ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର

ଭୁବନେଶ୍ୱର ୧୬/୦୬: ଆଜି ଶେଷ ରଜ ଉତ୍ସବ। ଆଜି ଭୂମି ଦହନ, ସୋମବାର ବସୁମତୀ ସ୍ନାନ ହେବେ। ଶେଷ ରଜକୁ ଧୁମଧାମରେ ପାଳନ କରୁଛନ୍ତି କୁଆଁରୀ। ସେଥିପାଇଁ  ରଜରେ ପିଠା, ମିଠା, ପାନର ବାସ୍ନାରେ ଗାଁଠୁ ସହର ମହକି ଉଠୁଛି। ରାଜ୍ୟର ଅନେକ ସ୍ଥାନ ବିଶେଷ କରି ଉପକୂଳ ଜିଲ୍ଲା ଗୁଡିକରେ ପିଠା , ମିଠା , ପାନ ଓ ଦୋଳିର ଆସର ସାଙ୍ଗକୁ ପାରମ୍ପରିକ ନାଚଗୀତର ପ୍ରତିଯୋଗୀତା, ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ରଜ ମାହୋଲ।

ଭୂମି ଦହନରେ ମାଟିରେ ଗାରଟିଏ ପକାଇବା ବି ନିଷେଧ ।  ବସୁମତୀ ଗାଧୁଆ ଦିନ ଭୋରରୁ ସ୍ତ୍ରୀଲୋକମାନେ ପିଢ଼ା ଉପରେ ଶିଳପୁଆ ଓ ଲଙ୍ଗଳର ଫାଳକୁ ଥୋଇ ରଜସ୍ୱଳା ପୃଥିବୀକୁ ହଳଦୀ ପାଣିରେ ଗାଧୋଇଦେଇ  ସିନ୍ଦୂର, କଜଳ ଲାଗାଇଦେଇ ମାଟିମା'ର ପୂଜା କରିଥାନ୍ତି । ପ୍ରତ୍ୟେକଟି ଘରେ  ବସୁମତୀ ଗାଧୁଆ କରାଯାଇଥିବାରୁ ଆମେ ମାଟିମା’ର ପୂଜା କରୁଛୁ ବୋଲି  ଭାବି ନେଇଥାଉ । ରଜସଂକ୍ରାନ୍ତି ମିଥୁନ ମାସରେ ପଡ଼ିଥିବାରୁ ଏହାକୁ ମଧ୍ୟ  ମିଥୁନ ସଂକ୍ରାନ୍ତି କୁହାଯାଏ । ମାଟିମା'କୁ କାଳେ କଷ୍ଟ ହେବ, ଏଣୁ ମାଟିରେ  ଚାଲିଲାବେଳେ ଝିଅପିଲାମାନେ କଦଳୀପଟୁଆ ବା ଗୁଆପଟୁଆରେ ଜୋତା କରି  ଖୋଳ ମଡ଼ାଇ ଯିବାଆସିବା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଏକ ଲୋକଗୀତ  ବେଶ ପ୍ରଣିଧାନଯୋଗ୍ୟ ‘ରାଶିରୁ ଛାଡ଼ିଲା ଚୋପା, ପାଦରେ ନାଇଚୁ ଗୁଆ  ଖୋଳପା, ଗୁଆ ଖୋଳାପ ଲୋ/ ମୁଣ୍ଡରେ ସିନ୍ଦୂର ଟୋପା...’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.