ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଭାଗ୍ୟରେ କାଳସର୍ପ ଦୋଷ ଥିଲେ ହୁଅନ୍ତୁନି ଭୟଭୀତ, ଆଣିପାରେ ସୌଭାଗ୍ୟ ଏବଂ ସଫଳତା...

Published By : Harapriya Sethi | February 14, 2025 8:10 AM

ସାଧାରଣତଃ ଆମ ସମସ୍ତଙ୍କର ଏକ ଧାରଣା ରହିଛି ଯେ, ଭାଗ୍ୟରେ କାଳସର୍ପ ଦୋଷ ରହିବା ଅତ୍ୟନ୍ତ ଦୁଃଖଦାୟକ । ମଣିଷ ଜୀବନକୁ ଏହା କଷ୍ଟରେ ଭରି ଦେଇଥାଏ । ଏପରିକି ଏହି ଦୋଷ ରହିବା ଦ୍ୱାରା ମଣିଷ ଆକାଳ ମୃତ୍ୟୁର ଶିକାର ହୋଇଥାଏ ବୋଲି ମଧ୍ୟ ବିଶ୍ୱାଷ ରହିଛି । ଏଥିପାଇଁ ଅନେକ ଲୋକ ଜ୍ୟୋତିର୍ବିଦ୍ ମାନଙ୍କୁ ପାରମର୍ଶ କରି ଅନେକ ପ୍ରତିକାର ମଧ୍ୟ କରିଥାନ୍ତି । ହେଲେ କ'ଣ ଆପଣ ଜାଣିଛନ୍ତି କି, ଅନେକ ସମୟରେ କାଳସର୍ପ ଦୋଷକୁ ଡରିବାର କୌଣସି ଆବଶ୍ୟକତା ରହିନଥାଏ । ଏହାକୁ ଏକ ଦୋଷ ଭାବରେ ଗଣନା ନ କରି ଏକ ସଂଯୋଗ ଭାବରେ ବିବେଚନା କରିବା ଉଚିତ୍ । ଏହାର ଅନେକ ଉଦାହରଣ ରହିଛି ଯାହା ପ୍ରମାଣ କରୁଛି ଯେ, କାଳସର୍ପ ଦୋଷ ରାଜଯୋଗ ଭଳି ଶୁଭ ଫଳ ମଧ୍ୟ ପ୍ରଦାନ କରିଥାଏ । ଧିରୁଭାଇ ଅମ୍ୱାନୀ, ହୃଷିକେଷ ମୁଖାର୍ଜି, ସଚିନ ତେନ୍ଦୁଲକରଙ୍କ ଭାଗ୍ୟରେ କାଳସର୍ପ ଦୋଷ ରହିଛି ଏବଂ ଏମାନେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । 

ଯେଉଁଭଳି, ଶନି ଦେବଙ୍କ ସାଢେ ସାତି ସମସ୍ତଙ୍କ ପାଇଁ ସମାନ ଫଳ ପ୍ରଦାନ କରିନଥାଏ, ଠିକ୍ ସେହିଭଳି କାଳସର୍ପ ଦୋଷର ସଂଯୋଗ ମଧ୍ୟ ସମସ୍ତଙ୍କୁ ସମାନ ପରିଣାମ ଦେଇନଥାଏ । କାଳସର୍ପ ଦୋଷ ଭାଗ୍ୟରେ ଥିବା ରାହୁ ଏବଂ କେତୁର ସ୍ଥିତି ଉପରେ ନିର୍ଭର କରିଥାଏ । ବ୍ୟକ୍ତିର ରାଶିରେ ରାହୁ ଏବଂ କେତୁଙ୍କ ଗୋଚର ଅନୁଯାୟୀ ଏହି ସଂଯୋଗ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ କରିଥାଏ । କାଳସର୍ପ ଦୋଷ ଶୁଭ ହେଲେ, ରାହୁ ଏବଂ କେତୁଙ୍କ ସ୍ଥିତି ଅନୁଯାୟୀ ବ୍ୟକ୍ତିକୁ ନିଜର ଦୁର୍ବଳତାକୁ ଦୂର କରିବାକୁ ସୁଯୋଗ ମିଳିଥାଏ । ଯାହା ଦ୍ୱାରା ସେହି ବ୍ୟକ୍ତି ନିରନ୍ତର ଭାବରେ ଆଗକୁ ବଢି ଚାଲିଥାଏ । ଯେଉଁମାନେ ଜୀବନରେ ଆସୁଥିବା ଚ୍ୟାଲେଞ୍ଜକୁ ଡରି ଯାଆନ୍ତି, ସେମାନଙ୍କ ପାଇଁ ଏହି କାଳସର୍ପ ଦୋଷ ଅଶୁଭ ବୋଲି ସାବ୍ୟସ୍ତ ହୋଇଥାଏ । 

କାହା ପାଇଁ ସୈଭାଗ୍ୟ ଆଣିଥାଏ କାଳସର୍ପ ଦୋଷ ?

ଯେଉଁ ବ୍ୟକ୍ତିଙ୍କ ଭାଗ୍ୟରେ ରାହୁ ନିଜର ଉଚ୍ଚ ରାଶି ବୃଷ କିମ୍ୱା ମିଥୁନ ରାଶିରେ ଥାଏ, ସେମାନେ ରାହୁଙ୍କ ଦଶାରେ ସଫଳତା ଶୀର୍ଷରେ ପହଞ୍ଚିଥାନ୍ତି । ବ୍ୟକ୍ତିର ରାଶିରେ ଥିବା ଗୁରୁ ମଧ୍ୟ ବ୍ୟକ୍ତି ପାଇଁ ଲାଭଦାୟକ ହୋଇଥାଏ । ଯଦି କାଳସର୍ପ ଦୋଷର ସଂଯୋଗ ଥିବା ବ୍ୟକ୍ତିର ଭାଗ୍ୟରେ ଗୁରୁ ଏବଂ ଚନ୍ଦ୍ର କେନ୍ଦ୍ରିଭୂତ ହୋଇ ଏକାଠି ବସିଛନ୍ତି, ସେହି ବ୍ୟକ୍ତି ମଧ୍ୟ ଜୀବନରେ ବହୁ ଉନ୍ନତି କରିଥାଏ । 

ଭାଗ୍ୟରେ ରାହୁର ଏହି ସ୍ଥିତି ଦେଇଥାଏ କଷ୍ଟ -

ଭାଗ୍ୟରେ ତୃତୀୟ, ଷଷ୍ଠ ଏବଂ ଅଷ୍ଟମ ଘରକୁ ତ୍ରିକ ଘର ଭାବେ ବିବେଚନା କରାଯାଇଥାଏ । ଏହି ଘରଗୁଡ଼ିକରେ ରାହୁଙ୍କ ଉପସ୍ଥିତି ଶୁଭ ନୁହେଁ । ଏହି ଘର ଗୁଡ଼ିକରେ ରାହୁଙ୍କ ଅବସ୍ଥାନ ବ୍ୟକ୍ତିଙ୍କୁ ବହୁ ଅଶୁଭ ଫଳ ପ୍ରଦାନ କରିଥାଏ ।  ଯଦି କୌଣସି ବ୍ୟକ୍ତିର ଭାଗ୍ୟର ଏହି ଘରଗୁଡ଼ିକରେ ରାହୁ ଉପସ୍ଥିତ ଥାଆନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ରାହୁର ଅଶୁଭ ପ୍ରଭାବକୁ ଦୂର କରିବା ପାଇଁ ପ୍ରତିକାର କରିବା ଉଚିତ୍।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.