ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଦେଖା ଚାହାଁରୁ ପ୍ରେମ..ପ୍ରତିଶ୍ରୁତି ଦେଇ ସମ୍ପର୍କ, ବିବାହ ପାଇଁ କହିବାରୁ ମାରିବାକୁ ଧମକ, ପ୍ରେମିକ ନାଁରେ ଏତଲା...

ଜୟପୁର,୧୭/୦୬: ଦେଖା ଚାହାଁରୁ ପ୍ରେମ । ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଏବଂ ପରେ  ପ୍ରତାରଣା । ଲଭ୍‌, ସେକ୍ସ ଏବଂ ଧୋକାର ଶିକାର ହୋଇଛନ୍ତି ବୋରିଗୁମ୍ମା ବି.ସିଂହପୁର ଥାନା ଅଞ୍ଚଳର ଜଣେ  ଯୁବତୀ(୨୨) । ସେ ତାଙ୍କ ପ୍ରେମିକଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଅନିତା କୁଜୁର କହିଛନ୍ତି ।  

ପୁଲିସ ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ଯେତେବେଳେ ନାବାଳିକା ଥିଲେ, ଅଭିଯୁକ୍ତ ଯୁବକଙ୍କ ସହ ସାକ୍ଷାତ ହୋଇଥିଲା । ଦେଖାଚାହାଁରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପୂର୍ବ ପରିଚୟ କାରଣରୁ ଉଭୟଙ୍କ ପରିବାର ଲୋକେ ବିରୋଧ କରି ନଥିଲେ । ଦିନେ ସୁଯୋଗ ଦେଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ଯୁବକ । ବିରୋଧ ସତ୍ତେ୍ୱ ଶାରୀରିକ ସମ୍ପର୍କ ରଖିଥିଲେ । ବିବାହ ପ୍ରତିଶ୍ରୁତି ଦେଇ ଏକାଧିକବାର ଦୁଷ୍କର୍ମ କରିଥିଲେ । ଏଭିତରେ  ୭ ବର୍ଷ ବିତିଗଲାଣି । ଗତ ୫ ତାରିଖରେ ଯୁବତୀଙ୍କ ଘରେ ପହଞ୍ଚିଥିଲେ ଯୁବକଜଣଙ୍କ । ଅପହରଣ କରି ବାଇକ୍‌ରେ ବସାଇ ମାଲକାନଗିରି ନେଇଯାଇଥିଲେ । ସେଠାରେ ପୁଣି ଦୁଷ୍କର୍ମ କରିଥିଲେ । ବିବାହ ଲାଗି ଚାପ ପକାଇବାରୁ ୯ ତାରିଖରେ ଖାଇବାକୁ କିଛି ଔଷଧ ଦେଇଥିଲେ । ଔଷଧ  ଖାଇ ଅସୁସ୍ଥ ହୋଇପଡ଼ିଥିଲେ ଯୁବତୀଜଣଙ୍କ । ସେଠାକାର ଡାକ୍ତରଖାନାରେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ରାତିରେ ଏକ ବସ୍‌ରେ ବସାଇ ଜୟପୁର ପଠାଇ ଦେଇଥିଲେ । ଘଟଣା ସମ୍ପର୍କରେ  ଜଣାପଡିବା ପରେ ଯୁବତୀଙ୍କୁ ଘରକୁ ନେଇ ନଥିଲେ ପରିବାର  ଲୋକ । ବାଧ୍ୟହୋଇ ସେ ଜଣେ ସମ୍ପର୍କୀୟ ଘରେ ରହିଥିଲେ । ମୋବାଇଲ୍‌ ଫୋନ୍‌ରେ ଯୋଗାଯୋଗ କରିବାରୁ ବିବାହ କରିବେନି ବୋଲି ଅଭିଯୁକ୍ତ ରୋକଠୋକ୍‌ ଶୁଣାଇଥିଲେ । କାହାକୁ କହିଲେ ମାରିଦେବାକୁ ଧମକ ଦେଇ ଫୋନ୍‌ କାଟି ଦେଇଥିଲେ । ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା । ଏସ୍‌ଆଇ  ଶକୁନ୍ତଳା ଦେବୀ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.