ପ୍ରମୂଖ ଖବର
  • ୧୯୮୪ ଶିଖ୍‌ ଦଙ୍ଗା ମାମଲା, ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ
  • ||
  • ଚିକିଟି ମଦ ମୃତ୍ୟୁ ମାମଲା, ୬ ମାସ ପରେ ଅବକାରୀ କମିଶନରଙ୍କ ତଦନ୍ତ ଆରମ୍ଭ
  • ||
  • ବିଧାନସଭାର CAG ରିପୋର୍ଟ, ମଦନୀତିରେ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟିର କ୍ଷତି
  • ||
  • ନିମାପଡ଼ାରୁ ନକଲି ପରୀକ୍ଷାର୍ଥୀ ଗିରଫ, ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନହେବାରୁ ଧରାପଡ଼ିଲେ
  • ||
  • ଚାପଡରେ ହାଣି ପ୍ରେମିକା ସହ ୬ଜଣଙ୍କୁ ବିଭତ୍ସ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଯୁବକ
  • ||
  • ଉଦଳା; ସୀମା ଟପିଗଲା ଅମାନୁଷିକତା। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିର୍ଘାତ ମାଡ଼
  • ||
  • ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର୍ ଫେରାର୍
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟକ୍କର, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍
  • ||
  • ରାଜ୍ୟରେ ୪ଦିନ ଯାଏ ଶୁଖିଲା ପାଗ, ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଓଡ଼ିଶାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ, ବଙ୍ଗୋପସାଗର କେନ୍ଦ୍ରସ୍ଥଳ
  • ||

୨୭ ବର୍ଷ ପରେ ଆୟୋଜକ ସୌଭାଗ୍ୟ ମିଳିଥିଲା ; ୫ ଦିନରେ ଖେଳ ଖତମ୍, ଚାମ୍ପିଅନ୍ସ ଟ୍ରଫିରୁ ବିଦା ପାକିସ୍ତାନ୍

Published By : Ankita S | February 25, 2025 11:07 AM

ନୂଆଦିଲ୍ଲୀ,୨୫/୦୨: ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପାଖାପାଖି ୩ ଦଶକ ଯାଏ ଅପେକ୍ଷା କରିବାକୁ ପଡିଥିଲା । ୨୭ ବର୍ଷ ପରେ ଆୟୋଜକ ଦେଶ ହେବାର ସୌଭାଗ୍ୟ ମିଳିଥିଲା ହେଲେ ସବୁ କିଛି ସରିଗଲା । ଯେଉଁ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଚାଲଛି ନିଜେ ଆୟୋଜକ ହୋଇଛି । ଏବେ ସେ ହିଁ ପ୍ରଥମ ଟିକେଟ୍ କାଟିଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି ପାକିସ୍ତାନ । 

ହେ ରାମ୍ ଏ କଣ ହେଲା- ୨୭ ବର୍ଷ ପରେ ପାକିସ୍ତାନରେ ଏତେ ବଡ ଟୁର୍ଣ୍ଣାମେଣ୍ଟ ହେଉଥିଲା । ହେଲେ ହୋମ୍ ଗ୍ରାଉଣ୍ଡରେ ଟ୍ରବୁଲରେ ପଡିଯାଇଛି ଦଳ । ଲଜ୍ଜ୍ୟାଜନକ ଭାବେ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି ।  ଭାରତଠୁ ହାରିବା ପରେ ଏକପ୍ରକାର ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡିଥିଲା କିନ୍ତୁ ଶେଷ ଆଶା ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମ୍ୟାଚ ଉପରେ ଥିଲା । ବାଂଲାଦେଶ କିୱି ଦଳଠୁ ହାରିବା ପରେ ପାକ୍ ଚାମ୍ପିଅନ୍ସ ଟ୍ରଫିକୁ ଆଉଟ୍ ହୋଇଛି । ଏବେ କେବଳ ଏତିକି କହି ହେବ ହେ ରାମ୍ ଏ କଣ ହେଲା... ୫ ଦିନରେ ପାକିସ୍ତାନର ଖେଳ ଖତମ୍ ହୋଇଗଲା ।

ଆଉଟ୍ ପାକିସ୍ତାନ- ଘରୋଇ ଗ୍ରାଉଣ୍ଡରେ ଫେଲ୍ ମାରିଛି ଦଳ । ଲଜ୍ଜ୍ୟାଜନକ ଭାବେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ ଷ୍ଟେଜରୁ ବିଦା ହୋଇଛି ରିଜୱାନ ସ୍କ୍ବାର୍ଡ । ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ ପ୍ରର୍ଯ୍ୟାୟରେ ୨ଟି ଯାକ ମ୍ୟାଚରେ ପରାସ୍ତ ହୋଇଥିଲା ପାକିସ୍ତାନ । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ୬୦ରନରେ ହାରିଥିଲା । ଦ୍ବିତୀୟ ମ୍ୟାଚରେ ଭାରତ ବିପକ୍ଷରେ ଖେଳିଥିଲା । ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଧୋଇଥିଲା ଇଣ୍ଡିଆ । ବିରାଟଙ୍କ ମାଡରେ ପାକିସ୍ତାନ ଝଡି ପଡିଥିଲା ।  ୬ ୱିକଟରେ ବାଜି ମାରିଥିଲା ଭାରତ । ଏହି ପରାଜୟ ପରେ ପାକିସ୍ତାନ ଏକ ପ୍ରକାର ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡିଥିଲା । ହେଲେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମ୍ୟାଚ ଫଳାଫଳ ଉପରେ ଆଶା ଥିଲା । ହେଲେ ପାକର ସବୁ ସ୍ବପ୍ନ ଚୁନା ହୋଇଛି । ନ୍ୟୁଜିଲାଣ୍ଡ ବାଂଲାଦେଶକୁ ୫ ୱିକେଟରେ ହରାଇଛି । ନ୍ୟୁଜିଲାଣ୍ଡ ସେମି ଟିକେଟ ହାତେଇଥିବାବେଳେ ପାକିସ୍ତାନ ବିଦା ହୋଇଛି । ବାଂଲାଦେଶ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି । ଇମରାନ ଖାନଙ୍କ ନେତୃତ୍ବରେ ୧୯୯୨ରେ ବିଶ୍ବକପ ଜିତିଥିବା ପାକର ଅବସ୍ଥା ଖରାପ ସ୍ଥିତିରେ ।  ଏବେ ବାଂଲାଦେଶ-ଜିମ୍ବାୱେ ଭଳି ପାକିସ୍ତାନ ଅବସ୍ଥା ହୋଇଛି  ।

ଅଧିକ ପଢନ୍ତୁ...BAN vs NZ: ଶୋଚନୀୟ ପରାଜୟ ବରଣ କଲା ବାଂଲାଦେଶ; ବିଜୟ ସହ ସେମିରେ ପହଞ୍ଚିଲା ନ୍ୟୁଜିଲାଣ୍ଡ

ପୂର୍ବତନ କ୍ରିକେଟରଙ୍କ କଡା ସମାଲୋଚନା- ସେପଟେ ପାକ୍ ଦଳକୁ କଡା ସମାଲୋଚନା କରିଛନ୍ତି ପୂର୍ବତନ କ୍ରିକେଟର ସୋଏବ ଅଖତର ଓ ଆକ୍ରମ । ପରାଜୟ ପାଇଁ ମ୍ୟାନେଜମେଣ୍ଟକୁ ଦାୟୀ କରିବା ସହ ଅଧିନାୟକ ମହମ୍ମଦ ରିଜୱାନ କିଛି ଜାଣି ନାହାନ୍ତି କହି ସମାଲୋଚନା କରିଛନ୍ତି ସୋଏବ । ଏମିତିକି ପାକିସ୍ତାନ କ୍ରିକେଟ ଶେଷ ହୋଇଯାଇଛି ବୋଲି କହିଛନ୍ତି । ଭାରତ ଓ ନ୍ୟୁଜିଲାଣ୍ଡ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ପ୍ରବେଶ କରି ସାରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.