ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଅଶାନ୍ତ ମଣିପୁରରେ ଛାତ୍ର ଆନ୍ଦୋଳନ ତୀବ୍ର, ସାରା ରାଜ୍ୟରେ ୫ ଦିନ ଇଣ୍ଟନନେଟ୍‌ ବ୍ୟାନ୍‌

ଇମ୍ଫାଲ: ମଣିପୁର ପୁଣି ଅଶାନ୍ତ । ୩ ମେ’ ୨୦୨୩ରୁ ଆରମ୍ଭ ହୋଇଥିବା ମଣିପୁର ହିଂସା ପ୍ରଶମିତ ହେବାର ନାଁ ଧରୁନାହିଁ । ଏବେ ବି ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ହିଂସା ଦେଖିବାକୁ ମିଳୁଛି ।  ମଣିପୁରରେ ହିଂସା ସମେତ ଛାତ୍ର ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଏହାକୁ ନଜରରେ ରଖି ମଣିପୁର ସରକାର ସମଗ୍ର ରାଜ୍ୟରେ ଇଣ୍ଟରନେଟ୍ ସେବା ବ୍ୟାନ କରିଦେଇଛନ୍ତି । ୫ ଦିନ ଯାଏଁ ଇଣ୍ଟରନେଟ୍‌ ବ୍ୟାନ କରାଯାଇଥିବା ବେଳେ ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନେବେ ସରକାର । 

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ । ସେପଟେ ସୋମବାର ପାଖରୁ ଖ୍ବାଇରମ୍ବଦରେ ଶତାଧିକ ଛାତ୍ରଛାତ୍ରୀ କ୍ୟାମ୍ପ କରି ରହିଛନ୍ତି । ମଙ୍ଗଳବାର ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ରାଜଭବନରେ ପଶିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନଙ୍କୁ କଂଗ୍ରେସ ଭବନ ଛକ ନିକଟରେ ପୋଲିସ ଅଟକାଇ ଦେଇଥିଲା । 

 ଛାତ୍ରଛାତ୍ରୀ ଏବଂ ମହିଳା ଆନ୍ଦୋଳନକାରୀଙ୍କ ଉପରେ ଲୁହବୁହା ଗ୍ୟାସ ଛାଡ଼ିଥିଲେ ସୁରକ୍ଷାକର୍ମୀ । ଆନ୍ଦୋଳନକାରୀ ଡିଜିପି ଏବଂ ସରକାରଙ୍କ ସୁରକ୍ଷା ପରାମର୍ଶଦାତାଙ୍କୁ ପଦଚ୍ୟୁତ କରିବାକୁ ଦାବି କରୁଛନ୍ତି । ସେହିଭଳି ମଣିପୁର ବିଶ୍ବବଦ୍ୟାଳୟ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତଳିକା ଦାହ କରିଛନ୍ତି ।  ଅନ୍ୟପଟେ ଛାତ୍ର ଆନ୍ଦୋଳନକୁ ନଜରରେ ରଖି ଇମ୍ପାଲର ଇଷ୍ଟ ଏବଂ ଓ୍ବେଷ୍ଟ ଜିଲ୍ଲରେ କର୍ଫ୍ୟୁ ଜାରି କରିଛନ୍ତି ମଣିପୁର ସରକାର । 

ସୂଚନାଯୋଗ୍ୟ, ସେପ୍ଟେମ୍ବର ୬ରେ ବିଷ୍ଣୁପୁର ଜିଲ୍ଲାରେ ଥିବା ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଆରପିଜି ଆକ୍ରମଣ ହୋଇଥିଲା । ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପୂଜା କରୁଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ପୁଣି ଥରେ ଅଶାନ୍ତ ହୋଇଉଠିଛି ମଣିପୁର । ସଦ୍ୟତମ ହିଂସାରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ୧୨ ଗୁରୁତର ହୋଇଛନ୍ତି । ସେପଟେ ୨୦୨୩ ମେ’ରୁ ମୈତେଇ ଓ କୁକି ସଂପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ହିଂସାରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି ।

  • manipur
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.