ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ

Published By : Harapriya Sethi | February 5, 2025 10:53 AM

ଭୁବନେଶ୍ୱର,୦୫/୦୨: ମର୍ଣ୍ଣିଙ୍ଗ୍‌ ୱାକ୍‌ରେ ଯାଇଥିଲେ। ହେଲେ ବାଟରେ ଜଗି ବସିଥିଲା ମୃତ୍ୟୁ। ଘର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଏକ ପିକଅପ୍ ଗାଡି ଧକ୍କାରେ ଚାଲିଗଲା ଜୀବନ । ମୃତକ କପ୍ତିପଦା ଅଞ୍ଚଳର କୃପାସିନ୍ଧୁ ସେଠି ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଝିଙ୍କପଦା ଗ୍ରାମ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ବିସ୍ଫୋରଣ ହେଲା ଗ୍ୟାସ୍‌ ସିଲିଣ୍ଡର୍‌, ୫ ଦାଦନ ଶ୍ରମିକ ଗୁରୁତର

ସୂଚନା ମୁତାବକ, କପ୍ତିପଦା ଅଞ୍ଚଳର କୃପାସିନ୍ଧୁ ସେଠି ବୁଧବାର ସକାଳେ ଉଦଳା-ବାଲେଶ୍ୱର ରାଜ୍ୟ ରାଜପଥରେ ମର୍ଣ୍ଣିଙ୍ଗ୍‌ ୱାକ୍‌ କରୁଥିଲେ । ଝିଙ୍କପଦା ଛକ ନିକଟରେ କଟକରୁ ମାଲ୍‌ ନେଇ ଆସୁଥିବା ଏକ ପିକଅପ୍‌ ପଛ ପାଖରୁ ଦୃତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ପଡି କୃପାସିନ୍ଧୁଙ୍କ ଜୀବନ ଚାଲିଯାଇଥିଲା। ତେବେ ଉକ୍ତ ଗାଡ଼ିରେ ମାଲ୍‌ ନେଇ ଆସୁଥିବା ମାଲିକ ଅମରେନ୍ଦ୍ର ସାମଲ ଶବ୍ଦ ଶୁଣି ଗାଡି ଅଟକାଇ ତଳକୁ ଓହ୍ଲାଇଥିବା ବେଳେ ଡ୍ରାଇଭର ଗାଡି ନେଇ ଫେରାର ହୋଇଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କପ୍ତିପଦା ପୋଲିସ ପହଞ୍ଚିଛି । କପ୍ତିପଦା ପୋଲିସ ପହଞ୍ଚି ଅମରେନ୍ଦ୍ର ସାମଲଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ଅମରେନ୍ଦ୍ର ଉକ୍ତ ଗାଡ଼ିଟିକୁ ଭଡାରେ ଆଣିଥିବା ବେଳେ ବେପରୁଆ ଗାଡି ଚାଳନା ପାଇଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । କପ୍ତିପଦା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଉଦଳା ଡାକ୍ତରଖାନା ପଠାଇଛି । ଏହା ସହ ଫେରାର ଥିବା ଗାଡ଼ି ସହ ଡ୍ରାଇଭରକୁ ଖୋଜୁଛି ପୋଲିସ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.