ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ସମ୍ମାନିତ ହେବେ ସାହିତ୍ୟିକ ମାନସ ସାମଲ ଓ ସଞ୍ଜୟ ପଣ୍ଡା

ଭୁବନେଶ୍ଵର, ୧୫/୦୬ : ଶନିବାର ଗୁଜରାଟର ନର୍ମଦା ଜିଲ୍ଲାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଚଳିତ ବର୍ଷର ବାଲ ସାହିତ୍ୟ ପୁରସ୍କାର ଏବଂ ଯୁବ ପୁରସ୍କାର ଘୋଷିତ ହୋଇଛି। ଗଳ୍ପ ସଂକଳନ ‘ଗପ କଳିକା’ ପାଇଁ ଓଡ଼ିଆ ଭାଷାର ବାଲ ସାହିତ୍ୟ ପୁରସ୍କାର ଲାଭ କରିବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଏବଂ ସଂପାଦକ ମାନସ ରଞ୍ଜନ ସାମଲ। ସେହିପରି ଗଳ୍ପ ସଂକଳନ ‘ହୁ ବାଇଆ’ ପାଇଁ ଯୁବ ପୁରସ୍କାର ପାଇବେ ସଞ୍ଜୟ କୁମାର ପଣ୍ଡା। 

ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ମାଧବ କୌଶିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ୨୪ଟି ଭାଷାର ବାଲ ସାହିତ୍ୟ ଏବଂ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଏହି ବୈଠକରେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ ଉପସ୍ଥିତ ଥିଲେ। ଏଥର ବାଲ ସାହିତ୍ୟ ପୁରସ୍କାର ପାଇଁ ବିଚାରକ ଥିଲେ ତରୁଣ କୁମାର ସାହୁ, ବୀରେନ୍ଦ୍ର ମହାନ୍ତି ଏବଂ ମମତା ଦାଶ। ସେହିପରି ଯୁବ ପୁରସ୍କାରର ବିଚାରକ ଥିଲେ ଗିରିବାଳା ମହାନ୍ତି, ହିରଣ୍ମୟୀ ମିଶ୍ର ଏବଂ ନିତ୍ୟାନନ୍ଦ ସାହୁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.