ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

କଟକରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ; କହିଲେ, 'ଗଣତାନ୍ତ୍ରିକ ଶାସନରେ ଲୋକଙ୍କ ସ୍ବର ହିଁ ଭଗବାନଙ୍କ ସ୍ବର'

Published By : Ankita S | January 26, 2025 9:48 AM

କଟକ,୨୬/୦୧: ବାରବାଟୀ ଷ୍ଟାଡିୟମ୍‌ ବାହାରେ ବିଡ଼ାନାସୀ ଖେଳ ପଡ଼ିଆରେ ପ୍ରଥମ ଥର ପାଇଁ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି  । ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହାପରେ ପରେଡ୍‌ର ଅଭିବାଦନ ଗ୍ରହଣ କରିଛନ୍ତି ।  ବିକଶିତ ଓଡିଶା ପାଇଁ ହାତ ବଢାଇବାକୁ ଆହ୍ବାନ ଦେବା ସହ ଆଜିର ଦିନ କେବଳ ଉତ୍ସବ ନୁହେଁ ଆମ ସମ୍ବିଧାନକୁ ରକ୍ଷା କରିବାର ଦାୟିତ୍ବ ବୋଲି ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ୭୬ତମ ସାଧାରଣତନ୍ତ୍ର ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା । ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଦେଶର ଦୁଇଗୋଟି ଦିନ ସବୁଠୁ ମହତ୍ତ୍ବପୂର୍ଣ୍ଣ । ଗୋଟିଏ ଅଗଷ୍ଟ ୧୫ ଓ ଅନ୍ୟଟି ଜାନୁଆରୀ ୨୬ । ସମସ୍ତ ଭାରତୀୟଙ୍କ ପାଇଁ ଏହି ଦୁଇ ଦିନ ସ୍ବତନ୍ତ୍ର ପର୍ବ ପରି । ଆଜିର ଦିନରେ ମହାନ ଜନନାୟକଙ୍କୁ ମନେପକାଇବା ପରମ ସୁଯୋଗ । ଦେଶର ଅଖଣ୍ଡତା ବଜାୟ ସହ ସୁଶାସନ ଯୋଗାଇବା ପରମ ଲକ୍ଷ୍ୟ । ଦେଶର ଗଣତନ୍ତ୍ରକୁ ବଜାୟ ରଖିବାରେ କୋଟି କୋଟି ଜନତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ନିରବଚ୍ଛିନ୍ନ ଭାବେ ଗଣତନ୍ତ୍ରକୁ ବଜାୟ ସହ ଦେଶର ଅଗ୍ରଗତି ହେଉଛି । ଖୁବଶୀଘ୍ର ଆମ ଦେଶ ତୃତୀୟ ଶ୍ରେଷ୍ଠ ଅର୍ଥନୀତି ହେବାକୁ ଯାଉଛି । ୧୪୦ କୋଟି ଭାରତୀୟଙ୍କ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଆସିଛି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗଣତାନ୍ତ୍ରିକ ଶାସନରେ ଲୋକଙ୍କ ସ୍ବର ହିଁ ଭଗବାନଙ୍କ ସ୍ବର । ସାଧାରଣ ଜନତା ଗଣତନ୍ତ୍ରର ଅସଲ ଶାସକ । ଲୋକ ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ଅଧିକାର ଯୋଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟର ଶିକ୍ଷା କ୍ଷେତ୍ରରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ହେବାକୁ ଯାଉଛି । ଗାଁରୁ ବିକାଶ ଆରମ୍ଭ ହେଉଛି । ସରକାର ଏ ନେଇ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି । ଓଡିଆ ଅସ୍ମିତା ସହ ଓଡିଶାର ବିକାଶ ଆଗେଇ ଚାଲିଛି । ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାର ଅନବରତ କାମ କରୁଛନ୍ତି । ଆଜି କେବଳ ଉତ୍ସବର ଦିନ ନୁହେଁ ସମ୍ବିଧାନକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ ଦାୟିତ୍ବ । ସମୃଦ୍ଧ ଓ ବିକଶିତ ଓଡିଶା ନିର୍ମାମରେ ହାତ ବଢେଇବାକୁ ହେବ ।

ଏହା ବି ପଢନ୍ତୁ...ମହାତ୍ମାଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ, ପରେଡ୍‌ରେ ମୁଖ୍ୟ ଆକର୍ଷଣ ଶିବ ତାଣ୍ଡବ, ଅଘୋରୀ ନୃତ୍ୟ


ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଉତ୍ସବରେ ବିଭିନ୍ନ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ବିଦ୍ୟୁତ, ସଡକ ସୁରକ୍ଷା, ଶ୍ରମ ଯୋଜନା ଓ ସୁଭଦ୍ରା ଯୋଜନା ବିଷୟବସ୍ତୁକୁ ପ୍ରଜ୍ଞାପନ ମେଢ ଗଡିଥିଲା । ଏହା ପରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ବ ହାସଲ କରିଥିହା ବ୍ୟକ୍ତଙ୍କୁ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ମାନିତ କରିଥିଲେ ।  ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ଟୁଇନ୍ ସିଟି କମିଶନର ସୁରେଶ ଦେବଦତ୍ତ ସିଂ,  ଡିସିପି ଜଗମୋହନ ମୀନା, ବରିଷ୍ଠ ଅଧିକାରୀ , ସ୍ଥାନୀୟ ବିଧ୍ୟାୟକ ପ୍ରମୁଖ ଉପସ୍ଥିତ ଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.