ପ୍ରମୂଖ ଖବର
  • ଭୁବନେଶ୍ଵର : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, ୱେବସାଇଟରୁ ମିଳିବ ଡିଜିଟାଲ ସାର୍ଟିଫିକେଟ
  • ||
  • ଭୁବନେଶ୍ଵର : ବାଚସ୍ପତି ପ୍ରାର୍ଥୀ ହେଲେ ସୁରମା ପାଢୀ, ଭରିଲେ ନାମାଙ୍କନ ପତ୍ର
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ବିବାଦ ଯୋଗୁଁ ଅଟକିଛି ନୀତିକାନ୍ତି
  • ||
  • ଭୁବନେଶ୍ଵର : ବୁଧବାର ରାଜ୍ୟରେ ଛେଚିବ ବର୍ଷା, ୨୦ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ
  • ||
  • ଡ୍ରେନ୍‌ରେ ପଡ଼ି ନାବାଳକଙ୍କ ମୃତ୍ୟୁ ଘଟଣା : ମୁକୁଳା ଡ୍ରେନ୍‌ର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ, ୭ ଦିନ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||

ପିଏମ ମୋଦୀ ଏବଂ ଜର୍ଜିୟା ମେଲୋନୀଙ୍କ ସେଲ୍ଫି ଭିଡ଼ିଓ ଉପରେ କଙ୍ଗନା ଦେଲେ ଏଭଳି ରିଆକ୍ସନ

ନୂଆଦିଲ୍ଲୀ,୧୫/୬ :  ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ନିଜ ବିବେକ ଅନ୍ଦାଜ ଲାଗି ଜଣାଶୁଣା । ତାଙ୍କୁ ଯାହାଙ୍କ ତାରିଫ କରିବାକୁ ପଡ଼ିଥାଏ ସେ ଖୋଲିକି କରନ୍ତି । ସେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିୟା ମେଲୋନୀଙ୍କ ଦ୍ବାରା ସେୟାର କରାଯାଇଥିବା ଏକ ଭିଡ଼ିଓ ଉପରେ ରିଆକ୍ଟ କରିଛନ୍ତି । ଯେଉଁଥିରେ ସେ ପିଏମ ନରେନ୍ଦ୍ର ମୋଦୀଙ୍କ ସହ ସେଲ୍ଫି ନେବାର ନଜର ଆସୁଛନ୍ତି ।

କଙ୍ଗନା ନିକଟରେ ହିମାଚଳ ପ୍ରଦେଶର ମଣ୍ଡି ସିଟରୁ ଲୋକସଭା ନିର୍ବାଚନ ଜିତିଛନ୍ତି । ଶନିବାର କଙ୍ଗନା ଇନଷ୍ଟାଗ୍ରାମ ଷ୍ଟୋରୀରେ ପିଏମ୍ ମୋଦୀ ଏବଂ ମେଲୋନୀଙ୍କ ଭିଡ଼ିଓ ସେୟାର କରିଛନ୍ତି ଏବଂ ଲେଖିଛନ୍ତି କି, ମୋଦୀ ଜୀଙ୍କ ସବୁଠାରୁ ଭଲ ଗୁଣ ହେଉଛି କି ସେ ମହିଳାଙ୍କୁ ଏଭଳି ଅନୁଭବ କରିବାକୁ ଦେଇଥାନ୍ତି କି ସେ ତାଙ୍କୁ ଆଗକୁ ବଢିବାର ଦେଖିବାକୁ ଚାହୁଁଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ କି ମେଲୋନୀ ମୋଦୀ ଜୀଙ୍କୁ ଏକ ଟିମ୍ ଭଳି ମାନି ଥାନ୍ତି ।

ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିୟା ମେଲୋନୀ ଏବଂ ପିଏମ୍ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବହୁ ଭଲ ବନ୍ଧୁତା ଅଛି । ତାଙ୍କ ବନ୍ଧୁତାକୁ ସୋସିଆଲ ମିଡ଼ିଆ ୟୁଜର୍ସ ବହୁତ ପସନ୍ଦ କରିଥାନ୍ତି । ଯାହାକୁ ଦେଖି ସେ ଏହି ବନ୍ଧୁତାକୁ ‘ହାଷ୍ଟାଗ ମେଲୋଡି’ର ଟ୍ୟାଗ୍ ବି ଦେଇଛନ୍ତି। 

ପ୍ରକାଶ ଯେ, ପିଏମ୍ ମୋଦୀ ଜି-୭ସମ୍ମିଳନୀରେ ସାମିଲ ହେବାକୁ ଇଟାଲୀର ଅପୁଲିୟା ପହଞ୍ଚିଥିଲେ । ଯେଉଁଠାରେ ଜର୍ଜିୟା ମେଲୋନୀ ତାଙ୍କ ସ୍ବାଗତ ହାତ ଯୋଡ଼ି କରିଥିଲେ । ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପ‌ରେ ପିଏମ୍ ମୋଦୀଙ୍କ ଏହା ପ୍ରଥମ ବିଦେଶ ଯାତ୍ରା ଥିଲା । ଏହି ଭେଟଘାଟ ସମୟରେ ମେଲୋନୀ ପିଏମ୍ ମୋଦୀଙ୍କ ସହ ଏକ ଭିଡ଼ିଓ କରିଥିଲେ ଏବଂ ଶନିବାର ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଯେଉଁଥିରେ ସେ ହସି ହସି କହୁଥିବା ନଜର ଆସୁଛନ୍ତି । ‘ଟିମ୍ ମେଲୋଡ଼ୀଙ୍କ ତରଫରୁ ହେଲୋ’ । ଏହି ସମୟ‌ରେ ଉଭୟ ନେତାଙ୍କ ଚେହେରାରେ ଖୁସି ସଫା ସଫା ଦେଖାଯାଇପାରେ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.