ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଜୁଏଲ ଓରାମ

ଭୁବନେଶ୍ବର,୧୫/୬:  ଜୁଏଲ ଓରାମଙ୍କୁ ମିଳିଛି ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ବିଭାଗ  । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ବର୍ତ୍ତମାନ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ୫ ବର୍ଷର ଲମ୍ବା ଅବଧି ପରେ ସାଂସଦଙ୍କୁ ମନ୍ତ୍ରିପଦ ମିଳିଥିବାରୁ ସମ୍ପୂର୍ଣ୍ଣ ଜିଲ୍ଲାରେ ଉତ୍ସାହିତ ଅଛନ୍ତି ଦଳୀୟ କର୍ମୀ ଓ ସମର୍ଥକ । ତେବେ ମନ୍ତ୍ରିପଦ ନେବା ପରେ ଆଜି ନିଜ କାର୍ଯ୍ୟାଳୟରେ ସେ ପୂଜାର୍ଚ୍ଚନା କରି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । 

ତେବେ ସୁନ୍ଦରଗଡ଼ବାସୀ ତାଙ୍କୁ ସାଂସଦ ଭାବରେ ଗ୍ରହଣ କରିଥିବାରୁ ଆଜି ସେ ମନ୍ତ୍ରୀ ପଦ ପାଇଛନ୍ତି ଏବଂ ଏଥିପାଇଁ ସୁନ୍ଦରଗଡ଼ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ନେଇ ପହଞ୍ଚାଇବେ । ଆଦିବାସୀମାନଙ୍କ ପ୍ରତି ପ୍ରାଥମିକତା ଦେଇ ଯେଉଁମାନେ ଅବହେଳିତ ହେଉଛନ୍ତି ସେମାନଙ୍କ ପାଖରେ ଛିଡା ହେବେ ଏବଂ ସେମାନଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ଜୁଏଲ । ତେବେ କେନ୍ଦ୍ର ସରକାର ଆଦିବାସୀମାନଙ୍କ ପାଇଁ ଯେଉଁସବୁ ପଦକ୍ଷେପ ନେଇଛନ୍ତି, ସମସ୍ତ ପଦକ୍ଷେପକୁ ସମ୍ପୂର୍ଣ୍ଣ ଦେଶରେ ଏବଂ ରାଜ୍ୟରେ ପ୍ରାଥମିକତାର ସହ ଲାଗୁ କରାଯିବ ବୋଲି ସେ କହିଛନ୍ତି ।

ପ୍ରକାଶ ଥାଉକି, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟର ପ୍ରଥମ ମନ୍ତ୍ରୀ । କେନ୍ଦ୍ରରେ ବାଜପେୟୀ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀର ଅଭିଜ୍ଞତା ରଖିଛନ୍ତି ଜୁଏଲ । ୧୯୯୯ ମସିହାରେ ଅଟଳବିହାରୀ ବାଜପେୟୀ ସରକାର ସମୟରେ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ସ୍ଥାନ ମିଳିଥିଲା । ୨୦୧୪ରେ ମୋଦିଙ୍କ ପ୍ରଥମ ପାଳିରେ ତାଙ୍କୁ ପୁଣିଥରେ ଆଦିବାସୀ ମନ୍ତ୍ରଣାଳୟରେ ସ୍ଥାନ ମିଳିଥିଲା । ଅତୀତରେ ଦୁଇ ଦୁଇ ଥର କେନ୍ଦ୍ର କ୍ୟାବିଟେନରେ ସ୍ଥାନ ପାଇଥିବା ଜୁଏଲ ୨୦୧୯ରେ କିନ୍ତୁ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ପାଇନଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.