ମାହାଙ୍ଗା ,୩୦/୧ : ମାହାଙ୍ଗା ବ୍ଲକ ସମ୍ମୁଖରେ ୩ ଦିନ ଧରି ଦିନ ରାତି ଧାରଣାରେ ବସିଥିବା ମାହାଙ୍ଗା ବ୍ଲକର ୧୪ଟି ପଞ୍ଚାୟତର ୧୬୨ଜଣ CRP ଓ MBK ସଦସ୍ୟାମାନେ ଧାରଣା ପ୍ରତ୍ୟାହୃତ କରିଛନ୍ତି । ଆଜି ମାହାଙ୍ଗା ବିଡିଓ, ମାହାଙ୍ଗା ତହସିଲଦାରଙ୍କ ସହ ଧାରଣା ଦେଇଥିବା CRP ଓ mbk ସଦସ୍ୟାମାନଙ୍କ ଭିତରୁ ୫ଜଣ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ୍ ସିନ୍ଧେଙ୍କୁ ସାକ୍ଷାତ କରି ତାଙ୍କ ବକେୟା ପାଉଣା ସହ ବିଭିନ୍ନ ପ୍ରକାର ଦାବି ସମ୍ପର୍କରେ ଜଣାଇଥିଲେ ।
କଟକ ଜିଲ୍ଲାପାଳ ୧୫ଦିନ ଭିତରେ CRP- MBK ସଦସ୍ୟାମାନଙ୍କ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମାହାଙ୍ଗା ବିଡିଓ କହିଛନ୍ତି । ୧୫ଦିନ ଭିତରେ ଏହି ଦାବି ପୂରଣ କରିବା ସମ୍ପର୍କରେ କଟକ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବାରୁ ଆଜି ରାତିରେ ମାହାଙ୍ଗା ବ୍ଲକ ସମ୍ମୁଖରେ ଦିନ ରାତି ଧାରଣାରେ ବସିଥିବା ସମସ୍ତ CRP- MBK ସଦସ୍ୟାମାନେ ଧାରଣା ପ୍ରତ୍ୟାହୃତ କରିଛନ୍ତି । ଯଦି ୧୫ଦିନ ଭିତରେ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତି ନ ରଖନ୍ତି ତା’ହେଲେ ଆଉ ଥରେ ତୀବ୍ର ରୂପରେ ଧାରଣା ଦେଇ ଆନ୍ଦୋଳନ ଜାରି ରହିବ ବୋଲି ଧାରଣାରେ ବସିଥିବା CRP- MBK ସଦସ୍ୟାମାନେ କହିଛନ୍ତି ।