ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଆନ୍ଧ୍ରରେ ଦୁର୍ଘଟଣାରେ ମୃତ ଦାଦନଙ୍କ ଘରେ ପହଞ୍ଚିଲା ପ୍ରଶାସନ

Published By : Prameya | February 4, 2025 7:52 PM

ଚନ୍ଦାହାଣ୍ଡି,୪/୨ :  ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଚନ୍ଦାହାଣ୍ଡି ଥାନା ଅଧିନ ଖଇରଭାଡ଼ି ଗ୍ରାମର ଦାଦନ ଶ୍ରମିକ ରୋହିତ ଗୌଡ଼ଙ୍କ ସ୍ତ୍ରୀ ଖିରମଣିଙ୍କୁ ୭ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କଲେ ଚନ୍ଦାହାଣ୍ଡି ତହସିଲଦାର ସହଦେଵ କୂତୃକା l ଏହାସହ ମୃତକ ପରିବାରର ସମସ୍ୟା ନେଇ ପଚାରି ବୁଝିଥିଲେ l ମୃତକ ଦାଦନ ଶ୍ରମିକ ରୋହିତ ଗୌଡ଼ଙ୍କୁ ବର୍ତ୍ତମାନ ସୁଧା ପ୍ରଶାସନ ଜବକାର୍ଡ ପ୍ରଦାନ କରି ନ ଥିବା ସହ ଆନ୍ଧ୍ରରୁ ଶବ ଆଣିବା ପାଇଁ   ପ୍ରଶାସନ କୌଣସି ସହାୟତା କରି ନ ଥିବାରୁ ବ୍ୟକ୍ତିଗତ ୨୦ହଜାର ଏବଂ ଗାଡ଼ି ମାଲିକ ୨୫୦୦୦ଟଙ୍କା ଦେବାରୁ ଶବ ଆସିଥିବା ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ୍ଟ ପ୍ରକାଶ କରିଥିଲେ l 

ଦାଦନ ମୃତ୍ୟୁ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ଶ୍ରମ ଅଧିକାରୀଙ୍କ ଦେଖା ଦର୍ଶନ ନ ମିଳିବା ନେଇ ଏଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଏ ନେଇ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l ପ୍ରକାଶ ଯେ, ଗତ ୨୬ତାରିଖ ଖଇରଭାଡି ଗ୍ରାମର ରୋହିତ ଚନ୍ଦାହାଣ୍ଡି ଅଞ୍ଚଳର ୪ଜଣ ଯୁବକ ସହ ମିଶି  ଦାଦନ ଖଟିବା ପାଇଁ ହାଇଦ୍ରାବାଦ ଯାଇଥିଲେ l ଆନନ୍ଦପୂରମଠାରେ ରାସ୍ତା ପାର ହେଉଥିବା ସମୟରେ ରୋହିତକୁ ଟ୍ରକ ଧକ୍କା ଦେବା ଫଳରେ ସେଠାରେ ହିଁ ତାର ମୃତ୍ୟୁ ହୋଇ ଶବ ରାସ୍ତାରେ ପଡିଥିଲା l ରାସ୍ତାରୁ ଶବ ଜବତ କରି ପୋଲିସ ପରିବାର ଳୋକଙ୍କୁ ଖବର ଦେଇଥିବାରୁ ପରିବାର ଲୋକେ ସେଠାକୁ ଯାଇ ଏତଲା ଦେବା ପରେ ଶବ ବ୍ୟବଚ୍ଛେଦ କରି ଗାଁକୁ ଆଣିଥିଲେ l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.