ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଆମ ଓଡ଼ିଶା ଯୁବ ଓଡ଼ିଶା କ୍ରୀଡ଼ା ଫାଇଲରେ ଅନିୟମିତତା ଘଟଣା,ମୃତ ବିଡିଓଙ୍କ ଦସ୍ତଖତ ଥିବା ଚେକ୍‌ରେ ଲକ୍ଷାଧିକ ଟଙ୍କା ଉଠାଣ

Published By : Prameya | March 27, 2025 12:47 AM

ସିମୁଳିଆ,୨୬ା୩(ଆ.ପ୍ର): ଓଡ଼ିଶା ସରକାରଙ୍କ ଆମ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ଲକସ୍ତରୀୟ କ୍ରୀଡ଼ା ଉତ୍ସବ ୨୦୨୩ ମସିହା ଡିସେମ୍ବର ୧୭ରେ ଆରମ୍ଭ ହୋଇ ୨୧ରେ ଶେଷ ହୋଇଥିଲା । ଉକ୍ତ କ୍ରୀଡ଼ା ଉତ୍ସବ ପରିଚାଳନାରେ ଅନିୟମିତତା ହୋଇଥିବାର ସେତେବେଳେ ଅଭିଯୋଗ ହୋଇଥିଲା । 

ଏହି ସରକାରୀ କର୍ଯ୍ୟକ୍ରମ ଶେଷ ପରେ ପ୍ରସ୍ତୁତ ହୋଇଥିବା ଫାଇଲରେ ବେଆଇନ କାର୍ଯ୍ୟ ହୋଇଥିବାର ତତ୍କାଳୀନ ବଡ଼ବାବୁ ଜାଣିବା ପରେ ଫାଇଲକୁ ଯାଞ୍ଚ କରି ପ୍ରଥମେ ୧୨ଟି ଅବଜେକ୍ସନ ଦର୍ଶାଇ ବ୍ଲକର ଜିପିଇଓ (ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ) ମୃତ୍ୟୁଞ୍ଜୟ ନାୟକଙ୍କୁ ଫେରାଇ ଦେବା ସହିତ ପୂର୍ବତନ ବିଡିଓ ସମ୍ବିତ କୁମାର କରଙ୍କୁ ଅବଗତ କରାଇଥିଲେ । ଏହି ଫାଇଲରେ ବ୍ୟାପକ ଅନିୟମିତତା ହେବା ଏବଂ ଜନ ପ୍ରତିନିଧି ନୂତନ ବିଡିଓ ଗୋପିନାଥ ଖାଖାଙ୍କୁ ଭେଟି ତଦନ୍ତ ପାଇଁ ଆଲୋଚନା କରିଥିଲେ । ଏହି ଘଟଣା ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଫାଇଲରେ ଜିପିଇଓ ସାଙ୍ଘାତିକ କାର୍ଯ୍ୟ କରିଥିବାର ସୂଚନା ମିଳିଛି । 

ପ୍ରଥମ କଥା ହେଉଛି ଖେଳ ପୂର୍ବରୁ ଅଗ୍ରୀମ ନେଇଥିବା ଏକ ଲକ୍ଷ ଟଙ୍କାର କୌଣସି ସଠିକ୍‌ ଭାଉଚର ଅନୁମୋଦନ ହୋଇନଥିବା ବେଳେ ମୃତ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଦସ୍ତଖତ ଥିବା ଏକ ଚେକ୍‌ରେ ୩ଲକ୍ଷ ୭୫ ହଜାର ଟଙ୍କା ଜିପିଇଓ ଉଠାଇ ନେଇଥିବାର ଜଣାପଡ଼ ିଛି । ମୋଟ ୪ ଲକ୍ଷ ୭୫ ହଜାର ଟଙ୍କା ନେଇଥିବାବେଳେ ବ୍ଲକରେ ଗୋଟିଏ ଟଙ୍କାରେ ପାସ ଫର ପେମେଣ୍ଟ ହୋଇନାହି ଁ କି କୌଣସି ସଠିକ୍‌ ବିଲ୍‌ ଦିଆଯାଇନାହି ଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଚେକବୁକ ସମ୍ପର୍କରେ ଫାଇଲରେ କେବଳ ଜିପିଇଓ ଏବଂ ତତ୍କାଳୀନ କ୍ୟାସିୟରଙ୍କ ଦସ୍ତଖତ ଥିବାର ବିଶେଷ ସୂତ୍ରରୁ ଖବର ମିଳିଛି । ବିଡିଓଙ୍କ ମୃତ୍ୟୁ ପରେ ବିଡିଓଙ୍କ ଦସ୍ତଖତ ଥିବା ଚେକ୍‌ କିଭଳି ବ୍ୟବହାର କରାଯାଇ ୩ ଲକ୍ଷ ୭୫ ହଜାର ଟଙ୍କା ଉଠାଯାଇଛି³ ତାହା ତଦନ୍ତ ସାପେକ୍ଷ । 

ମିଳିଥିବା ସୂଚନା ଅନୁଯାୟୀ ଖେଳ ୨୦୨୩ ମସିହା ଡିସେମ୍ବର ୧୭ରୁ ୨୧ ପର୍ଯ୍ୟନ୍ତ ହୋଇଥଲା । ତା୧୯/୧୨/୨୩ ରିଖରେ ଜିପିଇଓ ଅଗ୍ରୀମ ୧ ଲକ୍ଷ ଟଙ୍କା ନେଇଥିବାବେଳେ ୨୧/୧୨/୨୩ ରିଖ୍‌ ଲେଖାଥିବା ୦୦୦୬୬୬ ନଂ ଚେକ୍‌ରେ ୩ଲକ୍ଷ ୭୫ ହଜାର ଟଙ୍କାକୁ ପରବର୍ତ୍ତୀ ସମୟରେ ଉଠାଇ ନିଆଯାଇଥିବାର ସୂଚନା ମିଳିଛି । ଏହି ଟଙ୍କା ସମ୍ପର୍କରେ ପାସ ଫର ପେମେଣ୍ଟ ମଧ୍ୟ ହୋଇନାହି ଁ ଏବଂ ଏହାକୁ ୩ ଥର ଫାଇଲ ପୁଟ୍‌ଅପ୍‌ କରାଯାଇଥିଲେ ମଧ୍ୟ ବେଆଇନ ବିଲ୍‌ ଭାଉଚର ଦେଖି ବଡ଼ବାବୁ ଏହାକୁ ବାତିଲ କରିଥିଲେ । ଯାହା ଏବେ ବ୍ଲକରେ ଝୁଲି ରହିଛି । ଏହାକୁ ନେଇ ଏବେ ବ୍ଲକରେ ତୁମ୍ଭିତୋଫାନ ଚାଲିବା ସହିତ ଏମିତି କେମିତି ସମ୍ଭବ ହେଲା ଜନ ପ୍ରତିନିଧିମାନଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି । ତତ୍କାଳୀନ ବଡ଼ବାବୁ ଗଗନ ମିଶ୍ର ଫାଇଲ ଦେଖିବା ପରେ ୨୮ ଟି ଅବଜେକସନ ଦର୍ଶାଇ ଚିଠି ମାଧ୍ୟମରେ ପୁନର୍ବାର ଫାଇଲ ଫେରାଇ ଦେଇଥିଲେ । ତାହାର ଆଜି ପର୍ଯ୍ୟନ୍ତ କୌଣସି ଉତ୍ତର ଦିଆଯାଇନାହି ଁ । ଏହି ଗୁରୁତ୍ୱପୂର୍ଣ୍ଣ ଫାଇଲ ପ୍ରସଙ୍ଗ ଏବଂ ସରକାରୀ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳ ତୁରନ୍ତ ତଦନ୍ତ କରିବା ସହିତ ଦୁର୍ନୀତିର ଖୋଳତାଡ଼ ପାଇଁ ଭିଜିଲାନ୍ସ ତଦନ୍ତ କରାଯିବା ଉଚିତ୍‌ ବୋଲି ଜନ ପ୍ରତିନିଧିମାନେ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.