ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ମହାକୁମ୍ଭରେ ସ୍ନାନ ପରେ ନିଶ୍ଚୟ କରନ୍ତୁ ଏହି କାମ, ନଚେତ୍ ପୁଣ୍ୟରୁ ହେବେ ବଞ୍ଚିତ...

Published By : Harapriya Sethi | February 14, 2025 2:50 PM

ନୂଆଦିଲ୍ଲୀ,୧୪/୦୨: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ । ଏଠାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆସ୍ଥାର ବୁଡ଼ ପକାଇ ନିଜର ଇଷ୍ଟ ଦେବତାଙ୍କୁ ଆରାଧନା କରୁଛନ୍ତି । ମାଘ ପୂର୍ଣ୍ଣିମା ପରେ ପରବର୍ତ୍ତୀ ପବିତ୍ର ବୁଡ଼ ମହାଶିବରାତ୍ରିରେ ହେବାକୁ ଯାଉଛି । ଯାହାକୁ ଅତି ବ୍ୟାକୁଳତାର ସହ ଅପେକ୍ଷା କରି ରହିଛନ୍ତି ଭକ୍ତଗଣ । କାରଣ ଏହି ଦିନ ସମାପ୍ତ ହେବ ମହାକୁମ୍ଭ । ପବିତ୍ର ମହାଶିବରାତ୍ରି ଅର୍ଥାତ ଫେବୃୟାରୀ ୨୬ ତାରିଖରେ ସମଗ୍ର ବିଶ୍ୱ ପ୍ରୟାଗରାଜରେ ଶେଷଥର ପାଇଁ ପକାଇବ ପବିତ୍ର ବୁଡ଼ । ମାନ୍ୟତା ରହିଛି ଯେ, ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ଦ୍ୱାରା ଆତ୍ମାକୁ ମୋକ୍ଷ ମିଳିଥାଏ । 

ଯଦି ଆପଣ ମହାକୁମ୍ଭରେ ବୁଡ଼ ପକାଇବାକୁ ଯିବାକୁ ମନସ୍ଥ କରିଛନ୍ତି, ତେବେ କିଛି ବିଶେଷ କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ । କାରଣ ଏହା ବିନା ମହାକୁମ୍ଭରେ ଆପଣଙ୍କ ସ୍ନାନ ରହିଯିବ ଅଧୁରା । ତେବେ ଆସନ୍ତୁ ଜାଣିବା କୁମ୍ଭ ସ୍ନାନ ପରେ କେଉଁ କେଉଁ କାମ କରିବା ଉଚିତ୍‌ । 

ମହାକୁମ୍ଭରେ ସ୍ନାନ କରିବା ପରେ ସର୍ବ ପ୍ରଥମେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ । ଏହା ପରେ ଚଉଁରା ଚାରିପାଖରେ ପରିକ୍ରମା କରନ୍ତୁ । ଏହି କାର୍ଯ୍ୟ ବିନା ସ୍ନାନ ଅଧୁରା ରହିଥାଏ ବୋଲି ମାନ୍ୟତା ରହିଛି । ଚଉଁରା ଚାରିପାଖରେ ପରିକ୍ରମା କରିବା ସମୟରେ ‘ମହାପ୍ରସାଦ ଜନନୀ, ସର୍ବ ସୌଭାଗ୍ୟବର୍ଧିନୀ ଆଧି ବ୍ୟାଧି ହରା ନିତ୍ୟଂ, ତୁଳସୀ ତ୍ୱଂ ନମୋସ୍ତୁତେ’ ମନ୍ତ୍ର ଜପ କରନ୍ତୁ । ମହାକୁମ୍ଭରେ ସ୍ନାନ କରିବା ପରେ ନିଜ କ୍ଷମତା ଅନୁଯାୟୀ ଅଭାବୀଙ୍କୁ କିଛି ନା କିଛି ନିଶ୍ଚୟ ଦାନ କରନ୍ତୁ । ସ୍ନାନ କରିବା ପରେ ଦାନ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ଏବଂ ପିତୃ ପୁରୁଷଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ।

ମହାକୁମ୍ଭରେ ସ୍ନାନ ଏବଂ ଦାନ କରିବା ପରେ ହନୁମାନ ମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରନ୍ତୁ । ମାନ୍ୟତା ରହିଛି ଯେ, ବୁଡ଼ ପକାଇବା ପରେ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ଦ୍ୱାରା ଏହି ଧାର୍ମିକ ଯାତ୍ରା ସମ୍ପୂର୍ଣ୍ଣ ହୋଇଥାଏ । ଏହା ପରେ ବରଗଛକୁ ନିଶ୍ଚୟ ପୂଜା କରନ୍ତୁ । ବରଗଛକୁ ପୂଜା ନକରିବା ଦ୍ୱାରା ସ୍ନାନର କୌଣସି ମୂଲ୍ୟ ରହି ନଥାଏ । ପ୍ରଭୁ ଶ୍ରୀରାମ ମଧ୍ୟ ଗଙ୍ଗା ନଦୀକୁ ପାର ପାର କରିବା ପୂର୍ବରୁ ଅକ୍ଷୟ ବରଗଛର ପୂଜା କରିଥିଲେ ।

  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.