ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କାହିଁକି ପାଳନ କରାଯାଇଥାଏ ମାଘ ପୂର୍ଣ୍ଣିମା ? ଜାଣନ୍ତୁ ଏହି ଦିନରେ ସ୍ନାନ ଏବଂ ଦାନର ମହତ୍ତ୍ୱ...

Published By : Harapriya Sethi | February 10, 2025 7:58 AM

ନୂଆଦିଲ୍ଲୀ, ୧୦/୦୨: ଦିନ୍ଦୁ ଧର୍ମରେ ମାଘ ମାସର ପୂର୍ଣ୍ଣିମା ତିଥିକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ଦିନ ଭଗବାନ ବିଷ୍ଣୁ, ମା ଲକ୍ଷ୍ମୀ ଏବଂ ଚନ୍ଦ୍ର ଦେବତାଙ୍କୁ ପୂଜା କରାଯାଏ । ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ଚଳିତ ବର୍ଷ ଫେବୃୟାରୀ ୧୨ ତାରିଖରେ ମାଘ ପୂର୍ଣ୍ଣିମା ପଡ଼ୁଛି । ଏହି ଦିନକୁ ମାଘୀ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଇଥାଏ । ଏହି ବିଶେଷ ଦିନରେ ଗଙ୍ଗା ନଦୀରେ ସ୍ନାନ କରି ଦାନ ଆଦି ପୁଣ୍ୟ କାର୍ଯ୍ୟ କରିବା ଦ୍ୱାରା ଶୁଭଫଳ ମିଳିଥାଏ । ମାନ୍ୟତା ରହିଛି ଯେ, ଏପରି କରିବା ଦ୍ୱାରା ସାଧକକୁ ମୋକ୍ଷ ମିଳିବା ସହ ସମସ୍ତ ପାପରୁ ମୁକ୍ତି ମିଳିଥାଏ । ଶାସ୍ତ୍ର ଅନୁଯାୟୀ, ମାଘ ପୂର୍ଣ୍ଣିମା ଦିନ ଗଙ୍ଗା, ଯମୁନା ସମେତ ଅନ୍ୟ ପବିତ୍ର ନଦୀରେ ସ୍ନାନ କରିବା ଦ୍ୱାରା ସବୁ ପ୍ରକାରର କଷ୍ଟରୁ ରକ୍ଷା ମିଳିଥାଏ । ଆସନ୍ତୁ ଜାଣିବା, ମାଘ ପୂର୍ଣ୍ଣିମାର ଶୁଭ ତିଥି ଏବଂ ସ୍ନାନ ଦାନ ଆଦିର ମହତ୍ତ୍ୱ ।

ମାଘ ପୂର୍ଣ୍ଣିମାର ଶୁଭ ତିଥି-

ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ମାଘ ମାସର ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥି ଫେବୃୟାରୀ ୧୧ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରୁ ଆରମ୍ଭ କରି ଏହାର ପରଦିନ ଅର୍ଥାତ ଫେବୃୟାରୀ ୧୨ ତାରିଖ ସନ୍ଧ୍ୟା ୭ଟା ୨୨ ମିନିଟରେ ସମାପ୍ତ ହେବ । ଉଦୟାତିଥି ଅନୁଯାୟୀ, ଫେବୃୟାରୀ ୧୨ ତାରିଖରେ ମାଘ ପୂର୍ଣ୍ଣିମା ପାଳନ ହେବ । ଚଳିତ ବର୍ଷର ମାଘ ପୂର୍ଣ୍ଣିମା ଦିନ ସୌଭାଗ୍ୟର ସଂଯୋଗ ହେଉଛି । ଏହି କାରଣରୁ ମାଘ ପୂର୍ଣ୍ଣିମାର ପବିତ୍ର ଦିନରେ ସ୍ନାନ ଏବଂ ଦାନ ଆଦି କର୍ମର ମହତ୍ତ୍ୱ ଅନେକ ଗୁଣ ବଢିଯାଏ । 

ମାଘ ପୂର୍ଣ୍ଣିମା ଦିନ ସ୍ନାନ ଏବଂ ଦାନର କଣ ରହିଛି ମହତ୍ତ୍ୱ ?

ଧାର୍ମିକ ମାନ୍ୟତା ଅନୁଯାୟୀ, ମାଘ ପୂର୍ଣ୍ଣିମାରେ ପବିତ୍ର ନଦୀରେ ସ୍ନାନ କରିବା ଦ୍ୱାରା ସାଧକର ସମସ୍ତ ପାପ କ୍ଷୟ ହୋଇଥାଏ । ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ବିଶେଷ କରି ଏହି ଦିନ ଗଙ୍ଗା ନଦୀରେ ସ୍ନାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ସେଥିପାଇଁ ଏହି ପବିତ୍ର ଦିନରେ ସାକାଳୁ ଶୀଘ୍ର ଶଯ୍ୟା ତ୍ୟାଗ କରି ବ୍ରହ୍ମ ମୁହୂର୍ତ୍ତରେ ପବିତ୍ର ନଦୀରେ ସ୍ନାନ କରିବା ଉଚିତ । ଏହି ଦିନ ଅନ୍ନ, ଧନ, ରାଶି, ଗୁଡ଼ ଏବଂ ଘିଅ ଇତ୍ୟାଦି ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ଦିନ ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ଶ୍ରାଦ୍ଧ, ତର୍ପଣ ଏବଂ ପିଣ୍ଡଦାନ ମଧ୍ୟ କରାଯାଏ । ଏହା ସହ ଗରିବ ତଥା ଅସହାୟ ଲୋକଙ୍କୁ ଖାଦ୍ୟ ପଦାର୍ଥ ଦାନ କରିବା ଉଚିତ । ଏପରି କରିବା ଦ୍ୱାର ସୁଖ ସମୃଦ୍ଧିର ଆଗମନ ହେବା ସହ ସମସ୍ତ ପାପ ନଷ୍ଟ ହୋଇଥାଏ ।    

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.