ପ୍ରମୂଖ ଖବର
  • ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା, ସାମ୍ବାଦିକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ ନିଷ୍ପତ୍ତି
  • ||
  • ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ
  • ||
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଇଣ୍ଟର ନ୍ୟାସନାଲ ସ୍ପେସ୍ ଷ୍ଟେସନ୍‌ରେ ଫାଟ, ୫୦ ସ୍ଥାନରେ ଲିକେଜ୍: ସଙ୍କଟରେ ସୁନୀତା ଓ୍ବିଲିୟମ୍ସଙ୍କ ଜୀବନ

Published By : Prameya | November 16, 2024 2:56 PM

ନୂଆଦିଲ୍ଲୀ,୧୬।୧୧: ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ୍‌କୁ ନେଇ ଚିନ୍ତାରେ ନାସା। ଆଇଏସଏସ୍‌ରେ ଲିକେଜ ଓ ଫାଟ ଏବେ ମହାକାଶଚାରୀଙ୍କ ଜୀବନ ପ୍ରତି ସୃଷ୍ଟି କରିଛି ବିପଦ। ୫ ବର୍ଷ ତଳେ ସୃଷ୍ଟି ହୋଇଥିବା ହାଲକା ଲିକେଜ୍ ଏବେ ବଢି ୫୦ଟି ହୋଇଯାଇଛି। ଫଳରେ ସେଠାରେ ଫଶି ରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କ ଜୀବନକୁ ବିପଦ ରହିଛି।

ବିପଦରେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ୍‌ ବା ଆଇଏସ୍ଏସ୍। ସେଠାରେ ଏକାଧିକ ଲିକେଜ ଓ ଫାଟ ବଢାଇଲା ଚିନ୍ତା।  ଗତ ୫ ବର୍ଷ ହେବ ହାଲକା ଲିକେଜ୍ ଥିଲା। ତେବେ ଏହା ଏବେ ବଢି ୫୦ ରୁ ଅଧିକ ହୋଇଯାଇଛି। ଏହାଛଡା ଏଥିରେ ଫାଟ ମଧ୍ୟ ସୃଷ୍ଟି ହୋଇଛି। ନାସାର ଏକ ଯାଞ୍ଚ ରିପୋର୍ଟ ଲିକ୍ ହୋଇଥିବାରୁ ଏବେ ଜଣାପଡିଛି ଯେ, ବିପଦରେ ଅଛି ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ୍‌। ଏବେ ସେଠାରେ ଫଶି ରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କ  ଓ ତାଙ୍କ ସହଯୋଗୀ ବଚ୍ ଓ୍ବିଲମୋର ଜୀବନକୁ ମଧ୍ୟ ବିପଦ ରହିଛି। 

ପୂର୍ବରୁ ଋଷ ମହାକାଶ ଏଜେନ୍ସି ରସ୍କୋମସ୍ ଆଇଏସଏସ୍ ପ୍ରତି ବିପଦ ଥିବା ନେଇ ସୂଚନା ଦେଇସାରିଛି। ପୃଥିବୀ କକ୍ଷରେ ବୁଲୁଥିବା ଲ୍ୟାବ୍‌ରେ ମାଇକ୍ରୋ ଭାଇବ୍ରେସନ୍ ନେଇ ଦାବି କରିଥିଲା ଋଷ। ନାସା କହିଥିଲା ସ୍ପେସ୍ ଷ୍ଟେସନ୍‌ରୁ ବହୁ ପରିମାଣରେ ଏୟାର ଲିକ୍ ହେଉଛି ଯାହାକି ବିପଦର ସତର୍କ ଘଣ୍ଟି। ସବୁଠାରୁ ପ୍ରଥମେ ଲିକେଜ୍ ସ୍ପେସ୍ ଷ୍ଟେସନ୍‌ରେ ଥିବା ଜେଭେଜଦା ମଡ୍ୟୁଲରୁ ଆରମ୍ଭ ହୋଇଥିଲା, ଯାହାକି, ଡକିଂ ପୋର୍ଟ ପର୍ଯ୍ୟନ୍ତ ଯିବା ପାଇଁ ଏକ ସୁଡଙ୍ଗ ଥିଲା। ଏହି ଅଂଶର  କନଟ୍ରୋଲ କେବଳ ଋଷ ହାତରେ ଥିଲା। ତେବେ ଏହି ସମସ୍ୟାକୁ ନେଇ ପ୍ରକୃତ କାରଣ କ’ଣ ତା ଉପରେ ନାସା ଓ ରସ୍କୋମସ୍ ଭିତରେ ଏବେ ବି ସହମତି ପ୍ରକାଶ ପାଇ ନାହିଁ। 

ନାସାର ମହାକାଶଯାତ୍ରୀ ବବ୍ କେବାନା କହିଛନ୍ତି, ସ୍ପେସ୍ ଏଜେନ୍ସି ଏହି ଲିକେଜକୁ ନେଇ ଚିନ୍ତା ପ୍ରକାଶ କରିଛି। ଲିକେଜ୍‌କୁ ରୋକିବା ପାଇଁ ଅପରେସନ୍ ଆରମ୍ଭ କରି ହେବ,ତେବେ ଏହା କିଛି ସମୟ ପାଇଁ ଆଶ୍ବସ୍ଥି ଦେଇପାରେ, କିନ୍ତୁ ସ୍ଥାୟୀ ସମାଧନ ନୁହେଁ। ଆମେରିକାର କହିବା ଅନୁସାରେ, ଏହା ସୁରକ୍ଷିତ ନୁହେଁ। ସବୁଠାରୁ ପ୍ରଥମେ ୨୦୧୯ ରେ ଲିକେଜ୍ ବିଷୟରେ ଜଣାପଡିଥିଲା। ଏହାପରେ ଏପ୍ରିଲ ୨୦୨୪ରୁ ପ୍ରତିଦିନ ୧.୭ କିଲୋ ହାରରେ ଏୟାର ଲିକ୍‌ ହେବାରେ ଲାଗିଥିଲା। ସାଧାରଣତଃ ଆଇଏସଏସରେ ୭ରୁ ୧୦ ମହାକାଶଯାତ୍ରୀ ରୁହନ୍ତି। ଋଷ ଇଞ୍ଜିନିୟରମାନେ ମାଇକ୍ରୋ ଭାଇବ୍ରେସନ୍ ବିଷୟରେ କହିଛନ୍ତି। ଏହି ବିପଦକୁ ଘୁଞ୍ଚାଇବା ପାଇଁ ନାସା କିଛି ପଦକ୍ଷେପ  ଗ୍ରହଣ କରିଛି। ଏହାଛଡା ସେଠାରେ ଥିବା ମହାକାଶଯାତ୍ରୀଙ୍କୁ ମଧ୍ୟ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.