ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଆକାଶ ଆନନ୍ଦଙ୍କୁ ମିଳିଲା ମାୟାବତୀଙ୍କ ଆଶୀର୍ବାଦ, ପୁଣି କରାଗଲା ଉତ୍ତରାଧିକାରୀ

ଲକ୍ଷ୍ନୌ :  ଉତ୍ତର ପ୍ରଦେଶରେ ବିଏସପି ( ବହୁଜନ ସମାଜ ପାର୍ଟି) ପ୍ରମୁଖ ମାୟାବତୀ ଲୋକସଭା ନିର୍ବାଚନରେ ପାର୍ଟିର ଶୋଚନୀୟ ପରାସ୍ତର ସମୀକ୍ଷା ପାଇଁ ରବିବାର ପ୍ରମୁଖ ବୈଠକ କରିଛନ୍ତି। ବୈଠକ ବେଳେ ମାୟାବତୀ ନିଜ ଭଣଜା ଆକାଶ ଆନନ୍ଦଙ୍କ ମଥାରେ ହାତ ରଖି ଆଶୀର୍ବାଦ ଦେବାର ନଜର ଆସିଛି। ଏହାର କିଛି ସମୟ ପରେ ଆକାଶ ଆନନ୍ଦଙ୍କ ବିଏସପିରେ ପୁଣି ଫେରିବାକୁ ଘୋଷଣା ହୋଇଛି। 

ମାୟାବତୀ ଆକାଶ ଆନନ୍ଦଙ୍କୁ ପୁଣି  ନିଜର ଉତ୍ତରାଧିକାରୀ କରିଛନ୍ତି।  ଆକାଶ ଆନନ୍ଦଙ୍କୁ ନ୍ୟାସନାଲ କୋଅର୍ଡିନେଟରର ପଦ ଦିଆଯାଇଛି। ଉଲ୍ଲେଖନୀୟ ଯେ, ଭଣଜା ଆକାଶ ଆନନ୍ଦଙ୍କର ରିଲଞ୍ଚିଂର ପ୍ରସ୍ତୁତି ପୂର୍ବରୁ ଚାଲିଥିଲା। ବିଏସପି ସୁପ୍ରିମୋ ମାୟାବତୀ ସମୀକ୍ଷା ବୈଠକ ପୂର୍ବରୁ ପୂର୍ବରୁ ହିଁ ଏହାର ସଙ୍କେତ ଦେଇଥିଲେ। ମାୟାବତୀ ଗତ ଶନିବାର ଭଣଜା ଆକାଶ ଆନନ୍ଦଙ୍କୁ ପଞ୍ଜାବ ଓ ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ କରିଛନ୍ତି। ବିଏସପି ନେତା ଆକାଶ ଆନନ୍ଦଙ୍କୁ ଷ୍ଟାର ପ୍ରଚାରର ତାଲିକାରେ ଦ୍ୱିତୀୟ ସ୍ଥାନରେ ଜାଗା ମିଳିଛି।

ଆପଣଙ୍କୁ କହି ରଖୁଛୁ କି , ବିଏସପି ସୁପ୍ରିମୋ ମାୟାବତୀ ଲୋକସଭା ନିର୍ବାଚନ ପାଇଁ ଜାରି ୨୦ ଷ୍ଟାର ପ୍ରଚାରକଙ୍କ ତାଲିକାରେ ତାଙ୍କୁ ୨ୟ ନମ୍ୱରର ଷ୍ଟାର୍‌ ପ୍ରଚାରକ କରିଥିଲେ । ତାଙ୍କୁ ଷ୍ଟାର ପ୍ରଚାରକ ହେବା ପରେ କିଛି କ୍ଷଣ ପୂର୍ବରୁ ମାୟାବତୀ ତାଙ୍କୁ ନିଜର ଉତ୍ତରାଧିକାରୀ ଘୋଷିତ କରିଥିଲେ। ଲୋକସଭା ନିର୍ବାଚନରେ ଆକାଶ ଆନନ୍ଦଙ୍କ ସବୁଠୁ ଅଧିକ ସଭା ମଧ୍ୟ ୟୁପିଏରେ ହୋଇ ଥିଲା। କିନ୍ତୁ ସୀତାପୁରରେ ନିର୍ବାଚନୀ ସଭା ବେଳେ ତାଙ୍କ ଦ୍ୱାରା ଦିଆଯାଇ ଥିବା ବିବାଦିତ ବୟାନ ପରେ ତାଙ୍କ ବିରୋଧରେ ଏଫଆଇଆର ହେବା କ୍ଷଣି, ମାୟାବତୀ ଆକାଶଙ୍କ ସବୁ କାର୍ଯ୍ୟକ୍ରମରେ ରୋକ ଲଗେଇ ଥିଲେ। ଖାଲି ଏତିକି ନୁହେଁ ମେ ମାସରେ ରାଷ୍ଟ୍ରୀୟ କୋଅର୍ଡିନେଟର ପଦରୁ ହଟା ଯିବା ସହ ନିଜ ଉତ୍ତରାଧିକାରୀର ଦାୟିତ୍ୱରୁ ମୁକ୍ତ କରିଥିଲେ।

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.