲକାନଗିରି, ଜୟପୁର ଏବଂ ଭୁବନେଶ୍ୱରର ମୋଟ ୭ ଟି ସ୍ଥାନରେ ବୁଧବାର ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ । 

ସୂଚନା ମୁତାବକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ଜଳ ସମ୍ପଦ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ ହେଉଛି । ଏନେଇ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ଓଡିଶା ଭିଜିଲାନ୍ସ ଦ୍ୱାରା ଚଡାଉ କରାଯାଉଛି । ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି, ୧୦ ଜଣ ଇନିସ୍ପେକ୍ଟର, ୬ ଜଣ ଏଏସ୍‌ଆଇଙ୍କ ସମେତ ସହାୟକ କର୍ମିଚାରୀ ସାମିଲ ହୋଇଛନ୍ତି । ମାଲକାନଗିରି, ଜୟପୁର ଏବଂ ଭୁବନେଶ୍ୱରର ମୋଟ ୭ ଟି ସ୍ଥାନରେ ରେଡ୍ ଜାରି ରଖିଛି ଭିଜିଲାନ୍ସ ଟିମ୍‌ । 

ଜୟପୁରରେ ଥିବା ତିନି ମହଲା ବିଶିଷ୍ଟ କୋଠା, ମାଲକାନଗିରି ସ୍ଥିତ ଆସିଷ୍ଟାଣ୍ଟ ଏଗ୍ରିକଲଚର୍‌ ଇଞ୍ଜିନିୟର୍‌ ମୋହନ ମଣ୍ଡଳଙ୍କ ଘର, ମାଲକାନଗିରି ସ୍ଥିତ ପିଡି ୱାଟର୍‌ ସେଡ୍‌ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର୍‌ ବିଶ୍ୱଜିତ ମଣ୍ଡଳଙ୍କ ଘର, ପିଡି ୱାଟର୍‌ ସେଡ୍‌ କାର୍ଯ୍ୟାଳୟର ଅମିୟକାନ୍ତ ସାହୁଙ୍କ ଘର, ମାଲକାନାଗିରି ସ୍ଥିତ ଶାନ୍ତନୁ ମହାପାତ୍ରଙ୍କ ଅଫିସ୍‌ ଚାମ୍ୱର ସହ କଟକ ନୂଆପଡ଼ା ସ୍ଥିତ ପୈତୃକ ଘର, ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢାଉ କରାଯାଉଛି । ଏହି ଚଢାଉ ବେଳେ ମାଲକାନାଗିରି ସ୍ଥିତ ଘରୁ ଦେଢ କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍‌ । 

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.