ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଅଲୋଡ଼ା ହେଲା ଜନ୍ମ କଲା ମା', ବୃଦ୍ଧା ବୟସରେ ଘରୁ ତଡ଼ିଦେଲେ ୩ ଚାକିରିଆ ପୁଅ

Published By : Rasmita Pradhan | January 31, 2025 12:10 PM

ଭୁବନେଶ୍ଵର, ୩୧/୦୧ : ଅନ୍ତ ଫାଡ଼ି ତିନି ତିନିଟା ପୁଅଙ୍କୁ ଜନ୍ମ ଦେଇଥିଲା। ପାଳିପୋଷି ମଣିଷ କରିଥିଲା। ବୁଢୀ ହୋଇଗଲା ବୋଲି ଅଲୋଡ଼ା ହେଲା ଜନ୍ମକଲା ମା'। ପାଳି କରି ବି ବୁଢୀ ମା'କୁ ଦାନା ଗଣ୍ଡେ ଦେଇ ପାରିଲେନି ୩ ଚାକିରିଆ ପୁଅ। ରାସନ କାର୍ଡ ଚାଉଳକୁ ନେଇ ଘରୁ ବିଦା କରିଦେଲେ ୩ ପୁଅ। ଖାଲି ସେତିକି ନୁହେଁ ଜିଇଁ ଥାଉ ଥାଉ ମା'କୁ ସୁଦ୍ଧି ହୋଇଯାଇଛି ସାନ ପୁଅ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବେଢାପାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। 

ସୂଚନାନୁଯାୟୀ, ବେଢାପାଳ ଗାଁର ସ୍ଵର୍ଗତ ଲୋଚନ ଜେନାଙ୍କ ସ୍ତ୍ରୀ ଦ୍ରୌପଦୀ ଜେନା। ଆଜିକୁ ୬ ବର୍ଷ ତଳେ ସ୍ଵାମୀ ଆରପାରିକୁ ଛାଡ଼ି ଚାଲିଗଲେ। ସ୍ଵାମୀଙ୍କ ମୃତ୍ୟୁ ପରେ ବଡ଼ ଓ ମଝିଁଆ ପୁଅ ୬ ମାସ ଲେଖା ପାଳି କରି ଦାନା ଗଣ୍ଡେ ଦେଉଥିଲେ। ଜିଇଁ ଥାଉ ଥାଉ ସାନ ପୁଅ ବାପା-ମା'ଙ୍କୁ ସୁଦ୍ଧି ହୋଇପଡ଼ିଥିଲା। ଏବେ ରାସନ କାର୍ଡ ଚାଉଳକୁ ନେଇ ବଡ଼ ଓ ମଝିଁଆ ପୁଅବି ମା'କୁ ଖାଇବାକୁ ଦେଲେନି, ଘରୁ ତଡ଼ିଦେଲେ। ଶେଷରେ ଥାନାର ଦ୍ଵାରସ୍ଥ ହେଲେ ଦ୍ରୌପଦୀ ଜେନା। 

ଏହି ଖବରଟିକୁ ପଢନ୍ତୁ-ଭାରସାମ୍ୟ ହରାଇ କାର୍‌କୁ ଧକ୍କା ଦେଲା ପାଇପ୍‌ ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ୨ ଯୁବକ

ଦ୍ରୌପଦୀ ଜେନା ଏନେଇ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ତେବେ ବୃଦ୍ଧା ବୟସରେ ଜନ୍ମ କଲା ମାଆକୁ ତିନି ଚାକିରିଆ ପୁଅଙ୍କ ଘରୁ ତଡି ଦେବା ଘଟଣା ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେଣୁ ବୃଦ୍ଧାଙ୍କୁ ତୁରନ୍ତ ନ୍ୟାୟ ଦେବା ସହ ପୁଅମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.