ପ୍ରମୂଖ ଖବର
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଅଟୋ ଚାଳକଙ୍କୁ ମାଡ଼ ମାରି ପୁଲିସ ବାବୁ ହଟହଟା, ରସଗୋଲା ଖୋଇ ମନେଇଦେଲେ...

ପୁରୀ,୨୩/୦୬: ବାହାରୁ ଆସିଥିଲେ ପୁଲିସ ବାବୁ । ଅଟୋ ଚାଳକ ଥିଲେ ଲୋକାଲ ଟୋକା ।  ବାଟରେ ହେଲା କଥା କଟାକଟି । ଅଟୋ ଚାଳକ ପୁରୀ ବାଣି କରିବା ବେଳେ ବାବୁ ଦେଖାଇଲେ ବର୍ଦ୍ଦିର ଭାଉ ।  ଗାଡ଼ି ଭିତରେ ଲାଠି ପୁରାଇ ଚାଳକଙ୍କୁ ବାବୁ ପିଟି ଦେଇଗଲେ । ବାସ୍‌ ଏହାପରେ ଯେଉଁ ସବୁ ଘଟଣା ଘଟିଲା କେଉଁ ଘଣ୍ଟିକିଆ ନାଟକଠାରୁ ବି କମ୍‌ ନଥିଲା । 

ଖବର ଅନୁସାରେ ସ୍ନାନଯାତ୍ରା ପାଇଁ ସହରରେ ପୁଲିସ ଛାଉଣି । ଦରଜୀପୋଖରୀ ଛକଠାରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଥିଲା ସ୍ୱତନ୍ତ୍ର ବ୍ୟବସ୍ଥା । ଭିଆଇପି ରୋଡ ଦେଇ ବଡ଼ଦାଣ୍ଡକୁ ଆସୁଥିବା ଅଟୋ ଡାକ୍ତରଖାନା ଛକ ଆଡ଼କୁ ଛଡ଼ା ଯାଉଥିଲା । ଦରଜୀପୋଖରୀ ଛକଠାରୁ ହେରାଗୋହିରୀ ସାହି ଆଡ଼କୁ ଅଟୋ ଛଡ଼ା ଯାଉନଥିଲା । ଅପରାହ୍ନରେ  ସ୍କୁଲ୍‌ ପିଲା ନେବାଆଣିବା କରୁଥିବା ଏକ ଇ-ଅଟୋ ଦରଜୀପୋଖରୀଠାରୁ ହେରାଗୋହିରୀ ସାହି ଆଡ଼କୁ  ଯାଉଥିଲା । ଏହାକୁ ଅଟକାଇଥିଲେ ସେଠାରେ ଡ୍ୟୁଟିରେ ଥିବା ଜଣେ ପୁଲିସ ଅଧିକାରୀ । କିନ୍ତୁ  ଅଟୋରେ ଥିଲା ଜଣେ ସ୍କୁଲ୍‌ ଛାତ୍ର । ଛାତ୍ରକୁ ଛାଡ଼ିବାକୁ ଯିବାକୁ ପଡ଼ିବ ବୋଲି କହିଥିଲେ ଅଟୋ ଚାଳକ ।  ହେଲେ ଗାଡ଼ି ଛଡ଼ାଯାଉନିମାନେ ଆମେ ଛାଡ଼ି ପାରିବୁ ନାହିଁ ବେଲି ଜିଦ୍‌ରେ ଥିଲେ ପୁଲିସ ବାବୁ । ଛାତ୍ର ଜଣକ କ’ଣ ଏଇଠୁ ଘରକୁ ଚାଲି ଚାଲି ଯିବ ବୋଲି ପୁଲିସକୁ ପ୍ରଶ୍ନ କରିଥିଲେ ଅଟୋ ଚାଳକ । ବାବୁଙ୍କ ସାମ୍ନାରେ ଭୟ କରୁନଥିବା ଦେଖି ଲାଠି ଧରିଥିବା ଜଣେ ପୁଲିସ କର୍ମଚାରୀ ଚିହିଁକି ଆସିଲେ । ଚାଳକଙ୍କ ଗୋଡ଼କୁ ୨ ପ୍ରହାର ଦେଇ ହାତକୁ ପିଟି ଦେଇଥିଲେ ।  ମାଡ଼ରେ ଚାଳକଙ୍କ ହାତ ଫୁଲି ଯାଇଥିଲା । ପୁଲିସ ବାବୁଙ୍କ ଏଭଳି ଦବଙ୍ଗଗିରି ଦେଖି ବିଚରା ଛାତ୍ର ଜଣକ ଭୟରେ କାନ୍ଦିଥିଲା । 

ଏହାପରେ ଚାଳକଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା । ଏଭଳି ବିଶୃଙ୍ଖଳା ହେବ ନାହିଁ ବୋଲି ପୁରୀ ଏସ୍‌ପି ସ୍ପଷ୍ଟ ଭାବେ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପୁଲିସ ବାବୁମାନେ ମୋତେ ମାଡ଼ ମାରିଲେ ବୋଲି କହି ଚିତ୍କାର କରିଥିଲେ ଚାଳକ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହୋଇ ବିଭିନ୍ନ ଗଣମାଧ୍ୟମ ସମ୍ମୁଖରେ ବୟାନ୍‌ ରଖିଥିଲେ । ବାସ୍‌ ଏହାପରେ ପୁଲିସ ବାବୁଙ୍କ ଅକଲ ଗୁଡୁମ୍‌ । ହେଲେ ଏସ୍‌ପିଙ୍କ ନଜରକୁ ଗଲେ ଅବସ୍ଥା କ’ଣ ହେବ ତାହା ବାବୁ ଭଲରେ ବୁଝି ଯାଇଥିଲେ । ଏହାପରେ ପୁଲିସ ବାବୁ ଏହି ଅଟୋ ଚାଳକଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଡ୍ୟୁଟି ପୋଷ୍ଟ ଛାଡ଼ି ଚାଳକଙ୍କୁ ଖୋଜିବାକୁ ବାବୁ ଘୁରି  ବୁଲିଲେ । ପ୍ରାୟ ୧ ଘଣ୍ଟା ଛାନ୍‌ଭିନ୍‌ କରିବା ପରେ  ଆହତ ଚାଳକଙ୍କୁ ପାଇ ଯାଇଥିଲେ ବାବୁ । ନରମ ଗଳାରେ ବାବୁ କହୁଥିଲେ ଭାଇ ଭୁଲ୍‌ ହୋଇଗଲା । ସବୁ ଭୁଲିଯାଅ । ଆସ ମିଠା ଖାଇବା । ଏତିକି କହିବା ପରେ ପୁଲିସ ବାବୁ ଭୁଲ୍‌ ସ୍ୱୀକାର କରୁଥିବା ଦେଖି  ଆହତ ଚାଳକ ମଧ୍ୟ ତାଗିଦ୍‌ କଲା ଭଳି ଏଭଳି  ଆଉ ଦିନେ କରିବ ନାହିଁ ବୋଲି କହିଥିଲେ । ଶେଷରେ ଚାଳକଙ୍କ ପାଟିରେ ରସଗୋଲା ଦେଇ ସେହି ଦରଜୀପୋଖରୀ ଛକରେ ହିଁ ସମାଧାନ  କରିଦେଲେ ବାବୁ । ଉପସ୍ଥିତ କିଛି ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ଏହା ଦେଖି କହିଥିଲେ ‘ବାବୁ  ରସଗୋଲା ଖୋଇ ମନେଇ ଦେଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.