ନୂଆଦିଲ୍ଲୀ,୨୫/୨ : କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ଜନ୍ମ ପ୍ରମାଣପତ୍ରରେ ଠକେଇ କରିବା ଅଭିଯୋଗରେ ବ୍ୟାଡ଼ମିଣ୍ଟନ ଖେଳାଳୀ ଲକ୍ଷ୍ୟ ସେନ, ତାଙ୍କ ପରିବାର ଏବଂ ତାଙ୍କ କୋଚ ୟୁ ବିମଲ କୁମାର ଦ୍ବାରା ଦାଖଲ ୟାଚିକାକୁ ଖାରଜ କରି ଦେଇଛନ୍ତି । ଉଚ୍ଚ ନ୍ୟାୟାଳୟ କହିଛନ୍ତି କି ଏହି ମାମଲାରେ ପ୍ରଥମ ସାକ୍ଷ୍ୟ ଉପସ୍ଥିତ ଅଛନ୍ତି ଯିଏ ଯାଞ୍ଚର ଆବଶ୍ୟକତାକୁ ଦର୍ଶାଉଛି । ଏମ.ଜି.ନାଗରାଜ ଖେଳାଳୀଙ୍କ ଉପରେ ଠକେଇ କରି ଜାଲ୍ କାଗଜପତ୍ର ଦେବା ଅଭିଯୋଗ ଲଗାଇ ଏକ ଅଭିଯୋଗ କରିଥିଲେ । ସେ ଅଭିଯୋଗ ଲଗାଇଥିଲେ କି ଲକ୍ଷ୍ୟ ସେନଙ୍କ ବାପା- ମା‘ ଧିରେନ୍ଦ୍ର ଏବଂ ନିର୍ମଳା ସେନ, ତାଙ୍କ ଭାଇ ଚିରାଗ ସେନ, କୋଚ ୟୁ ବିମଳ କୁମାର ଏବଂ କର୍ଣ୍ଣାଟକ ବ୍ୟାଡ଼ମିଣ୍ଟନ ଆସୋସିଏଶନର ଏକ କର୍ମଚାରୀ ଜନ୍ମ ରେକର୍ଡ଼ରେ ଜାଲ୍ ପ୍ରମାଣପତ୍ର ଦେଇଛନ୍ତି ।
ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଲକ୍ଷ୍ୟ ଏବଂ ଚିରାଗ ସେନଙ୍କ ଜନ୍ମ ପ୍ରମାଣ ପତ୍ରରେ ପ୍ରାୟ ୨୧ବର୍ଷ ୬ମାସର ବୟସ କମାଇ ଦିଆଯାଇଛି । ଯେଉଁଥିରେ କମ୍ ବୟସର ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ ଏବଂ ସରକାରୀ ଲାଭ ପ୍ରାପ୍ତ କରିପାରିବେ । ନାଗରାଜ ଆରଟିଆଇ ଅଧିନିୟମ ଅନୁସାରେ ତଥା ଯୁବ ମାମଲା ଏବଂ ଖେଳ ମନ୍ତ୍ରାଳୟ, ନୂଆ ଦିଲ୍ଲୀରୁ ମୂଳ ରେକର୍ଡ଼ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି । ଉଚ୍ଚ ନ୍ୟାୟଳୟ ହାଇ ଗ୍ରାଉଣ୍ଡ୍ସ ପୋଲିସ ଥାନାକୁ ମାମଲାର ଯାଞ୍ଚ କରିବାକୁ ନିର୍ଦେଶ ଦେଇଛନ୍ତି ।