ପ୍ରମୂଖ ଖବର
  • ବୌଦ୍ଧ : ସାପ୍ତାହିକ ବଜାରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପୋଲିସର ତଦନ୍ତ ଆରମ୍ଭ
  • ||
  • ଯାଜପୁର : ୨ ଛାତ୍ରୀଙ୍କୁ ଧକ୍କା ଦେଲା ଟ୍ରକ୍, ଜଣେ ଗୁରୁତର
  • ||
  • ଇଣ୍ଡିଆ-ଇଂଲଣ୍ଡ ୱାନ୍‌ ଡେ ମ୍ୟାଚ୍‌ ପାଇଁ ବାରବାଟୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଉନ୍ମୋଚନ କଲେ ଓଡ଼ିଆ ଥିମ୍‌ ସଙ୍ଗ୍‌
  • ||
  • ରାଜଧାନୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣେ ଅଟକ
  • ||
  • ବିଶ୍ବର ତୃତୀୟ ଆର୍ଥିକ ଶକ୍ତି ହେବାକୁ ଯାଉଛି ଭାରତ; ରାଷ୍ଟ୍ରପତି
  • ||
  • ସମ୍ବିଧାନର ନିର୍ମାତାଙ୍କୁ ଜଣାଇଲେ ସମ୍ମାନ
  • ||
  • ଆହତଙ୍କୁ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି
  • ||
  • ସଂସଦ ବଜେଟ୍ ଅଧିବେଶନ ଆରମ୍ଭ, ଉଭୟ ଗୃହକୁ ସମ୍ବୋଧନ କଲେ ରାଷ୍ଟ୍ରପତି, କଲେ ଶୋକ ପ୍ରକାଶ
  • ||
  • ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ; କହିଲେ ଦେଶକୁ ଶକ୍ତି ଦେବ ଏ ବଜେଟ୍
  • ||
  • ସନ୍ଧ୍ୟାରେ ଚତୁର୍ଥ ଟି-ଟ୍ୱେଣ୍ଟି ଲଢ଼େଇ, ବ୍ୟାଟିଂ ତ୍ରୁଟି ସୁଧାରିବ ଭାରତ, ସିରିଜ ବରାବର ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ହକି ଇଣ୍ଡିଆ ଲିଗ୍‌ ସେମ ମୁକାବିଲା: ସନ୍ଧ୍ୟାରେ ଟାଇଗର୍ସ - ଡ୍ରାଗନ୍ସ ଟକ୍କର, ଦ୍ୱିତୀୟ ମ୍ୟାଚ୍‌ରେ ସୁରମା- ତୁଫାନ୍ସ ଲଢ଼େଇ
  • ||
  • ଗଜପତି : ବିଦ୍ୟୁତ ଆଘାତରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଚାନ୍ଦିପୁଟରେ ରାସ୍ତା ଅବରୋଧ
  • ||
  • ଭୋଗରାଇ : ରାସ୍ତା କଡ଼ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଇସ୍ରାଇଲ୍ ଏୟାରଷ୍ଟ୍ରାଇକରେ ହମାସ୍ ସେନା ଡେପୁଟି କମାଣ୍ଡର ମହମ୍ମଦ ଦୈଫଙ୍କ ମୃତ୍ୟୁ, ସ୍ପଷ୍ଟ କଲା ହମାସ୍
  • ||
  • ଜମ୍ମୁ କାଶ୍ମୀର ପୁଞ୍ଚରେ ସୁରକ୍ଷାବାହିନୀର ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ ୩ ଆତଙ୍କୀ
  • ||
  • ଶୁକ୍ରବାରଠୁ ସଂସଦର ବଜେଟ୍‌ ଅଧିବେଶନ: କାଲି ଆସିବ ସାଧାରଣ ବଜେଟ୍, ଆସିପାରେ ୧୬ ବିଲ୍
  • ||

Delhi Assembly Election: ସଂକଳ୍ପ ରାଲିରେ ଗର୍ଜିଲେ ପିଏମ୍‌ ମୋଦୀ, କହିଲେ- ଆମକୁ ଦିଲ୍ଲୀରୁ ଆପ୍‌-ଦାକୁ ତଡ଼ିବାକୁ ହେବ

Published By : Tapas Panda | January 31, 2025 5:50 PM

Image Courtesy: oneindia

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବହୁ ହେଭିଓ୍ବେଟ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦ୍ବାରକାରେ ଆୟୋଜିତ ‘ବିକାଶ ଦିଲ୍ଲୀ ସଂକଳ୍ପ ରାଲି’ରେ ଆପ୍‌ ଏବଂ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି । ବିଜେପି ଦିଲ୍ଲୀରେ ବିକାଶ ଲାଗି ଆପ୍ରାଣ ଉଦ୍ୟମ କରିବ ବୋଲି ପିଏମ ମୋଦୀ କହିଛନ୍ତି ।  ଆପ୍‌କୁ ଦିଲ୍ଲୀ ପାଇଁ ଆପଦା କହିବା ସହ ମୋଦୀ କହିଛନ୍ତି, ଆପଦା ଦିଲ୍ଲୀରୁ ଟଙ୍କା ଲୁଟ କରି ଅନ୍ୟ ରାଜ୍ୟରେ ନିଜର ରାଜେନୖତିକ ଇଚ୍ଛାକୁ ଚରିତାର୍ଥ କରିବାରେ ବ୍ୟସ୍ତ ଅଛି । ଦିଲ୍ଲୀବାସୀ ଆପଦାକୁ ଦୂରେଇବା ଲାଗି ମନସ୍ଥ କରିସାରିଛନ୍ତି । ଆଗକୁ ବହୁମତ ସହ ଦିଲ୍ଲୀରେ ବିଜେପି ସରକାର ଗଢ଼ିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ୋକ୍ତି ବାଢ଼ିଛନ୍ତି । 

ସେ କହିଛନ୍ତି, ଦ୍ବାରକାକୁ ଆସିଥିବାରୁ ମୋତେ ଭଗବାନ ଶ୍ରୀ କୃଷ୍ଣଙ୍କ ସହର ‘ଦ୍ବାରିକା’ କଥା ମନେପଡ଼ୁଛି ।   ବିଜେପି ସେହି ଦ୍ବାରିକା ଭଳି ଦିଲ୍ଲୀର ଦ୍ବାରକାକୁ ଆଧୁନିକୀକରଣ କରିବାକୁ ଚାହୁଁଛି ।  ଏହାକୁ ଆଗାମୀ ଦିନରେ ସ୍ମାର୍ଟ ସିଟି କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରରେ ଥିବା ବିଜେପି ସରକାର ଦ୍ବାରକାରେ ଭାରତ ବନ୍ଦନା ପାର୍କ ନିର୍ମାଣ କରିବେ । ଏହା ସମଗ୍ର ଦେଶ ପାଇଁ ଏକ ମଡେଲ୍‌ ହେବାକୁ ଯାଉଛି ।  ଭାରତର ରାଜଧାନୀରେ ଏହି ଭଳି ବିକାଶର ଆବଶ୍ୟକତା ରହିଛି ବୋଲି ମୋଦୀ କହିଛନ୍ତି । ଆପ୍‌କୁ ଟାର୍ଗେଟ କରି ମୋଦୀ କହିଛନ୍ତି, ଆପଦା ସରକାର ପ୍ରତି ଦିଲ୍ଲୀବାସୀଙ୍କ ମନରେ କ୍ରୋଧ ବଢ଼ିବାରେ ଲାଗିଛି । ତେଣୁ ଆପ୍‌ ମିଛ କହିବା ଆରମ୍ଭ କରିଦେଇଛି । ହରିୟାଣା ପ୍ରତି ଆପଦାର ଘୃଣା ସ୍ପଷ୍ଟ ଭାବରେ ବାରି ହୋଇପଡ଼ୁଛି । ଦିଲ୍ଲୀ ପ୍ରଦୂଷଣ ସହ ଯୁଝୁଥିବା ବେଳେ ସେମାନେ ହରିୟାଣାର କୃଷକଙ୍କୁ ଦୋଷୀ ସଜାଇବାକୁ ଚେଷ୍ଟା କରୁଛନ୍ତି ।  ଯମୁନା ନଦୀକୁ ହରିୟାଣା ପ୍ରଦୂଷିତ କରୁଛି ବୋଲି ଆପ୍‌ ଅଭିଯୋଗ କରୁଛି । ସେମାନେ ନିଜ ମିଥ୍ୟାକୁ ସତ ସାବ୍ୟସ୍ତ କରିବାକୁ ବହୁ ତଳକୁ ଖସିଯାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଅଭିଯୋଗ କରିଛନ୍ତି । 

‘ବିକାଶ ଦିଲ୍ଲୀ ସଂକଳ୍ପ ରାଲି’ରେ  ପିଏମ୍‌ ମୋଦୀ ଆହୁରି କହିଛନ୍ତି, ‘ଦିଲ୍ଲୀକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି। ଆପଣମାନେ କଂଗ୍ରେସକୁ ବହୁ ବର୍ଷ ଧରି କ୍ଷମତାରେ ଦେଖିଥିଲେ, ଏବଂ ତା'ପରେ AAP ଦିଲ୍ଲୀକୁ ଦଖଲ କରିଥିଲା । ଆପଣମାନେ ମୋତେ ବାରମ୍ବାର ଦେଶ ସେବା କରିବାର ସୁଯୋଗ ଦେଇଛନ୍ତି ଏବଂ ଏବେ ଡବଲ ଇଞ୍ଜିନ ସରକାର ଗଠନ କରି ମୋତେ ଦିଲ୍ଲୀର ସେବା କରିବାର ସୁଯୋଗ ଦିଅନ୍ତୁ। ବିଜେପି ଦିଲ୍ଲୀକୁ କେତେ ମାତ୍ରାରେ ଆଧୁନିକ କରିବାକୁ ଚାହୁଁଛି ତାହାର ଏକ ଝଲକ ଏଠାରେ ଦ୍ୱାରକାରେ ଦେଖିବାକୁ ମିଳିବ । କେନ୍ଦ୍ର ସରକାର ଏଠାରେ ଏକ ଚମତ୍କାର ଯଶୋଭୂମି ନିର୍ମାଣ କରିଛନ୍ତି । ଯଶୋଭୂମି ଯୋଗୁଁ, ଦ୍ୱାରକା ଏବଂ ଦିଲ୍ଲୀର ହଜାର ହଜାର ଯୁବକଙ୍କୁ ନିଯୁକ୍ତି ମିଳିଛି ଏବଂ ଏଠାରେ ଲୋକଙ୍କ ବ୍ୟବସାୟ ବୃଦ୍ଧି ପାଇଛି । ଆଗାମୀ ସମୟରେ, ଏହି ସମଗ୍ର ଅଞ୍ଚଳ ଏକ ସ୍ମାର୍ଟ ସିଟି ହେବ।’

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଗତ ୧୧ ବର୍ଷ ମଧ୍ୟରେ, ଆପଦା ସମସ୍ତଙ୍କ ସହିତ ଲଢ଼ିଛି । ସେମାନେ କେନ୍ଦ୍ର ସରକାରଙ୍କ ସହିତ ଲଢ଼ଛନ୍ତି, ସେମାନେ ହରିୟାଣାର ଲୋକଙ୍କ ସହିତ ଲଢ଼ଛନ୍ତିନ୍ତି, ସେମାନେ ୟୁପିର ଲୋକଙ୍କ ସହିତ ଲଢ଼ିଛନ୍ତି, ସେମାନେ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ ହେବାକୁ ଦିଅନ୍ତି ନାହିଁ। ଯଦି କେବଳ ଆପ-ଦା ଲୋକ ଦିଲ୍ଲୀରେ ରହିବେ, ତେବେ ବିକାଶ କ୍ଷେତ୍ରରେ ଦିଲ୍ଲୀ ପଛୁଆ ରହିବ ।’ ପିଏମ ମୋଦୀ କହିଛନ୍ତି, ‘ବିଧାନସଭାର ପ୍ରଥମ ଅଧିବେଶନରେ, CAG ରିପୋର୍ଟ ଉପସ୍ଥାପିତ ହେବ। ଏହି ରିପୋର୍ଟ ଆପଦା ର ଦୁର୍ନୀତିଗୁଡ଼ିକୁ ପ୍ରକାଶ କରିବ, ସେମାନେ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ।  ମୁଁ ଦିଲ୍ଲୀର ଲୋକଙ୍କ ଉତ୍ସାହ ଦେଖିଛି ଏବଂ ଆମେ ଆପଦା ପ୍ରତି ସେମାନଙ୍କର ଘୃଣା ମଧ୍ୟ ଦେଖିପାରୁଛୁ । ଆପ୍‌ର ନେତାମାନେ କେବଳ ମିଥ୍ୟା ପ୍ରଚାର କରନ୍ତି ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.