ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ

ପୁରୀ,୨୩/୦୬: ସ୍ନାନପୂର୍ଣ୍ଣମୀ  ବିଳମ୍ବିତ ରାତିରେ ଅନବସର  ଘରେ ବିଜେ ହୋଇଛନ୍ତି ଦାରୁଦିଅଁ । ସ୍ନାନମଣ୍ଡପରେ ୧୦୮ଗରା ସୁନା କୂଅ ଜଳ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଦାରୁଦିଅଁ । ଏଣୁ ଜ୍ୱରରୁ ମୁକ୍ତି ପାଇଁ  ୧୩ ଦିନ ପର୍ଯ୍ୟନ୍ତ ଚାଲିବ ଠାକୁରଙ୍କ ଗୁପ୍ତ ନୀତି । ପୀଡ଼ିତଙ୍କୁ ଯେପରି ପଥି, ପାଚନ  ଏବଂ ଔଷଧ ଲୋଡ଼ା  ହୁଏ, ଠିକ୍‌ ସେଭଳି  ଶ୍ରୀବିଗ୍ରହଙ୍କ ସେବା । ଦଇତାପତି  ସେବକମାନେ ସାମୂହିକ ଭାବେ ଠାକୁରଙ୍କ ଏହି ଗୁପ୍ତ ସେବା ଆରମ୍ଭ କରିଛନ୍ତି । ଏହି ସମୟରେ ଠାକୁରଙ୍କୁ ଦର୍ଶନ ମନା । ଅନବସର ସମୟରେ ପୂଜା ପାଇବେ ପଟିଦିଅଁ । ଶନିବାର ବିଳମ୍ବିତ ରାତିରେ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ପଟିଦିଅଁ ।  



ମହାପ୍ରଭୁଙ୍କ ଚିତ୍ରକର ସେବକମାନେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ପଟିଦିଅଁଙ୍କୁ ନିର୍ମାଣ କରି ଅପେକ୍ଷା କରିଥିଲେ । ଠାକୁରଙ୍କ  ବାହୁଡ଼ା ପହଣ୍ଡି ପରେ  ଶ୍ରୀମନ୍ଦିର ପକ୍ଷରୁ ଛତି  ଓ କାହାଳୀର ପଟୁଆର  ଯାଇ ପଟିଦିଅଁଙ୍କୁ  ଆଣି ଶ୍ରୀମନ୍ଦିର ଜଗମୋହନରେ  ବିଜେ କରାଇଥିଲେ । ଅନବସରରେ  ଠାକୁରଙ୍କ ଗୁପ୍ତ ପୂଜା ସାଙ୍ଗକୁ ଜାରି  ରହିବ ପଟିଦିଅଁଙ୍କ ପୂଜାର୍ଚ୍ଚନା ।


ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ  ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ  ସ୍ଥାନରେ ଭୁବନେଶ୍ୱରୀ ଓ ବଡ଼ଠାକୁର  ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବଙ୍କୁ ପଟିଦିଅଁ ରୂପେ ପୂଜା  କରାଯାଏ । ଶ୍ରୀ ନାରାୟଣଙ୍କ ସମ୍ମୁଖରେ  ମଦନମୋହନ ଓ କୃଷ୍ଣ ବିଗ୍ରହ,  ମା ଭୁବନେଶ୍ୱରୀଙ୍କ ସମ୍ମୁଖରେ  ଭୂଦେବୀ ଓ ଶ୍ରୀଦେବୀ ଏବଂ ଶ୍ରୀ  ଅନନ୍ତ ବାସୁଦେବଙ୍କ ସମ୍ମୁଖରେ  ଦୋଳଗୋବିନ୍ଦ ଓ ନୃସିଂହଙ୍କ ପ୍ରତିମୂର୍ତ୍ତି  ଅଧିଷ୍ଠିତ ହୋଇଥାନ୍ତି। ବିଧିମୁତାବକ  ଜଗମୋହନରେ ବିଜେ ହୋଇଥିବା  ପଟିଦିଅଁଙ୍କୁ ଭକ୍ତମାନେ ଦର୍ଶନ କରି  ପୂଜାର୍ଚ୍ଚନା କରନ୍ତି । ଏହି ସମୟରେ  ଅଲାରନାଥଙ୍କୁ ଦର୍ଶନ କରିବାର ବିଧି ରହିଛି।

  • PrameyaOdia
  • prameya
  • Deva Snana Purnima 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.