ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ଅନ୍ତର୍ଜାତୀୟ ଆଳୁ ଦିବସ; ପଖାଳର ସାଥୀ ଭାରି ସୁଆଦିଆ ପରିବାଟେ ଆଳୁ

Published By : Ankita S | May 30, 2025 12:04 PM

ଭୁବନେଶ୍ୱର,୩୦/୦୫: ପଖାଳର ସାଥୀ ସେ । ପରିବାର ରାଜା ତା ବିନା ତରକାରୀ ଫିକା ଫିକା ଲାଗେ । ତିଅଣ ତାଟିଆର ସେ ଥିଲେ ଆଉ କିଛି ଦରକାର ପଡେନି । ଭାରି ସୁଆଦିଆ ପରିଚିତ ପରିବାଟେ ସେ । ଡାଲମାଠୁ ନେଇ ତରକାରୀରେ ସବୁ ଥିରେ ଖୋଜା ପଡ଼େ । ସେ ହେଉଛି ଆମ ସମସ୍ତଙ୍କର ପ୍ରିୟ ଆଳୁ । ପଖାଳ ସାଙ୍ଗକୁ ଆଳୁ ଚକଟା କି ଭଜା ଟିକେ ମିଳିଗଲେ ମଜା ଆସିଯାଏ । ଦର ଯେତେ ହେଲେ ବି ଆଳୁ କିଣିବାଟା ନିଶ୍ଚୟ । କିଛି ପରିବା ନଥିଲେ ଯଦି ଆଳୁ ଅଛି ଖାଇବାର ଟେନସନ୍‌ ନାହିଁ । ବନ୍ୟା, ବାତ୍ୟା ସ୍ଥିତି ଆସିଲେ ଆଳୁର ଚାହିଦା ଆଗ ବଢେ । ଆଳୁ ଚାଷ କରି ଚାଷୀଟିଏ ବେଶ୍ ଦୁଇପାଇସା ରୋଜଗାର ବି କରେ । ଆଉ ସେ ଆଳୁ ପାଇଁ ରାଜ୍ୟ ରାଜ୍ୟ ମଧ୍ୟରେ ବି ମତାନ୍ତର ହୁଏ । ନିତିଦିନିଆ ଜୀବନରେ ଆଳୁକୁ ମନେ ପକାଇବାକୁ ପ୍ରତିବର୍ଷ ମେ ୩୦କୁ  ଅନ୍ତର୍ଜାତୀୟ ଆଳୁ ଦିବସ ଭାବେ ପାଳନ କରାଯାଏ ।

ଫୋକସ୍‌ରେ କନ୍ଧମାଳ, କୋରାପୁଟ ଓ ରାୟଗଡ଼- ଆଳୁ ଏକ ଶ୍ୱେତସାର ଜାତୀୟ ପରିବା । ବିଭିନ୍ନ ପ୍ରକାର ଉନ୍ନତ କିସମର ଆଳୁ ରହିଛି । ସେଗୁଡ଼ିକ ହେଲା କୁଫ୍ରି ଚନ୍ଦ୍ରମୁଖୀ, କୁଫ୍ରି ଅଶୋକ, କୁଫ୍ରି ଜୱାହର,କୁଫ୍ରି ସୂର୍ଯ୍ୟ, ପୁଖରାଜ, କୁଫ୍ରି ଅରୁଣ, କୁଫ୍ରି ଜ୍ୟୋତି ଓ କୁଫ୍ରି ବାଦ୍‌ଶାହ । ୨୦୨୪-୨୫ରେ ରାଜ୍ୟରେ ୧୨, ୩୭୫ ହେକ୍ଟର ଜମିରେ ଆଳୁ ଚାଷ ହୋଇଛି । ୨୦୨୫-୨୬ ଖରିଫ ପାଇଁ ୬ ହଜାର ହେକ୍ଟର ଓ ରବି ପାଇଁ ୧୪ ହଜାର ହେକ୍ଟର ଜମିରେ ଚାଷ ହୋଇଛି ।  ରାଜ୍ୟରେ ନୂଆ ସମ୍ଭାବନା କୁଫ୍ରି ଉଦୟ ଓ କୁଫ୍ରି ଲୋହିତ ଆଳୁ । କନ୍ଧମାଳ, କୋରାପୁଟ ଓ ରାୟଗଡ଼ ଜିଲ୍ଲା ଆଳୁ ଚାଷକୁ ନେଇ  ଫୋକସ୍‌ରେ ରହିଛି । ସେଠାକାର ଜମି ଆଳୁ ଚାଷ ପାଇଁ ବେଶ୍ ଉପଯୋଗୀ । ବର୍ତ୍ତମାନ ରାଜ୍ୟରେ ଆଳୁ କିଲୋ ୨୦ରୁ ୨୫ ଟଙ୍କା ରହିଛି ।

୫୮ଟି ଉପଖଣ୍ଡରେ ହେବ ଶୀତଳଭଣ୍ଡାର- ଆମ ରାଜ୍ୟ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ଅଧିକ ନିର୍ଭରଶୀଳ । ୟୁପିରୁ ବି ଆଳୁ ଆସେ । ଆଳୁ ସାଇତି ରଖିବାକୁ ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବ ରହିଛି । ସେଥି ପାଇଁ ଆଳୁ ସଂରକ୍ଷଣ ହୋଇପାରୁ ନାହିଁ । ଯାହା ଉତ୍ପାଦ ହେଉଛି ତାହା ଶୀଘ୍ର ବିକ୍ରି ହେଉଛି । ଶୀତଳଭଣ୍ଡାର ହେରେ ଆଳୁ ସଙ୍କଟ ଦୂର ହେବ । ଖୁବଶୀଘ୍ର ୫୮ଟି ଉପଖଣ୍ଡରେ ଶୀତଳଭଣ୍ଡାର ପ୍ରତିଷ୍ଠା ହେବ । ଏ ନେଇ ୨୫୨ କୋଟି ଟଙ୍କା ଖର୍ଚ୍ଚା ହେବ । ୨୦୩୦ ସୁଦ୍ଧା  ନିର୍ମାଣ କାମ ସରିବ ।

ଆଉ ବ୍ଲାକମେଲ କରିପାରିବନି ବଙ୍ଗ- ରାଜ୍ୟରେ ଆଳୁ ଚାଷକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ବିଗତ ବର୍ଷରୁ ଆମେ ପଶ୍ଚିମବଙ୍ଗ ଉପରେ ଅଧିକ ନିର୍ଭର କରିଆସୁଛୁ । ଚଳିତବର୍ଷ ଆମେ ଅଧିକ ୩ ଗୁଣା ଆଳୁ ଚାଷ କରିଛୁ । ଚାଷୀଙ୍କୁ ଉନ୍ନତମାନର ବିହନ ଦିଆଯାଇଛି । ଶୀତଳଭଣ୍ଡାର ନିର୍ମାଣ ଚାଲିଛି । ଏବର୍ଷଠୁ ଆଉ ପଶ୍ଚିମବଙ୍ଗ ଆମକୁ ବ୍ଲାକମେଲ କରିପାରିବ ନାହିଁ ବୋଲି କହିଛନ୍ତି କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.