ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

କେରାଟିନ ଚ୍ରିଟମେଣ୍ଟ କରାଇବା ଉଚିତ କି?ଆସନ୍ତୁ ଜାଣିବା ଏହାର ପ୍ରଭାବ

ଆଜିକାଲି ଝିଅମାନେ ନିଜ କେଶକୁ ସୁନ୍ଦର କରିବା ପାଇଁ ଅନେକଗୁଡ଼ିଏ ଟ୍ରିଟମେଣ୍ଟର ସାହାଯ୍ୟ ନେଉଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି କେରାଟିନ ଟ୍ରିଟମେଣ୍ଟ। କେରାଟିନ ଟ୍ରିଟମେଣ୍ଟ ଏକ ଜଣାଶୁଣା ଟ୍ରିଟମେଣ୍ଟ ଅଟେ। ଏହା କେଶକୁ ସିଧା ଏବଂ ନରମ କରିବା ସହ ଚମକ ଆଣିଥାଏ। ଏହି ଟ୍ରିଟମେଣ୍ଟ କେଶରେ  କେରାଟିନ ନାମକ ପ୍ରୋଟିନ ଭରିବାରେ ସାହାଯ୍ୟ କରିଥାଏ। ଯାହାଦ୍ଵାରା କେଶ ମଜବୁତ ହେବା ସହ ଏକ ପ୍ରାକୃତିକ ଚମକ ଆସିଥାଏ।କିନ୍ତୁ ଏହାକୁ କରିବା ପୂର୍ବରୁ କିଛି କଥାର ଧ୍ୟାନ ରଖିବା ଆବଶ୍ୟକ। 

କେରାଟିନ ହେୟାର ଟ୍ରିଟମେଣ୍ଟର ଲାଭ:-

ଏହାର ଅନେକଗୁଡ଼ିଏ ଲାଭ ରହିଛି। ଏହା କୁଞ୍ଚୁକୁଞ୍ଚିଆ କେଶକୁ ସିଧା ଏବଂ ଚମକଦାର କରିବାରେ ସହାୟକ ହୋଇଥାଏ। ଏହା କେଶକୁ ନରମ ଏବଂ ମଜବୁତ କରାଇଥାଏ। ଏହା କେଶକୁ ସମ୍ପ୍ରସାରିତ କରି ଛିଣ୍ଡିବାରୁ ରକ୍ଷା କରିଥାଏ। କେରାଟିନ୍ ଟ୍ରିଟମେଣ୍ଟ କେଶର ରୁକ୍ଷତାକୁ କମ୍ କରି ସେଥିରେ ଜୀବନ ଭରିଥାଏ। ଏହା ସାହାଯ୍ୟରେ ରଙ୍ଗୀନ କେଶର ରଙ୍ଗ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। ଯାହାଙ୍କର କେଶ ନିର୍ଜୀବ,ରୁକ୍ଷ ଏବଂ ଅଠାଳିଆ ହୋଇଥାଏ, ସେମାନଙ୍କ ପାଇଁ ଏହି ଟ୍ରିଟମେଣ୍ଟ ଅତ୍ୟନ୍ତ ଲାଭଦାୟକ ଅଟେ। ଏହା କେଶକୁ ଏକ ନୂତନ ଜୀବନ ଦେଇଥାଏ।

କେରାଟିନ୍ ହେୟାର୍ ଟ୍ରିଟମେଣ୍ଟର କ୍ଷତି:- 

ଏହାର ଅନେକ କ୍ଷତି ମଧ୍ୟ ହୋଇପାରେ। ଯଦି ଗର୍ଭବତୀ ମହିଳା ଏହି ଟ୍ରିଟମେଣ୍ଟ କରାଇଥାନ୍ତି, ତେବେ ତାଙ୍କର କେଶ ଝଡିବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିରେ ସେମାନେ ଡାକ୍ତରଙ୍କ ପରାମର୍ଶ ଅବଶ୍ୟ ନେବା ଉଚିତ୍। ସମସ୍ତଙ୍କର କେଶ ଏବଂ ତ୍ଵଚା ଆଲଗ ଅଲଗା ହୋଇଥାଏ। ଏହି ଟ୍ରିଟମେଣ୍ଟରେ କିଛି ରାସାୟନିକ ପଦାର୍ଥ ଥାଏ, ଯାହାଦ୍ଵାରା ଆପଣଙ୍କୁ ଏଲର୍ଜି ହୋଇପାରେ। ଏଲର୍ଜି ହେବାଦ୍ୱାରା କେଶ ଝଡ଼ିବାକୁ ଲାଗିଥାଏ। ଏହା କେଶକୁ ଏତେ ସିଧା କରିଦେଇଥାଏ ଯେ ଏହାର ଘନତ୍ଵ ଚାଲିଯାଇଥାଏ।

ଏହି ସବୁ ଧ୍ୟାନ ରଖନ୍ତୁ:-

ଏହି ଟ୍ରିଟମେଣ୍ଟକୁ କରାଇବା ପରେ ଆପଣ ନିଜର କେଶକୁ ଧୋଇ ପାରିବେ ନାହିଁ । ଏହା କରାଇବା ପରେ କେଶ ତେଲିଆ ହୋଇଥାଏ। ପାର୍ଲରରେ ଏହି ହେୟାର ଟ୍ରିଟମେଣ୍ଟ ମହଙ୍ଗା ପଡ଼ିପାରେ। ଏହା କରାଇବା ପୂର୍ବରୁ ଆପଣ ନିଜେ ଭଲଭାବେ ବିଚାର କରି ନିଅନ୍ତୁ ଅଥବା ବିଶେଷଜ୍ଞଙ୍କ ସହ ପରାମର୍ଶ କରି ନିଅନ୍ତୁ। ଏହି ଟ୍ରିଟମେଣ୍ଟ କରାଇବା ପରେ କେଶର ଭଲ ଭାବରେ ଯତ୍ନ ନିଅନ୍ତୁ। ଯଦି କିଛି ସମସ୍ୟା ଦେଖିବାକୁ ମିଳୁଛି ତେବେ ଡାକ୍ତରଙ୍କର ପରାମର୍ଶ ଅବଶ୍ୟ କରନ୍ତୁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.