ଭୁବନେଶ୍ୱର,୩୧/୦୧: ଫେବୃଆରୀ ୯ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ-ଇଂଲଣ୍ଡ ଏକ ଦିବସୀୟ ମ୍ୟାଚ୍ । ସେଥିପାଇଁ ଷ୍ଟାଡିୟମ୍ରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ମ୍ୟାଚ୍ ପାଇଁ ନିର୍ମାଣ ହୋଇଥିବା ଓଡ଼ିଆ ଥିମ୍ ସଙ୍ଗ୍ର କରିଲେ ଉନ୍ମୋଚନ । କେବଳ ସେତିକି ନୁହେଁ, ସମୀକ୍ଷା ବେଳେ ବାରବାଟୀରେ କ୍ରିକେଟ୍ ମଧ୍ୟ ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଅଲୋଡ଼ା ହେଲା ଜନ୍ମ କଲା ମା', ବୃଦ୍ଧା ବୟସରେ ଘରୁ ତଡ଼ିଦେଲେ ୩ ଚାକିରିଆ ପୁଅ
ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମ୍ର ସମୀକ୍ଷା କରିବା ପରେ ନିଜର ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ । ବାରବାଟୀରେ ୱାନ୍ ଡେ ପାଇଁ ହୋଇଥିବା ସମସ୍ତ ଆୟୋଜନ ସନ୍ତୋଷଜନକ ବୋଲି କହିଲେ । ମ୍ୟାଚ୍ର ସଫଳ ଆୟୋଜନ ପାଇଁ ସରକାର ସମସ୍ତ ସହଯୋଗ କରିବେ । ମ୍ୟାଚ୍ର ସଫଳ ଆୟୋଜନ ଆମ ସମ୍ମାନର କଥା ବୋଲି ମଧ୍ୟ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।