ନୂଆଦିଲ୍ଲୀ,୦୯/୧୦: ବିଚ ରାସ୍ତାରେ ବିଜେପି ବିଧାୟକଙ୍କୁ ପିଟିଲେ। କଲର୍ ଧରି ଟାଣିବା ସହ ମାରିଲେ ଚାପୁଡା । ସବୁକିଛି ପୋଲିସ ସାମ୍ନାରେ ଘଟିବା ପରେ ବି କିଛି କରିପାରିଲାନି ପୋଲିସ। ତେବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଅଞ୍ଚଳରୁ।
ତେବେ ବିଜେପି ବିଧାୟକ ଯୋଗେଶ ବର୍ମାଙ୍କୁ ସର୍ବସମ୍ମୁଖରେ ବାର୍ ଆସୋସିଏସନ୍ ଅବଧେଶ ସିଂହ ପିଟିଛନ୍ତି। ସହରୀ ସମବାୟ ବ୍ୟାଙ୍କ ନିର୍ବାଚନ ସମ୍ପର୍କରେ ବାର୍ ଆସୋସିଏସନ୍ ସଭାପତି ଆବଧେଶ ସିଂହ ଏବଂ ସଦର ବିଧାୟକ ଯୋଗେଶ ବର୍ମାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଯେଉଁଥିପାଇଁ ଆଜି ଉଭୟ ମୁହାଁମୁହିଁ ହୋଇଥିଲେ। ଏହାରି ଭିତରେ ଅବଧେଶ ସିଂହ ରାଗି ଯାଇ ପୋଲିସ ସମ୍ମୁଖରେ ବିଧାୟକଙ୍କୁ ପିଟିଥିଲେ। ଏହା ପରେ ଅନ୍ୟ ଓକିଲମାନେ ମଧ୍ୟ ବିଧାୟକଙ୍କୁ ଘେରିଯାଇ ମାଡ଼ ମାରିଥିଲେ। ତେବେ ଏହି ମାର୍ପିଟ୍ ବେଳେ ଯେତେବେଳେ ବିଧାୟକ ଓ ତାଙ୍କ ସହଯୋଗୀ ବାର୍ ଆସୋସିଏସନ୍ ସଭାପତିଙ୍କ ନିକଟକୁ ଦୌଡ଼ିଥିଲେ। ଏତିକି ବେଳେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା। ବିଧାୟକ ଗୋଷ୍ଠୀ ଭୋଟର୍ଙ୍କ ତାଲିକା ଚିରିବା ସହ ନିର୍ବାଚନକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି।