ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ରୋଷେଇ ଘରେ କ'ଣ ରଖିବେ ବା କ'ଣ ରଖିବେ ନାହିଁ ? ଆସନ୍ତୁ ଜାଣିବା

Published By : prameya | February 16, 2025 3:14 PM

ପ୍ରତ୍ୟେକ ଘରେ ରୋଷେଇ ଘର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ । ଯେଉଁଠାରେ ଦେବୀ ଲକ୍ଷ୍ମୀ ଏବଂ ମା' ଅନ୍ନପୂର୍ଣ୍ଣା ରହିଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ରୋଷେଇ ଘରର ଯତ୍ନ ଏବଂ ଏଥିରେ ରଖାଯାଇଥିବା ଜିନିଷଗୁଡ଼ିକର ଯତ୍ନ ନେବା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ନିୟମ ରହିଛି। ଏହି ନିୟମ ପାଳନ ନକରିବା ଦ୍ବାରା ଦାରିଦ୍ର୍ୟ, ଆର୍ଥିକ ସଙ୍କଟ ଏବଂ ଘରେ ଅସନ୍ତୋଷ ଦେଖାଦେଇପାରେ । ଆସନ୍ତୁ ଜାଣିବା ବସ୍ତୁଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ କ’ଣ ରଖାଯିବା ଅନୁଚିତ ।

ପ୍ଲାଷ୍ଟିକ୍ ପାତ୍ର: ରୋଷେଇ ଘରେ ପ୍ଲାଷ୍ଟିକ୍ ପାତ୍ରଗୁଡିକ ରଖିବାଠାରୁ ଦୂରେଇ ରହିବା ଉଚିତ୍ । ପ୍ଲାଷ୍ଟିକ୍ ନକାରାତ୍ମକ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଏ । ଏହା ପରିବର୍ତ୍ତେ ଷ୍ଟେନଲେସ ଷ୍ଟିଲ୍, କାଚ, ସେରାମିକ୍ କିମ୍ବା କାଠ ପାତ୍ର ବ୍ୟବହାର କରିବା ଭଲ । 

ଦର୍ପଣ: ରୋଷେଇ ଘରେ ଦର୍ପଣ ସ୍ଥାପନ କରିବା ବସ୍ତୁ ପାଇଁ କ୍ଷତିକାରକ ହୋଇପାରେ । ଏହା ସେହି ସ୍ଥାନର ସକାରାତ୍ମକ ଶକ୍ତି ନଷ୍ଟ କରିବା ସହ ନକାରାତ୍ମକତାକୁ ବୃଦ୍ଧି କରେ । 

ଭଙ୍ଗା ବାସନ: ଭଙ୍ଗା ବାସନକୁ କେବେ ରୋଷେଇ ଘରେ ରଖିବା ଉଚିତ୍ ନୁହେଁ । ବିଶ୍ବାସ କରାଯାଏ ଯେ ଭଙ୍ଗା ପାତ୍ରରେ ଖାଦ୍ୟ ଖାଉଥିବା ବ୍ୟକ୍ତି ଦୁର୍ଭାଗ୍ୟର ସମ୍ମୁଖୀନ ହୋଇପାରେ । ଭଙ୍ଗା ବାସନଗୁଡ଼ିକ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ ଏବଂ ଘରେ ବିଶୃଙ୍ଖଳା ସୃଷ୍ଟି କରିଥାଏ ।

ମନ୍ଦିର: ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ ରୋଷେଇ ଘର ଭିତରେ କେବେବି ପୂଜା ଘର ବା ମନ୍ଦିର ପ୍ରତିଷ୍ଠା କରାଯିବା ଅନୁଚିତ । ରୋଷେଇ ଘରେ ଜିନିଷଗୁଡ଼ିକ ପ୍ରାୟତଃ ଏଣେ ତେଣେ ପଡ଼ିଥାଏ ଏବଂ ବିଭିନ୍ନ ସମୟରେ ଅପରିଷ୍କାର ପରିବେଶ ରହିଥାଏ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.