ଭୁବନେଶ୍ବର,୨୭।୧ : କଟକ ଦରଘା ପାଟଣା ଅଞ୍ଚଳରେ ଛୁରାମାଡ। ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ହେଲେ ଜିତେନ୍ଦ୍ର କୁମାର ସିଂ ।
ଜିତେନ୍ଦ୍ର ରହୁଥିବା ଘର ମାଲିକଙ୍କ ପୁଅ ଅରୁପାନନ୍ଦ ପାତ୍ର ସୋମବାର ରାତି ୧୦ ଟା ସମୟରେ ଜିତେନ୍ଦ୍ରଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ପିଠି ଓ କାନ୍ଧକୁ ଏକାଧିକ ବାର ଛୁରୀରେ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜିତେନ୍ଦ୍ରଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସେହିଭଳି ଆକ୍ରମଣ କରିଥିବା ଅରୂପା ନନ୍ଦଙ୍କୁ ମଧୁପାଟଣା ଥାନା ପୋଲିସ ପହଞ୍ଚି ଗିରଫ କରିଛି। କୌଣସି କାରଣ ନଥାଇ ଅତର୍କିତ ଭାବେ ଅରୂପା ନନ୍ଦ ଜିତେନ୍ଦ୍ରଙ୍କୁ ଆକ୍ରମଣ କରିଥିବା କଥା କହିଛନ୍ତି ଜିତେନ୍ଦ୍ରଙ୍କ ପତ୍ନୀ। ସେହିଭଳି ପୁଅ ଆକ୍ରମଣ କରିଥିବା ସ୍ବୀକାର କରିଛନ୍ତି ଆକ୍ରମଣକାରୀଙ୍କ ବାପା।