ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ପଞ୍ଜାବକୁ ନେଇ କଙ୍ଗନାଙ୍କ ବିବାଦୀୟ ଟିପ୍ପଣୀ , ନାଁ ନନେଇ କହିଲେ –ଆମର ଯୁବବର୍ଗଙ୍କୁ ନଷ୍ଟ କରି ଦେଲେ

ଚଣ୍ଡିଗଡ଼ – ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିବାଦିତ ଟିପ୍ପଣୀ। ହିମାଚଳରେ ପଞ୍ଜାବ କାରଣରୁ ନିଶା ପାନ ବଢିବା ବୟାନକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି। କଙ୍ଗନାଙ୍କ ଏହି ବୟାନରେ ଆମ୍‌ ଆଦମୀ ପାର୍ଟିର ସାଂସଦ ମାଲୱିନ୍ଦର ସିଂହ କଙ୍ଗ ପାଲଟ ଆକ୍ରମଣ କରିଛନ୍ତି। ଆନନ୍ଦପୁର ସାହିବରୁ ଆପ୍‌ ସାଂସଦ ମାଲବିନ୍ଦର କଙ୍ଗ କହିଛନ୍ତି ଯେ , କଙ୍ଗନା ରଣାୱତ ନିଜେ ନିଶାରେ ଅଭ୍ୟସ୍ତ। 

ବିଜେପି ସାଂସଦ କଙ୍ଗନା ରଣାୱତ ପଞ୍ଜାବର ନାଁ ନନେଇ ହିମାଚଳ ପ୍ରଦେଶରେ କହିଥିଲେ କି , ପଡୋଶୀ ରାଜ୍ୟରୁ ହିମାଚଳକୁ ଡ୍ରଗ୍ସ ସମେତ ଅନେକ ଜିନିଷ ଆସୁଛି। ସେଠାରୁ ଯୁବବର୍ଗ ଡ୍ରଗ୍ସ ଓ ମଦ ପିଇ ଆସନ୍ତି ଏବଂ ଉତ୍ପାତ କରନ୍ତି। ପାଲଟା ଆକ୍ରମଣ କରି ଆପ୍‌ ସାଂସଦ କଙ୍ଗ୍‌ କହିଛନ୍ତି କି, ଯଦି ପୂରା ଦେଶର କଥା କହିବା ତ ସବୁଠୁ ଅଧିକ ନିଶା ଗୁଜରାଟରେ ଧରାଯାଇଛି। କଙ୍ଗନା ଲଗାତାର ବିବାଦିତ ବୟାନ ଦେଉଛନ୍ତି ଏବଂ ବିଜେପି ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । କଙ୍ଗ କହିଛନ୍ତି ଯେ, କଙ୍ଗନା ହିମାଚଳ ଓ ପଞ୍ଜାବରେ ପାଦ ପକାଇବାର କାମ କରୁଛନ୍ତି। 

କଙ୍ଗନା ରଣାୱତଙ୍କ ପଞ୍ଜାବୀ ଯୁବକଙ୍କ ନିଶାରେ ଲିପ୍ତ ହେବାକୁ ନେଇ ଦିଆଯାଇ ଥିବା ବୟାନରେ କୃଷକ ସଙ୍ଗଠନ ମଧ୍ୟ ଫିଡ଼ିକି ଯାଇଛନ୍ତି। କଙ୍ଗନାଙ୍କ ବୟାନରେ କୃଷକମାନେ କଡ଼ା ପ୍ରତିକ୍ରିୟା ବ୍ୟକ୍ତି କରିଛନ୍ତି। କୃଷକ ନେତା ସରୱନ ସିଂହ ପଣ୍ଡେର କଙ୍ଗନାଙ୍କ ଡୋପ୍‌ ଟେଷ୍ଟର ଦାବି କରିଛନ୍ତି। ପଣ୍ଡେର କହିଛନ୍ତି କି ପଞ୍ଜାବୀ ଯୁବକଙ୍କ ଉପରେ ଡ୍ରଗ୍‌ ଆଡିକ୍ଟ ଓ ଆଲକୋହଲିକ୍‌ କହୁଥିବା କଙ୍ଗନାଙ୍କୁ ପ୍ରଥମେ ନିଜର ଡୋପ୍‌ ଟେଷ୍ଟ କରାଇବା ଉଚିତ୍‌। ଏହାପରେ ଦୁନିଆ ସାମନାକୁ ସତକୁ ଆଣିବା ଉଚିତ୍‌।

କଙ୍ଗନା ରଣାୱତ ବୁଧବାର କହିଥିଲେ ଯେ, ଆମର ପଡୋଶୀ ରାଜ୍ୟ ଗୁଡ଼ିକରୁ ହିମାଚଳ ପ୍ରଦେଶରକୁ ଡ୍ରଗ୍ସ ସମେତ ଅନେକ ଜିନିଷ ଆସୁଛି। ସେମାନେ ଆମର ଯୁବବର୍ଗଙ୍କୁ ବର୍ବାଦ କରି ଦେଉଛନ୍ତି। କଙ୍ଗନା ନାଁ ନନେଇ ପଡ଼ୋଶୀ ରାଜ୍ୟ ପଞ୍ଜାବକୁ ଟାର୍ଗେଟ କରିଥିଲେ। କହିଥିଲେ ଡ୍ରଗ୍ସ ହେଉ ବା ମଦ ହେଉ ବା ଆଉ କିଛି , ଏହି ଲୋକେ ବାଇକ୍‌ରେ ଆସି ହୋ ହାଲ୍ଲା କରନ୍ତି ଏବଂ ଡ୍ରଗ୍ସ ଓ ମଦ୍ୟ ପାନ କରି ଉତ୍ପାତ କରନ୍ତି। କଙ୍ଗନା ରଣାୱତ ନିଜ ଘରୋଇ ଅଞ୍ଚଳ ଭାମ୍ୱଲାର ପଞ୍ଚାୟତ ସୁଲପୁର ଜବୋଠରେ ଗ୍ରାମସଭାକୁ ସମ୍ୱୋଧିତ କରି ଏହି କଥା କହି ଥିଲେ। ହେଲେ କଙ୍ଗନା ପ୍ରତ୍ୟକ୍ଷ ଭାବେ ପଞ୍ଜାବର ନାମ ନେଇ ନାହାନ୍ତି। କିନ୍ତୁ ପଡୋଶୀ ରାଜ୍ୟ କହି ସେ ପଞ୍ଚାବ ଉପରେ ଖୁବ୍ କଟାକ୍ଷ କରିଛନ୍ତି। କଙ୍ଗନା କହିଥିଲେ , ପଡୋଶୀ ରାଜ୍ୟ ଗୁଡ଼ିକରୁ ଚରସ ଓ ଚିଟ୍ଟା ହିମାଚଳ ପ୍ରଦେଶରୁ ଆସୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.