ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭାରତୀୟ ବଂଶୋଭବଙ୍କୁ ସିଙ୍ଗାପୁରରେ ଜେଲ ଦଣ୍ଡାଦେଶ; ଯୌନ ନିର୍ଯାତନା ମାମଲାରେ ସାମିଲ ଥିବା ନେଇ ୧୨୬ ମାସର ଦଣ୍ଡ ଶୁଣାଇଲେ ବିଚାରପତି

Published By : Bijay Swain | March 12, 2025 10:16 PM

Image courtesy: amarujala

ନୂଆଦିଲ୍ଲୀ: ୨୦୦୭ ମସିହାରେ ଜଣେ ୧୬ ବର୍ଷୀୟ ବାଳକକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ସିଙ୍ଗାପୁରରେ ଜଣେ ଭାରତୀୟ ବଂଶୋଦ୍ଭବ ରଞ୍ଜିତ ପ୍ରସାଦଙ୍କୁ ୧୦ ବର୍ଷ ଛଅ ମାସ ଜେଲଦଣ୍ଡାଦେଶ ଦିଆଯାଇଛି। ତେବେ ମାମଲାର ଶୁଣାଣି ସମୟରେ ମଧ୍ୟ ପ୍ରସାଦ ତାଙ୍କ ଦ୍ୱାରା କରାଯାଇଥିବା ଅପରାଧ ପାଇଁ ଅନୁତାପ କରି ନଥିଲେ ବୋଲି ଅପରପକ୍ଷର ଓକିଲ ସମସ୍ତଙ୍କ ସାମ୍ନାରେ କହିଛନ୍ତି।

ପୂର୍ବରୁ ପିପୁଲ୍ସ ଆସୋସିଏସନ(ପିଏ)ରେ ପ୍ରସନ ବିଭିନ୍ନ ଯୁବକମାନଙ୍କ ସହିତ କାମ କରୁଥିଲେ। ତେବେ ଅଭିଯୁକ୍ତ ଯୁବକ ଜଣଙ୍କ ସହ ଚିହ୍ନା ପରିଚୟ ହେବା ପରେ ସେ ତାଙ୍କ ପଦବୀର ଅପବ୍ୟବହାର କରିଥିଲେ। ଶୁଣାଣି ସମୟରେ ଏହାକୁ ନେଇ ବିଚାରପତି ଜନ୍ ଏନଜି କହିଥିଲେ ଯେ ଏହି ଘଟଣା ପୀଡିତଙ୍କ ଜୀବନ ପ୍ରତିକୂଳ ପ୍ରଭାବ ପକାଇଛି। ଖାଲି ଯେ ପ୍ରଭାବ ପକାଇଛି ତାହା ନୁହେଁ ଏହି ଘଟଣା ତାଙ୍କ ଭବିଷ୍ୟତକୁ ମଧ୍ୟ ଅନେକାଂଶରେ ପ୍ରଭାବିତ କରିଛି ବୋଲି କହିଥିଲେ।

ଆପଣଙ୍କୁ ଜଣାଇରଖୁ ଯେ ପ୍ରସାଦ ମଡେଲିଂରେ ଆଗ୍ରହୀ ଥିବା ବାହାନାରେ ପୀଡିତଙ୍କୁ ତାଙ୍କ ଅଫିସକୁ ଡାକିଥିଲେ। ତା'ପରେ ସେ ତାଙ୍କୁ ବିଭିନ୍ନ ବାହାନା ଦେଖାଇ ଏକ ସାର୍ବଜନୀନ ଶୌଚାଳୟକୁ ନେଇଯାଇଥିଲେ। ଯେଉଁଠାରେ ସେ ପୀଡିତଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ହେଲେ ଏତିକିରେ ଅଟକି ନଥିଲେ ପ୍ରସାଦ। ସେ ପୀଡିତଙ୍କୁ ଜୋର ଜବରଦସ୍ତ ଏକ ହୋଟେଲକୁ ନେଇ ତାଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ୱଦ୍ଧ ମଧ୍ୟ ରଖିଥିଲେ।

ପୀଡିତ ଯୁବକ ଜଣକ ଏନେଇ ୨୦୨୦ ମସିହା ଅଗଷ୍ଟ ୨୪ ତାରିଖରେ ପୋଲିସରେ ଏକ ରିପୋର୍ଟ ଦାଖଲ କରିଥିଲେ। ତେବେ ଶୁଣାଣି ସମୟରେ, ପ୍ରସାଦ କୌଣସି ଭୁଲ କରିଥିବା କଥା ମନା କରିଥିଲେ। କିନ୍ତୁ ବିଚାରପତି ପୀଡିତାଙ୍କ ବୟାନକୁ ନଜରରେ ରଖି ଏହି ମାମଲାର ରାୟ ପ୍ରଦାନ କରିଥିଲେ।

ଏହି ମାମଲାର ରାୟ ଆସିବା ପରେ ପିଏର ମୁଖ୍ୟ କହିଛନ୍ତି ଯେ ପ୍ରସାଦଙ୍କ ଦ୍ୱାରା କରାଯାଇଥିବା ଅପରାଧ ଏକ ଗମ୍ଭୀର ଅପରାଧ। ଏହା ସହିତ, ଯୁବପିଢ଼ିଙ୍କ ସ୍ୱାର୍ଥ ଏବଂ ସୁରକ୍ଷା ଜଡିତ ରହିଥିବାରୁ ବିଚାରପତି ଏହି ମାମଲାରେ ନିର୍ଣ୍ଣାୟକ ପଦକ୍ଷେପ ନେଇଛନ୍ତି। ପ୍ରସାଦଙ୍କୁ ସେପ୍ଟେମ୍ବର ୨୦୨୦ ମସିହା ପ୍ରାରମ୍ଭରେ ତାଙ୍କ କାର୍ଯ୍ୟକ୍ଷେତ୍ରରୁ ନିଲମ୍ବିତ କରାଯାଇଥିଲା। ୨୦୨୪ ମସିହା ୨୩ ଅକ୍ଟୋବର ମାସରେ ତାଙ୍କୁ ବହିଷ୍କାର କରାଯିବା ପର୍ଯ୍ୟନ୍ତ ସେ ପିଏ ସହ ଜଡିତ କୌଣସି କାର୍ଯ୍ୟ କରିନଥିଲେ ବୋଲି ସେ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.