ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ମିଥୁନ ରାଶିରେ ମାର୍ଗୀ ଚଳନ କରିବେ ମଙ୍ଗଳ, ସତର୍କ ହୋଇଯାନ୍ତୁ ଏହି ୫ ରାଶିର ବ୍ୟକ୍ତି

Published By : Harapriya Sethi | February 15, 2025 2:55 PM

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ଗ୍ରହମାନଙ୍କର ସେନାପତି ଭାବରେ ଗଣନା କରାଯାଏ । ମଙ୍ଗଳ ସାହସ, ବୀରତ୍ୱ ଏବଂ ପରାକ୍ରମ ସହ କ୍ରୋଧ, ବଳ, ଚଞ୍ଚଳତାର କାରକ ବୋଲି ମାନ୍ୟତା ରହିଛି । ରାଶିରେ ମଙ୍ଗଳ ଭାରୀ ହେବା ଦ୍ୱାରା ବ୍ୟକ୍ତି ଅଧିକ କ୍ରୋଧୀ, ସ୍ୱାଭିମାନୀ ଏବଂ ସାହସୀ ହୋଇଥାନ୍ତି । ଗ୍ରହ ଗୁଡ଼ିକ ନିରନ୍ତର ଭାବରେ ୧୨ ଟି ରାଶିରେ ଚଳପ୍ରଚଳ କରିଥାନ୍ତି । ଗୋଟିଏ ରାଶିରୁ ଆଉ ଏକ ରାଶିରେ ପ୍ରବେଶ କରିବା ଦ୍ୱାରା ଏହାର ଫଳାଫଳ ସମସ୍ତ ରାଶି ଉପର ପଡ଼ିଥାଏ । ଚଳିତ ମାସ ଫେବୃୟାରୀ ୨୪ ତାରିଖରେ ମିଥୁନ ରାଶିରେ ମାର୍ଗୀ ଚଳନ ଅର୍ଥାତ ସିଧାସଳଖ ଭାବରେ ଗତି କରିବେ ମଙ୍ଗଳ । ମିଥୁନ ରାଶିର ମାର୍ଗୀ ହେବା ପରେ ଏହାର ପ୍ରଭାବ ଅନ୍ୟ ରାଶିମାନଙ୍କ ଉପରେ ମଧ୍ୟ ପଡ଼ିବ । ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ବ୍ୟକ୍ତିଙ୍କୁ ଏହି ସମୟରେ ସତର୍କ ହୋଇ ରହିବାକୁ ପଡ଼ିବ । 

ଚଳିତ ମାସ ଅର୍ଥାତ ଫେବୃୟାରୀ ୨୪ ତାରିଖରେ ମଙ୍ଗଳ ମିଥୁନ ରାଶିର ମାର୍ଗୀ ହେବେ । ଏହି ଦିନ ସକାଳ ୫ଟା ୧୭ ମିନିଟ୍‌ରେ ନିଜର ଚଲାପଥରେ ପରିବର୍ତ୍ତନ କରିବେ ମଙ୍ଗଳ । ଏହି ସମୟରେ ୫ଟି ରାଶିର ବ୍ୟକ୍ତିଙ୍କୁ ଖାସ୍‌ କରି ସତର୍କ ରହିବାକୁ ପଡ଼ିବ । ମଙ୍ଗଳଙ୍କର ଏହି ମାର୍ଗୀ କାରଣରୁ ୫ଟି ରାଶିର ବ୍ୟକ୍ତିଙ୍କୁ ସାବଧାନ ହୋଇ ରହିବାକୁ ପଡ଼ିବ ।

କର୍କଟ- କର୍କଟ ରାଶିର ବ୍ୟକ୍ତିଙ୍କୁ ନିଜର ଖର୍ଚ୍ଚ ପ୍ରତି ବିଶେଷ ଭାବରେ ଧ୍ୟାନ ଦେଇ ସତର୍କ ରହିବାକୁ ପଡ଼ିବ । ଏହି ୟମୟରେ ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ମିଶ୍ରିତ ପରିଣାମ ମିଳିପାରେ । କେବଳ ସେତିକି ନୁହେଁ, ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍‌ । ଯାତ୍ରା କରିବା ସମୟରେ ସାବଧାନ ରହି ଗାଡ଼ି ଚଳାଇବା ଉଚିତ୍‌ । 

କନ୍ୟା- ମଙ୍ଗଳ ମିଥୁନ ରାଶିରେ ମାର୍ଗୀ ଚଳନ କରିବା କାରଣରୁ କନ୍ୟା ରାଶିରେ ଏହାର ପ୍ରଭାବ ପଡ଼ିବ । ଏହି ରାଶିର ବ୍ୟକ୍ତିଙ୍କ ସ୍ୱଭାବ ଆକ୍ରମଣାତ୍ମକ ହୋଇପାରେ । ସେଥିଲାଗି ବିବାଦ ହେବାର ସମ୍ଭାବନା ରହିଛି । ତେଣୁ ସବୁବେଳେ ସତର୍କ ରୁହନ୍ତୁ । ଏଥି ସହିତ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟର ମଧ୍ୟ ଧ୍ୟାନ ରଖିବାକୁ ପଡ଼ିବ । ଯାନବାହନ ଚଳାଚଳ ସମୟରେ ସାବଧାନ ହେବାର ଆବଶ୍ୟକତା ରହିଛି । 

ବିଛା- ଅର୍ଥ ସଞ୍ଚୟ କରିବାକୁ ଆପଣ ସମସ୍ତ ପ୍ରୟାସ କରି ମଧ୍ୟ ବିଫଳ ହେବ । ଆପଣଙ୍କ ଖର୍ଚ୍ଚ ବୃଦ୍ଧି ହେବା ସହ ଅର୍ଥ ହାନି ମଧ୍ୟ ହୋଇପାରେ । ଏହି ସମୟରେ ଆପଣଙ୍କ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ତେଣୁ ସେଥିପ୍ରତି ସତର୍କ ରୁହନ୍ତୁ । ଏହି ସମୟରେ ଆପଣ କୌଣସି ଆଇନଗତ ବିବାଦର ଶିକାର ହୋଇ ପାରନ୍ତି । 

ଧନୁ- ଆପଣଙ୍କ ବୃତ୍ତିଗତ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ଅର୍ଥ ସମ୍ୱନ୍ଧୀୟ ମାମଲାରେ ଆପଣଙ୍କୁ ସତର୍କ ରହି କାମ କରିବାକୁ ପଡ଼ିବ । ଏହି ସମୟରେ ନିବେଶ ପ୍ରତି ସାବଧାନ ହୋଇ ରହିବାକୁ ପଡ଼ିବ । କଥାବାର୍ତ୍ତା କରିବା ବେଳେ ସତର୍କ ରହିବାକୁ ହେବ । ବିଶେଷ କରି କଥାବାର୍ତ୍ତା କରିବା ବେଳେ ନିଜକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି । 

ମୀନ- ମଙ୍ଗଳଙ୍କ ମିଥୁନ ରାଶିର ମାର୍ଗୀ ହେବା କାରଣରୁ ମୀନ ରାଶିର ବ୍ୟକ୍ତି ବିଶେଷ ଭାବରେ ପ୍ରଭାବିତ ହେବେ । ଏହି ସମୟରେ ମୀନ ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ କିଛି କ୍ଷତି ସହିବାକୁ ପଡ଼ିପାରେ । ଜୀବନରେ ହଠାତ୍‌ କୌଣସି ବଡ଼ ସମସ୍ୟା ଆସିପାରେ । ଦାମ୍ପତ୍ୟ ଜୀବନରେ ମଧ୍ୟ କଳହ ସୃଷ୍ଟି ହୋଇପାରେ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.