ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଜରୁରି ପରିସ୍ଥିତି ସମୟରେ ଗିରଫ ବ୍ୟକ୍ତିଙ୍କୁ ଭତ୍ତା ମିଳିବା ପ୍ରସଙ୍ଗ : ମିଳିଲାନି ଡକ୍ୟୁମେଣ୍ଟ, ନିରାଶ ଆବେଦନକାରୀ

Published By : Prameya | March 28, 2025 12:22 AM

ବାଲେଶ୍ୱର,୨୭ା୩(ଆ.ପ୍ର): କେନ୍ଦ୍ର ସକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଜାତୀୟ ଜରୁରି ପରିସ୍ଥ ିତ ସମୟରେ ଜେଲ୍‌ ଯାଇଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାର ପ୍ରତି ମାସ ଭତ୍ତା ବାବଦରେ ୨୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପୂର୍ବ ପ୍ରତିଶ୍ରୁତି ମୁତାବକ ମୋହନ ମାଝୀଙ୍କ ସରକାର ରାଜ୍ୟର ୨୧ ଜଣଙ୍କୁ ଏହି ଭତ୍ତା ପ୍ରଦାନ କରାଯିବା ନେଇ ବୁଧବାର ଘୋଷଣା କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ଆବେଦନକାରୀ ଏହି ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବାଲେଶ୍ୱରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜେଲ କତ୍ତୃ ର୍ପକ୍ଷଙ୍କ ନିକଟରେ ଆବେଦନକାରୀଙ୍କ ଗିରଫ ବିଷୟରେ କୌଣସି ଡକ୍ୟୁମେଣ୍ଟ ନ ଥିବା କହିଛନ୍ତି । ଫଳରେ ଏହି ଆବେଦନକାରୀ ସରକାରଙ୍କ ପ୍ରଦତ୍ତ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ଦେଶରେ ଲାଗୁ କରାଯାଇଥିବା ଜାତୀୟ ଜରୁରି କାଳୀନ ସମୟ (୨୫ ଜୁଲଇ ୧୯୭୫ରୁ ୧୯୭୭ ମାର୍ଚ୍ଚ ୨୧)କୁ ରାଜ୍ୟରେ ବହୁ ରାଜନେତା, ବୁଦ୍ଧିଜୀବୀ ବିରୋଧ କରିଥିଲେ । ପରବର୍ତ୍ତୀ ସମୟରେ ମିସା, ଡିଆଇଆର, ଡିଆଇଏସ୍‌ଆଇଆର ଆଇନରେ ସେମାନଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଥିଲା । 

ରାଜ୍ୟରେ ନୂଆ ସରକାର ଆସିବା ପରେ ଏହି ସମୟରେ ଗିରଫ ହୋଇଥିବା ଲୋକଙ୍କୁ ମାସିକ ଭତ୍ତା ଦେବା ନେଇ ଘୋଷଣା କରିଥିଲେ । ଏନେଇ ସେମାନଙ୍କୁ ଆବେଦନ କରିବା ପାଇଁ କୁହାଯାଇଥିଲା । ସେତେବେଳେ ଜେଲ ଯାଇଥିବା ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇସାରିଥିବାବେଳେ ଯେଉଁମାନେ ଏବେ ଜୀବିତ ଅଛନ୍ତି³ ସେମାନେ ଆବେଦନ କରିଥିଲେ । ସରକାରଙ୍କ ନିର୍ଦ୍ଦେଶ ମୁତାବକ, ଜିଲ୍ଲାର ମୋଟ ୩ଜଣ ବୟସ୍କ ବ୍ୟକ୍ତି ଏହି ଭତ୍ତା ପଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରେ ଶରତ ଚନ୍ଦ୍ର ଦାଶ, ଗୌରାଙ୍ଗ ପାଣିଗ୍ରାହୀ, ଗଙ୍ଗାଧର ରାଉତ ଥିଲେ । ଆବେଦନ ସମୟରେ ସେମାନେ ଗିରଫ ସମୟର ସମସ୍ତ ପ୍ରମାଣପତ୍ର ମଧ୍ୟ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିଥିଲେ । ଆବେଦନକାରୀ ଏହି ସମୟରେ ପ୍ରକୃତରେ ଜେଲ୍‌ରେ ଥିଲେ କି ନାହିଁ³ ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ରିପୋର୍ଟ ପ୍ରଦାନ କରିବାକୁ  ଜିଲ୍ଲା ପ୍ରଶାସନ ଜେଲ ଅଧୀକ୍ଷକଙ୍କ ନିକଟକୁ ସମସ୍ତ ପ୍ରମାଣପତ୍ର ପଠାଇଥିଲେ ।

 ୧୯୮୧ ମସିହା ପୂର୍ବରୁ ଜେଲ୍‌ରେ କୌଣସି ଡକ୍ୟୁମେଣ୍ଟ ନ ଥିବା ଜେଲ କର୍ତ୍ତୃପକ୍ଷ ଚିଠି କରିଥିଲେ । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ନାମକୁ ରାଜ୍ୟ ସରକାରଙ୍କ ନିକଟକୁ ପଠା ଯାଇ ନ ଥିବା ଜିଲ୍ଲା ପ୍ରଶାସନର ବିଭାଗୀୟ ଅଧିକାରୀ କହିଥିଲେ । ଜେଲ କର୍ତ୍ତୃପକ୍ଷଙ୍କ ଏଭଳି ଉତ୍ତରକୁ ଆବେଦନକାରୀ ନାସପସନ୍ଦ କରିଛନ୍ତି । ସେମାନଙ୍କ ଅଭିଯୋଗ, ରାଜ୍ୟର ସମସ୍ତ ଜେଲରେ ଜରୁରିକାଳିନ ସମୟରେ ବନ୍ଦୀ ହୋଇଥିବା ଲୋକଙ୍କର ରେକର୍ଡପତ୍ର ଅଛି । ମାତ୍ର ବାଲେଶ୍ୱର ଜେଲରେ ଏହି ରେକର୍ଡପତ୍ର ନ ରହିବା ଆମକୁ ଚକିତ କରିଛି । ଯଦି ଏହି ସମୟରେ କୌଣସି ଜରୁରିକାଳୀନ ତଥ୍ୟ ରାଜ୍ୟ ସରକାର ମାଗନ୍ତି³ ତାହା ହେଲେ ଜେଲ କର୍ତ୍ତୃପକ୍ଷ କି ଉତ୍ତର ଦେବେ ବୋଲି ସେମାନେ ପ୍ରଶ୍ନ କରିଥିଲେ । ଏହି ଘଟଣାକୁ ସହରର ବୁଦ୍ଧିଜୀବୀ ମଧ୍ୟ ବିରୋଧ କରିଛନ୍ତି । ଏବେ ଇ-ଡକ୍ୟୁମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି । ବାଲେଶ୍ୱର ଜେଲରେ ଏହି ଡକ୍ୟୁମେଣ୍ଟ ନ ରହିବା ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.