ପ୍ରମୂଖ ଖବର
  • ବୌଦ୍ଧ : ସାପ୍ତାହିକ ବଜାରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପୋଲିସର ତଦନ୍ତ ଆରମ୍ଭ
  • ||
  • ଯାଜପୁର : ୨ ଛାତ୍ରୀଙ୍କୁ ଧକ୍କା ଦେଲା ଟ୍ରକ୍, ଜଣେ ଗୁରୁତର
  • ||
  • ଇଣ୍ଡିଆ-ଇଂଲଣ୍ଡ ୱାନ୍‌ ଡେ ମ୍ୟାଚ୍‌ ପାଇଁ ବାରବାଟୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଉନ୍ମୋଚନ କଲେ ଓଡ଼ିଆ ଥିମ୍‌ ସଙ୍ଗ୍‌
  • ||
  • ରାଜଧାନୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣେ ଅଟକ
  • ||
  • ବିଶ୍ବର ତୃତୀୟ ଆର୍ଥିକ ଶକ୍ତି ହେବାକୁ ଯାଉଛି ଭାରତ; ରାଷ୍ଟ୍ରପତି
  • ||
  • ସମ୍ବିଧାନର ନିର୍ମାତାଙ୍କୁ ଜଣାଇଲେ ସମ୍ମାନ
  • ||
  • ଆହତଙ୍କୁ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି
  • ||
  • ସଂସଦ ବଜେଟ୍ ଅଧିବେଶନ ଆରମ୍ଭ, ଉଭୟ ଗୃହକୁ ସମ୍ବୋଧନ କଲେ ରାଷ୍ଟ୍ରପତି, କଲେ ଶୋକ ପ୍ରକାଶ
  • ||
  • ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ; କହିଲେ ଦେଶକୁ ଶକ୍ତି ଦେବ ଏ ବଜେଟ୍
  • ||
  • ସନ୍ଧ୍ୟାରେ ଚତୁର୍ଥ ଟି-ଟ୍ୱେଣ୍ଟି ଲଢ଼େଇ, ବ୍ୟାଟିଂ ତ୍ରୁଟି ସୁଧାରିବ ଭାରତ, ସିରିଜ ବରାବର ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ହକି ଇଣ୍ଡିଆ ଲିଗ୍‌ ସେମ ମୁକାବିଲା: ସନ୍ଧ୍ୟାରେ ଟାଇଗର୍ସ - ଡ୍ରାଗନ୍ସ ଟକ୍କର, ଦ୍ୱିତୀୟ ମ୍ୟାଚ୍‌ରେ ସୁରମା- ତୁଫାନ୍ସ ଲଢ଼େଇ
  • ||
  • ଗଜପତି : ବିଦ୍ୟୁତ ଆଘାତରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଚାନ୍ଦିପୁଟରେ ରାସ୍ତା ଅବରୋଧ
  • ||
  • ଭୋଗରାଇ : ରାସ୍ତା କଡ଼ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଇସ୍ରାଇଲ୍ ଏୟାରଷ୍ଟ୍ରାଇକରେ ହମାସ୍ ସେନା ଡେପୁଟି କମାଣ୍ଡର ମହମ୍ମଦ ଦୈଫଙ୍କ ମୃତ୍ୟୁ, ସ୍ପଷ୍ଟ କଲା ହମାସ୍
  • ||
  • ଜମ୍ମୁ କାଶ୍ମୀର ପୁଞ୍ଚରେ ସୁରକ୍ଷାବାହିନୀର ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ ୩ ଆତଙ୍କୀ
  • ||
  • ଶୁକ୍ରବାରଠୁ ସଂସଦର ବଜେଟ୍‌ ଅଧିବେଶନ: କାଲି ଆସିବ ସାଧାରଣ ବଜେଟ୍, ଆସିପାରେ ୧୬ ବିଲ୍
  • ||

ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କୁ ‘ବିଚାରୀ’ କହି ବିବାଦରେ ଫସିଲେ ସୋନିଆ ଗାନ୍ଧୀ; ନିର୍ବାଚନି ରାଲିରେ ପିଏମ ମୋଦିଙ୍କ ଟାର୍ଗେଟ

Published By : Bijay Swain | January 31, 2025 6:01 PM

Image courtesy: indiatoday

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କୁ ‘ବିଚାରୀ’ କହିବା ପରେ ସମଗ୍ର ଦେଶରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର ପାର୍ଲାମେଣ୍ଟର ମିଳିତ ଅଧିବେଶନରେ ସୋନିଆ ଗାନ୍ଧୀ ମୁର୍ମୁଙ୍କୁ ନେଇ ବିବାଦିୟ ମନ୍ତବ୍ୟ ଦେବାପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟାର୍ଗେଟ କରିଛନ୍ତି। ସୋନିଆଙ୍କ ଏହି ‘ବିଚାରୀ’ ଟିପ୍ପଣୀ ଆଦିବାସି ସମ୍ପ୍ରଦାୟରୁ ଆସିଥିବା ରାଷ୍ଟ୍ରପତିଙ୍କ ପାଇଁ ଏକ ଅପମାନ ବୋଲି ମୋଦି କହିଛନ୍ତି। 

ଶୁକ୍ରବାର ଏକ ନିର୍ବାଚନି ରାଲିରେ ଯୋଗ ଦେବା ପାଇଁ ପିଏମ ମୋଦି ଦିଲ୍ଲୀର ଦ୍ୱାରକା ଅଞ୍ଚଳ ଗସ୍ତରେ ଅଛନ୍ତି। ଏହି ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କଂଗ୍ରେସ ସବୁବେଳେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ପ୍ରତି ଅହଙ୍କାର ଓ ଅସମ୍ମାନ ସୂଚକ ମନ୍ତବ୍ୟ ଦେଉଛି’ ବୋଲି ନିଜ ଭାଷଣରେ କହିଛନ୍ତି।

“ଆପଣ ମାନେ ଟିକେ ରାଜ ପରିବାରର ଅହଙ୍କାରକୁ ଦେଖନ୍ତୁ। ସେମାନେ ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କୁ ବାରମ୍ବାର ଅପମାନ କରୁଛନ୍ତି। ରାଜ ପରିବାରର ଜଣେ ସଦସ୍ୟ ରାଷ୍ଟ୍ରପତିଙ୍କ ଭାଷଣକୁ ବିରକ୍ତିକର କହିବା ସହ ତାଙ୍କୁ ବିଚାରୀ ବୋଲି ମଧ୍ୟ କହିପାରୁଛନ୍ତି। ଏହା କେବଳ ତାଙ୍କର ନୁହେଁ ସମଗ୍ର ଆଦିବାସୀ ସମ୍ପ୍ରଦାୟର ଅପମାନ” ବୋଲି ପିଏମ ମୋଦି ନିଜ ଭାଷଣରେ କହିଛନ୍ତି। 

ସୂଚନା ମୁତାବକ, ରାଷ୍ଟ୍ରପତି ମୁର୍ମୁ ବଜେଟ୍‌ ଅଧିବେଶନର ପ୍ରଥମ ଦିନ ସଂସଦର ଉଭୟ ଗୃହକୁ ସମ୍ୱୋଧିତ କରି ଥିଲେ। ନିଜ ସ୍ୱାଗତ ସମ୍ଭାଷଣରେ ସେ ସରକାରଙ୍କର ଉପଲବ୍ଧି ଗୁଡ଼ିକୁ ଉଲ୍ଲେଖ କରି ଥିଲେ। ତେବେ ଏହାକୁ ନେଇ ସୋନିଆ ରାଷ୍ଟ୍ରପତି ମୁର୍ମୁ ସମ୍ୱୋଧନର ଶେଷରେ ଥକି ଯାଇ ଥିଲେ ଏବଂ ବିଚାରୀ ବହୁତ ମୁସ୍କିଲରେ କଥା କହି ପାରୁ ଥିଲେ ବୋଲି ମନ୍ତବ୍ୟ ଦେଇଥିଲେ। ଅନ୍ୟପଟେ ରାହୁଲ ଗାନ୍ଧୀ ଏହି ସମ୍ଭାଷଣକୁ ବିରକ୍ତିକର ମଧ୍ୟ କହିଥିଲେ। 

ରାଷ୍ଟ୍ରପତି ମୁର୍ମୁଙ୍କ ଅଭିଭାଷଣ ଉପରେ ପ୍ରତିକ୍ରିୟା ଦେଇ ସୋନିଆ ଗାନ୍ଧୀ “ସେ ନିଜର ସମ୍ୱୋଧନର ଶେଷ ଯାଏ ଥକି ଯାଇ ଥିଲେ ଏବଂ ବହୁତ ମୁସ୍କିଲରେ କଥା କହି ପାରୁ ଥିଲେ। ଶେଷରେ ରାଷ୍ଟ୍ରପତି ବହୁତ ଥକି ଯାଇଥିଲେ ,ସେ ମୁସ୍କିଲରେ କଥା କହୁଥିଲେ, ବିଚାରୀ” ବୋଲି ସୋନିଆ ସଂସଦ ପରିସରରେ କହିଥିଲେ। ସୋନିଆଙ୍କର ଏହି ଭିଡିଓ ବର୍ତ୍ତମାନ ବିଭିନ୍ନ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.