ରାଉରକେଲା : ରାଉରକେଲା ବାସନ୍ତୀ କଲୋନୀରେ ଅଗ୍ନିକାଣ୍ଡ। ଏଠାରେ ଏକ ଇଲେକ୍ଟ୍ରୋନିକ ଭାଇକଲ ସ୍କୁଟିରୁ ସର୍ଟ ସର୍କିଟ୍ ହୋଇ କ୍ୱାର୍ଟର ଜଳି ଯିବାର ଖବର ଆସିଛି। ମିଳିଥିବା ଖବର ଅନୁସାରେ, କ୍ୱ।ର୍ଟର ନମ୍ବର L1/31ରେ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ସ୍କୁଟିଟି ସମ୍ପୂର୍ଣ୍ଣ ଜଳିଯାଇଛି । ସ୍କୁଟିକୁ ଚାର୍ଜରେ ରଖି ତାଲା ପଳାଇ ପରିବାର ଲୋକେ ବାହାରକୁ ପଳାଇ ଥିଲେ। ଫଳରେ ଓଭର ଚାର୍ଜିଂ ହୋଇ ନିଆଁ ଲାଗିଯାଇ ଥିବା କୁହାଯାଉଛି। ଖବର ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଛି।
ଉକ୍ତ ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ପୁଣି ଇଭି ଭାଇକଲକୁ ନେଇ ଭୟ ଓ ଆଶଙ୍କା ବଢି ଯାଇଛି। କହି ରଖୁଛୁ କି ଏମିତି ଅନେକ ସମୟରେ ଇଭି ଭାଇକଲରୁ ଅଗ୍ନିକାଣ୍ଡ ଭଳି ଘଟଣା ସାମ୍ନାକୁ ଆସୁଛି । ଯାହାକି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି।