ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

Published By : Anindita | February 5, 2025 9:59 AM

ଭୁବନେଶ୍ବର,୦୫/୦୨:  କିଛି ଦିନ ହେବ ଘରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ।  ଟ୍ରେନରୁ ଓହ୍ଲାଇଥିବା ନେଇ ସିସିଟିଭିରେ ତାଙ୍କୁ କଏଦ କରାଯାଇଥିଲା। ହେଲ ବର୍ତ୍ତମାନ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରୁ  ଯୁବକୃଙ୍କ ମୃତଦେହ ଠାବ ହୋଇଛି । ତେବେ ମୃତ ଯୁବକ ଜଣତ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ଅନିଲ ସାମଲ ବୋଲି ଜଣାପଡ଼ିଛି। 

ସୂଚନା ଅନୁଯାୟୀ, ସୁନିଲ କିଛି ଦିନ ହେବ ଘରୁ ଫେରାର ଥିଲେ । ତାଙ୍କର ମାନସିକ ବିକୃତି ଥିବା ନେଇ ସୂଚନା ମିଳିଛି । ତେବେ ନିଖୋଜ ପରେ ତାଙ୍କ ମାଆ ବିଭିନ୍ନ ଅଞ୍ଚଳ ବୁଲି ଥାନାରେ ଏତଲା ଦେଇଥିଲେ । ଗତକାଲି ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନରେ ଟ୍ରେନ ରୁ ଓହ୍ଲାଇଥିବା ନେଇ ସିସିଟିଭିରୁ ଜଣା ପଡ଼ିଥିଲା । ତାଙ୍କ ମାଆ ଭଦ୍ରକ ଟାଉନ୍ ଥାନାରେ ପହଞ୍ଚି ପୋଲିକୁ ସୂଚନା ଦେଇଥିଲେ । କିନ୍ତୁ ଆଜି ଚରମ୍ପା ବରାଳ ପୋଖରୀ ନିକଟରୁ ଏକ ଝୁଲନ୍ତା ମୃତଦେହ ଠାବ ହୋଇଥିଲା। ଘଟଣାର ତଦନ୍ତ ପରେ ମୃତଦେହଟି ନିଖୋଜ ଅନିଲଙ୍କର ବୋଲି ଜଣାପଡିଛି । ତେବେ ସମ୍ପର୍କୀୟଙ୍କ ଆସିବା ପରେ ସଠିକ୍ ତଥ୍ୟ ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.