ଭୁବନେଶ୍ବର,୦୫/ ୦୨: ଥରେ ଭାବନ୍ତୁ ଯଦି ଏକ ସହରରେ ତୁମକୁ ସୁଲଭ ମୁଲ୍ୟରେ ସୁରକ୍ଷିତ ଯାତ୍ରା କରିବାକୁ ସୁଯୋଗ ମିଳେ ଆପଣ କିପରି ଅନୁଭବ କରିବେ । ସୁରକ୍ଷିତ ଯାତ୍ରା ସହ ଭଡା ଯଦି ସୁହାଇଲା ପରି ରହିଥାଏ ତେବେ ମଜା ଆସିଯାଏ । ତେବେ ଆଉ ବିଳମ୍ବ କରନ୍ତୁ ନାହିଁ 'ରାଇଡ୍ ଓଡିଶା ଯାତ୍ରୀ'ରେ ସୁଲଭ ମୂଲ୍ୟରେ ସୁରକ୍ଷିତ ଯାତ୍ରା କରନ୍ତୁ । ରାଜ୍ୟରେ ଆରମ୍ଭ ହୋଇଛି 'ଓଡିଶା ଯାତ୍ରୀ' । ଏକ ଅଭିନବ ମୋବିଲିଟି ଆପ୍ ଯାହା ଭୁବନେଶ୍ବର ଓ କଟକ ଲୋକଙ୍କ ଯାତାୟତକୁ ସୁରକ୍ଷିତ ସୁନ୍ଦର କରିଛି । ଏହି ଆପ୍ଲିକେସନ ରାଜ୍ୟବାସୀଙ୍କ ପାଇଁ ଏକ ଭରସା ଓ ବିଶ୍ବସନୀୟ ଯାତ୍ରାର ସାଥୀ ହୋଇପାରିଛି ।
ଗତମାସରେ 'ସୁରକ୍ଷିତ ଘରକୁ ଫେରନ୍ତୁ' ବିଷୟବସ୍ତୁକୁ ନେଇ ସଡକ ସୁରକ୍ଷା ସଚେତନତା ସପ୍ତାହ ପାଳିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆନୁଷ୍ଠାନିକ ଭାବେ 'ଓଡିଶା ଯାତ୍ରୀ' ଆପର ଉଦଘାଟନ କରିଥିଲେ । ଯେଉଁଥିରେ ଯାତ୍ରୀଙ୍କ ସୁରକ୍ଷା ଓ ସୁଲଭ ମୂଲ୍ୟ ଉପରେ ଗୁରୁତ୍ବ ଦିଆଯାଇଛି। ଗମନାଗମନକୁ ସହଜ କରିବା ସହ ଲୋକଙ୍କର ଦୈନନ୍ଦିନ ଯାତ୍ରାକୁ ଆହୁରି ସୁଗମ କରିବା ଦିଗରେ ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି 'ଓଡିଶା ଯାତ୍ରୀ' । ଏହି ଆପ୍ ଜରିଆରେ ଗନ୍ତବ୍ୟ ସ୍ଥଳ ପାଇଁ ସହଜରେ ଅଟୋ ଓ ଟ୍ୟାକ୍ସି ପାଇବା ବ୍ୟବସ୍ଥା ରହିଛି । ଯେଉଁଥିରୁ ଉଭୟ ଯାତ୍ରୀ ଓ ଚାଳକ ଉପକୃତ ହୋଇଛନ୍ତି । ଏଥିରେ ଯାତ୍ରୀ ଦେଉଥିବା ଟଙ୍କା ସିଧା ସଳଖ ଅର୍ଥାତ ୧୦୦ ପ୍ରତିଶତ ଡ୍ରାଇଭରଙ୍କ ପକେଟକୁ ଯାଉଛି । ଘରୋଇ ଆପ ଭଳି କୌଣସି କମିଶନ କଟୁନାହିଁ । ଏହି ଆପ୍ ଏବେ ଅନ୍ୟାନ ଘରୋଇ ଆପକୁ କଡ୍ଡା ଟକ୍କର ଦେଉଛି । କାର୍ ପାଇଁ କିମି ପିଛା ପଇସା ରହିଥିବା ବେଳେ ଅଟୋରେ୨ କିମି ପିଛା ଭଡା ରହିଛି ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆପ୍ କୁ ନେଇ କହିଥିଲେ ଏହା କେବଳ ଏକ ଆପ୍ ନହେଁ ଏହା ସରରାଞ୍ଚଳ ପରିବହନକୁ ସ୍ମାର୍ଟ, ସୁରକ୍ଷିତ କରିବାର ମାଧ୍ୟମ । ଯାହା ଗେମ୍ ଚେଞ୍ଜର ହେବ । ବିକଶିତ ଭାରତ ଲକ୍ଷ୍ୟ ନେଇ ଆଗକୁ ବଢୁଛି ଓଡିଶା । ସହରାଞ୍ଚଳ ପରିବହନକୁ ସୁଗମ କରିବାକୁ ଓଡ଼ିଶା ଯାତ୍ରୀ ତାର ନେତୃତ୍ୱ ନେଉଛି । ନିରାପଦ, ସୁଗମ ଯାତ୍ରା ସହିତ, ଏକ ସ୍ମାର୍ଟ ଯାତ୍ରା ଉପରେ ଫୋକସ୍ କରୁଛି ଏହି ଆପ୍ । ଉଭୟ ଯାତ୍ରୀ ଓ ଚାଳକ ଏହାର ଲାଭ ପାଇପାରିବେ ।