ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

କୁଏତ୍‌ର ମଙ୍ଗାଫ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି, ମୃତକଙ୍କ ଭିତରେ ୪୨ ଭାରତୀୟ

କୁଏତ ସିଟି,୧୩/୦୬: ମଧ୍ୟପ୍ରାଚ୍ୟ ଦେଶ କୁଏତ୍‌ର ମଙ୍ଗାଫ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ଜଣ ଜିଅନ୍ତା  ଜଳି ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୪୨ ଜଣ  ଭାରତୀୟ ଥିବା ବେଳେ ସେମାନଙ୍କ ବୟସ ୨୦ରୁ  ୫୦ ମଧ୍ୟରେ ହେବ । ଅନ୍ୟ ମୃତକମାନେ ପାକିସ୍ତାନ, ଫିଲିପାଇନ୍ସ, ଇଜିପ୍ଟ ଓ ନେପାଳର ନାଗରିକ ।  ୩୦ ଭାରତୀୟଙ୍କ ସମେତ ୫୦ରୁ ଅଧିକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ।  ୧୯୫ ଶ୍ରମିକ ରହୁଥିବା ଏକ ଛଅ ମହଲା କୋଠାରେ  ବୁଧବାର ସକାଳେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ  ନିଆଁ ସମଗ୍ର କୋଠାକୁ କବଳିତ କରିଥିଲା । ମୃତକଙ୍କ  ମଧ୍ୟରେ କେରଳରୁ ୧୧ ଜଣ ଅଛନ୍ତି । 

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ବୁଧବାର ସକାଳ ପ୍ରାୟ ୬ଟାରେ କୋଠାଟିର ତଳ ମହଲାରେ ଥିବା  ଏକ ରୋଷେଇଘରେ ନିଆଁ ଲାଗିଥିଲା । ଆଖି ପିଛୁଳାକେ  ଅନ୍ୟ ମହଲାକୁ ନିଆଁ ବ୍ୟାପିଯାଇଥିଲା । ଏହି ଘଟଣାକୁ  ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକବ୍ୟକ୍ତ  କରିଛନ୍ତି । ଏଥିସହ ସେ କହିଛନ୍ତି, ଭାରତୀୟ ଦୂତାବାସ  ସ୍ଥାନୀୟ ପ୍ରଶାସନ ସହ ସମ୍ପର୍କରେ ରହି ସ୍ଥିତି ତଦାରଖ  କରୁଛି । ପ୍ରଭାବିତ ଶ୍ରମିକଙ୍କୁ ସହାୟତା ଯୋଗାଇବା  ପାଇଁ ପଦକ୍ଷେପ ନିଆଯାଉଛି । ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ  ଘୋଷଣା କରିଛନ୍ତି । 

ସୋସିଆଲ୍‌ ମିଡିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି,  କୁଏତ ସିଟିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ମୁଁ  ଅତ୍ୟନ୍ତ ମର୍ମାହତ । ମୃତକଙ୍କ ପରିବାର ଓ ପରିଜନଙ୍କୁ  ଗଭୀର ସମବେଦନା । ଅଗ୍ନିକାଣ୍ଡରେ ଆହତ ହୋଇଥିବା  ଲୋକଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।  ପ୍ରଧାନମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ଏକ ବୈଠକ ଡାକି  ଆଲୋଚନା କରିଛନ୍ତି । ଏହାପରେ ଜରୁରିକାଳୀନ  ଭିତ୍ତିରେ କୁଏତ ଗସ୍ତ ନିମନ୍ତେ ବିଦେଶ ବ୍ୟାପାର  ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, କୁଏତ  ଅଗ୍ନିକାଣ୍ଡ ଘଟଣାରେ ମର୍ମାହତ । କୁଏତରେ ଅବସ୍ଥାପିତ  ଭାରତୀୟ ରାଷ୍ଟ୍ରଦୂତ ଘଟଣାସ୍ଥଳକୁ ଯାଇ ସ୍ଥିତି ତଦାରଖ  କରୁଛନ୍ତି । ଆହତଙ୍କୁ କିଭଳି ଉପଯୁକ୍ତ ଚିକିତ୍ସା ସେବା  ମିଳିବ, ସେଥିପ୍ରତି ଧ୍ୟାନ ଦିଆଯାଉଛି । 

ମଙ୍ଗାଫ ଜିଲ୍ଲାରେ ଥିବା ଅଲ୍‌-ଅଦାନ ହସ୍ପିଟାଲରେ  ଆହତମାନଙ୍କୁ ଚିକିତ୍ସା କରାଯାଉଛି । କୁଏତରେ  ଭାରତୀୟ ରାଷ୍ଟ୍ରଦୂତ ଆଦର୍ଶ ସ୍ୱାଇକା ମଙ୍ଗାଫ ଗସ୍ତ  କରି ସ୍ଥିତି ତଦାରଖ କରିଛନ୍ତି । ରାଷ୍ଟ୍ରଦୂତ ସୋସିଆଲ  ମିଡିଆରେ କହିଛନ୍ତି ଯେ ସେ ହସ୍ପିଟାଲରେ  ଭାରତୀୟଙ୍କୁ ସାକ୍ଷାତ କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା  ପଚାରି ବୁଝିଛନ୍ତି । ଦୂତାବାସ ପକ୍ଷରୁ ଯଥାସମ୍ଭବ  ସହାୟତା ଯୋଗାଇ ଦିଆଯିବା ନେଇ ସେମାନଙ୍କୁ  ପ୍ରତିଶ୍ରୁତି ଦିଆଯାଇଛି । ସେମାନଙ୍କ ପାଇଁ ଏକ ଜରୁରି  ହେଲ୍ପଲାଇନ୍‌ ବି ଜାରି କରାଯାଇଛି । କୋଠାରେ  ରହୁଥିବା ଭାରତୀୟଙ୍କ ମଧ୍ୟରେ ଅଧିକାଂଶ କେରଳ ଓ  ତାମିଲନାଡୁର । କୋଠାଟି ଏନ୍‌ବିଟିସି ଗ୍ରୁପ୍‌ର । ଯାହା କି  ଏକ ନିର୍ମାଣକାରୀ କମ୍ପାନି । କୋଠାର ମାଲିକ କେ ଜି  ଆବ୍ରାହମ ଜଣେ କେରଳୀ ବ୍ୟବସାୟୀ । 

କୁଏତର ଗୃହମନ୍ତ୍ରୀ ଶେଖ୍‌ ଫହଦ ଅଲ୍‌-ୟୁସୁଫ  କହିଛନ୍ତି, କୋଠାରେ ଅନେକ ଲୋକ ବେଆଇନ  ଭାବେ ରହୁଥିଲେ । ତେଣୁ ମୃତକଙ୍କ ପରିଚୟକୁ  ନେଇ ସମ୍ପୂର୍ଣ୍ଣ ସୂଚନା ମିଳିନାହିଁ । କୋଠାରେ ପ୍ରାୟ  ୧୯୫ ଶ୍ରମିକ ଶ୍ରେଣୀର ଲୋକ ରହୁଥିଲେ । ତେବେ  କୋଠାର ମାଲିକଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ଦୁର୍ଭାଗ୍ୟଜନକ ଭାବେ ରିଅଲ ଇଷ୍ଟେଟ୍‌ ମାଲିକଙ୍କ  ଲାଭଖୋର ମନୋବୃତ୍ତି ଯୋଗୁ ଏଭଳି ଘଟଣା ଘଟୁଛି ।  ଅଧିକ ଘରଭଡ଼ା ପାଇବା ଆଶାରେ ଗୋଟିଏ ଘରେ  ଅନେକ ଲୋକଙ୍କୁ ରହିବାକୁ ଅନୁମତି ଦିଆଯାଉଛି ।  ସୁରକ୍ଷା ବ୍ୟବସ୍ଥା ପ୍ରତି ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.