ଦାରିଙ୍ଗବାଡ଼ି,୪/୧ : ଦାରିଙ୍ଗବାଡ଼ି ତହସିଲରେ ମିଳୁଛି ଇଛା ମୁତାବକ ସାର୍ଟିଫିକେଟ । ଜଣେ ସାଧାରଣ ବର୍ଗ ଲୋକ ବି ବାହାର କରୁଛି ପଛୁଆ ବର୍ଗ ସାର୍ଟିଫିକେଟ । ତାକୁ ନେଇ ତେଜିଛି ଆସନ୍ତୋଷ । ଏଭଳି କିଛି ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ତହସିଲ ସିମନବାଡ଼ି ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟରେ। ଏହି ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କିରିକୁଟି ଗ୍ରାମର ଜଣେ ବ୍ୟକ୍ତି କ୍ଷେତ୍ରୀୟ ହୋଇଥିବାବେଳେ ସେ ସାଧାରଣ ବର୍ଗର ଅଟନ୍ତି । ହେଲେ ତାଙ୍କ ପୁଅଙ୍କୁ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ (ଏସସିବିସି) ୩ ମାସ ପୂର୍ବେ ସାର୍ଟିଫିକେଟ(ଇ- ଏସଇବି/୨୦୨୪/୪୮୧୦୯୭) ପ୍ରଦାନ କରାଯାଇଛି । ଫଳରେ ସାର୍ଟିଫିକେଟ ବାବଦକୁ ତଦନ୍ତ କରିଥିବା ଅଧିକାରୀ ଆବେଦନକାରୀ କେଉଁ ବର୍ଗର କିଭଳି ଜାଣିପାରିଲେ ନାହିଁ ନା ଜାଣି ଶୁଣି ଏଭଳି ଚଞ୍ଚକତା କରିଛନ୍ତି ତାକୁ ନେଇ ତଦନ୍ତର ଆବଶ୍ୟକତା ରହିଥିବାବେଳେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟଶୈଳୀକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସୀମନବାଡ଼ି ରାଜସ୍ବ ନୀରିକ୍ଷକ ବଣିଆ ପାତ୍ରଙ୍କୁ ପଚାରିବାରୁ ସେ କହିଲେ ଭୁଲ୍ ବଶତଃ ଅନୁମୋଦନ ହୋଇଥିବ ତାକୁ ରଦ୍ଦ କରାଯିବ
ଖାଲି ଏହି ଗୋଟିଏ ଘଟଣା ନୁହଁ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଅନେକ ଲୋକ ଚଞ୍ଚକତା କରି ଜାତିଗତ ପ୍ରମାଣ ପତ୍ର ହାତେଇଥିବା ନଜିର ରହିଛି । ଆଉ ଏହି ସବୁ ରାଜସ୍ବ ନିରୀକ୍ଷକଙ୍କ ଜାଣତରେ ହେଉଥିବା ସାଧାରଣରେ ଆଲୋଚନା ହେଉଛି । ଏଣୁ ଏଭଳି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।