ପ୍ରମୂଖ ଖବର
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଅଘଟଣ : ମୃତକଙ୍କ ପରିବାରକୁ ୨୫ ଲକ୍ଷ ସହାୟତା, ସ୍ତ୍ରୀଙ୍କୁ ଚାକିରି ସହ ପିଲାଙ୍କ ପଢା ଖର୍ଚ୍ଚ ଦେବ କମ୍ପାନୀ

Published By : Rasmita Pradhan | January 18, 2025 12:30 PM

ରାଜଗାଙ୍ଗପୁର, ୧୮/୦୧ : ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ କୋଇଲା ହପର୍ ଭୁଶୁଡ଼ିବା ଘଟଣା। ଭଗ୍ନାବଶେଷ ତଳୁ ମିଳିଲା ଆଉ ଜଣେ ଶ୍ରମିକଙ୍କ ମୃତଦେହ। ପୂର୍ବରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏବେ ଆଉ ଜଣଙ୍କ ମୃତଦେହ ମିଳିଛି। ଜଣେ ମୃତକଙ୍କ ପରିଚୟ ମିଳିବା ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମୃତକ ଜଣଙ୍କ ଦାଶରଥୀ ପାତ୍ର ବୋଲି ଜଣାପଡ଼ିଛି। 

ଏହି ଖବରଟିକୁ ପଢନ୍ତୁ-ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଅଘଟଣ : ଦୀର୍ଘ ୩୬ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ୨ ମୃତଦେହ ଉଦ୍ଧାର

କମ୍ପାନୀ ପକ୍ଷରୁ ମୃତ ଦାଶରଥୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ୧୦ ଲକ୍ଷ ଇନ୍ସୁରାନ୍ସ ଟଙ୍କା ସହିତ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ଘୋଷଣା କରାଯାଇଛି। ଏନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ମୃତ ଦାଶରଥୀଙ୍କ ୨ ପିଲାଙ୍କ +୨ ଯାଏ ପାଠପଢା ଖର୍ଚ୍ଚ ସହ ସ୍ତ୍ରୀଙ୍କୁ ଚାକିରି ଘୋଷଣା କରାଯାଇଛି। ତେବେ ଅନ୍ୟ ୨ ମୃତକଙ୍କ ପରିଚୟ ମିଳିବା ପରେ ସେମାନଙ୍କ ପରିବାର ସହ କଥା ହେବୁ ବୋଲି ଉପଜିଲ୍ଲାପାଳ କହିଛନ୍ତି।  

ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟାରେ ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାରଖାନାର ବଙ୍କରରେ ଦୁର୍ଘଟଣା ଘଟିଥିଲା। ହଠାତ୍‌ ପାୱାର ପ୍ଲାଣ୍ଟର ବଏଲର ନିକଟରେ ଥିବା ୫୦୦ ଟନ୍‌ କ୍ଷମତା ବିଶିଷ୍ଟ କୋଇଲା ବଙ୍କରର ଦୁଇଟି ହପର ଭୁଶୁଡ଼ି ପଡ଼ିଥିଲା । ଗୋଟିଏ ହପର ସମ୍ପୂର୍ଣ୍ଣ ଏବଂ ଅନ୍ୟଟି ଆଂଶିକ ଭୁଶୁଡ଼ିଥିଲା । ଫଳରେ ହପରରେ ଗଚ୍ଛିତ ଶହ ଶହ ଟନ କୋଇଲା ତଳେ କାର୍ଯ୍ୟରତ କେତେଜଣ କର୍ମଚାରୀ ପୋତି ହୋଇ ଯାଇଥିଲେ। ଦୁର୍ଘଟଣାର ୫ ଘଣ୍ଟା ପରେ ୩ଜଣ କର୍ମଚାରୀ ନିଖୋଜ ଥିବା ତହସିଲଦାର ସ୍ପଷ୍ଟ କରିଥିଲେ । ଫିଟରମ୍ୟାନ୍‌ ରାଜଗାଙ୍ଗପୁର ମଧୁସୂଦନ କଲୋନିରେ ରହୁଥିବା ଦଶରଥ ପାତ୍ର (୪୨),  ଆଇଟି କଲୋନି ନିବାସୀ ରଞ୍ଜିତ ଭୋଳ (୩୨)  ଏବଂ ବଏଲର ଅପରେଟର ସୁଶାନ୍ତ ରାଉତ  (୫୫) ନିଖୋଜ ଥିଲେ। ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ବିଭାଗର ଉପନିର୍ଦ୍ଦେଶକଙ୍କ ଉପସ୍ଥିତିରେ ୨ ଓଡ୍ରାଫ ଟିମ୍‌ ଓ ୪ ଅଗ୍ନିଶମ ଟିମ୍‌ର ପ୍ରାୟ ୧୦୦ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ହପର ଲୁହା ଷ୍ଟ୍ରକଚରକୁ କଟାଯାଇ ୩ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.