ପ୍ରମୂଖ ଖବର
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ରଥଖଳା ହାଲ୍‌ଚାଲ୍‌...ରଥରେ ପଡ଼ିଲା ଖଦିଓରା, ତିନି ରଥ ଚାରିପଟେ ଚଉଦନାହାକା ବୁଲିବ

ପୁରୀ,୨୩/୦୬: ତିନି ରଥରେ ଖଦିଓରା ପଡ଼ିଛି । ଦଣ୍ଡା ଉପରେ ଖଦିଓରା କାଠ ଖଞ୍ଜାଗଲା । ଏଥିରେ ବିନ୍ଧ ସରିଛି । ଖଦିଓରାରେ ଭୁଞ୍ଜା ହେବ ଚଉଦନାହାକା । ରବିବାର  ତିନି ରଥ ଚାରିପଟେ ଚଉଦନାହାକା ବୁଲିବ ବୋଲି ନିର୍ମାଣକାରୀ କହିଛନ୍ତି । ଚଉଦନାହାକା କାଠ ସବୁ ରଥ ଚାରିପଟେ ସାଇତା ଯାଇଛି । ଏପଟେ  ରଥଖଳାରେ ରଥର ଦ୍ୱିତୀୟ ଭୂଇଁର  ଫ୍ରେମ୍‌ ଶେଷ ହୋଇଛି । ଏଥିସହ  ବିଶ୍ୱକର୍ମାମାନେ କଞ୍ଚା କାଠରେ  ଗାରେଡ଼ି ତିଆରୁଛନ୍ତି ।  

ଶନିବାର ସକାଳୁ ଚଉଦନାହାକା ବୁଲିବା ପାଇଁ ପ୍ରସ୍ତୁତି  ଆରମ୍ଭ ହୋଇଥିଲା ।  ଖଦି ଓରା ହେଉଛି  ନଡିଆ କାଠର ଗଡ ।  ଗୋଟିଏ ଖଦି ଓରାରେ ଦୁଇଟି ବିନ୍ଧ ହୋଇଥିଲା । ଚଉଦନାହାକା ସାଲ ଖଦିଓରା ବିନ୍ଧରେ ଭୁଞ୍ଜାହେବ । ରଥଖଳାରେ ତିନି ରଥର ୨ୟ ଭୂଇଁ ଫ୍ରେମ୍‌ ଶେଷ ହୋଇଛି । ଗାରେଡ଼ି  ହେଉଛି ଦୁଆରଘଡ଼ାର  ଏକ ଅଂଶ । ଏହା  କଞ୍ଚା କାଠରେ ପ୍ରସ୍ତୁତ  ହୁଏ । ଗୋଟିଏ ରଥରେ  ଚାରିପଟେ ଲାଗୁଥିବା ୪ ଦୁଆରଘଡ଼ା  ପାଇଁ ୨ଟି ଲେଖା ୮ ଗାରେଡ଼ି ତିଆରି  ହେଉଛି । ନନ୍ଦିଘୋଷ ରଥର ମୁଖ୍ୟ  ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର,  ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା  ନରସିଂହ ମହାପାତ୍ର ଓ ଦେବୀ ରଥର  ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ  ନିର୍ଦ୍ଦେଶ ଅନୁଯାଇ କାମ ଆଗଉଛି । ଚାର ପରିଛା ବିଶ୍ୱକର୍ମା ଚଉପଟ କରି  ରୂପକାରଙ୍କୁ ଦେଇଛନ୍ତି ଖୋଦେଇ  ପାଇଁ । ନାଟଗୋଡ଼ରେ ରାହୁରୂପ  ତିଆରୁଛନ୍ତି ରୂପକାର ।  

ରଥ ଅମିନଙ୍କ ପରାମର୍ଶରେ  ଭୋଇ ସେବକମାନେ ରଥଖଳାକୁ  କତରା ତିଆରି ପାଇଁ କାଠ  ଯୋଗାଇଛନ୍ତି । ଏମାନଙ୍କ କାମକୁ  ତାଳ ଦେଇ ଓଝା ସେବକମାନେ  ଲୁହା ସାମଗ୍ରୀ ତିଆରୁଛନ୍ତି । ଶନିବାର ରଥ  ନିର୍ମାଣରେ ୨୦୨ ଜଣ ନିୟୋଜିତ  ହୋଇଥିବା ଶ୍ରୀମନ୍ଦିର ଏପିଆର୍‌ଓ ଜିତେନ୍ଦ୍ର ମହାନ୍ତି କହିଛନ୍ତି।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.