ଭୁବନେଶ୍ୱର, ୩୧/୦୧: ହାଇପ୍ରୋଫାଇଲ ଠକ ହଂସିକା ଅଭିଲିପ୍ସାଙ୍କ ଦ୍ୱିତୀୟ ସ୍ବାମୀ କନ୍ଧମାଳର ମନୋଜ କୁମାର ଆଚାର୍ଯ୍ୟ ହାଇକୋର୍ଟରୁ ନିରାଶ । ମନୋଜଙ୍କ ଆଗୁଆ ଜାମିନ ଖାରଜ କଲେ ଜଷ୍ଟିସ୍ ଭି.ନରସିଂହଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ । ୧୯୮୦ ମସିହାର ଗୁରୁବକ୍ସ ସିଂ ଶିବ୍ବା ବନାମ ପଞ୍ଜାବ ସରକାର ମାମଲା ଆଧାରରେ ଜାମିନ ଖାରଜ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ବର ଇନଫୋସିଟି ଥାନାର କେସ୍ ନମ୍ବର ୬୧୧/୨୦୨୪ରେ ଆଗୁଆ ଜାମିନ ଆବେଦନ କରିଥିଲେ ମନୋଜ । ପରବର୍ତ୍ତୀ ସମୟରେ ପୁଣି ଆବେଦନ କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି ।
କହିରଖୁ କି, ରାଜଧାନୀରେ ହାଇ ପ୍ରୋଫାଇଲ୍ ଠକେଇ ମାମଲାରେ ଅନିଲ- ହଂସିକାଙ୍କ ଜାମିନ ଖାରଜ କରିଥିଲେ ଭୁବନେଶ୍ଵର ଏଡିଜେ ୨ କୋର୍ଟ । ଜାନୁଆରୀ ୧୮ ତାରିଖରେ ଉଭୟଙ୍କ ଶୁଣାଣି ହୋଇଥିଲା । ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଅନ୍ୟପଟେ ଉଭୟଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କଲା କମିଶନରେଟ ପୋଲିସ । ଏଡିଜେ ୨ କୋର୍ଟରେ ରିମାଣ୍ଡ ଆବେଦନ କରାଯାଇଛି ।