ପ୍ରମୂଖ ଖବର

ସାମୀ-ସିରାଜଙ୍କ ଘାତକ ବୋଲିଂରେ ମାତ୍ର ୫୫ରନ୍‌ରେ ରହିଗଲା ଶ୍ରୀଲଙ୍କା : ରୋହିତ ବିଗ୍ରେଡଙ୍କ ସେମିଫାଇନାଲରେ ଏଣ୍ଟ୍ରି

ମୁମ୍ୱାଇ : ମୁମ୍ୱାଇର ୱାଙ୍ଖେଡେ ଷ୍ଟାଡିୟମରେ ଆଜି ଖେଳା ଯାଇଛି ଭାରତ-ଶ୍ରୀଲଙ୍କା ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ୍‌ । ୩୫୮ରନ୍‌ର ଟାର୍ଗେଟ ଜବବାରେ ଶ୍ରୀଲଙ୍କା ଟିମ୍ ୧୯.୪ ଓଭରରେ ୫୫ ରନ୍‌ରେ ହିଁ ରହି ଯାଇଥିଲା । ଏହି ପରାଜୟ ସହ ଶ୍ରୀଲଙ୍କା ସେମିଫାଇନାଲ ଦୌଡ଼ରୁ ବାହାର ହୋଇ ଯାଇଛି।  

ଗିଲ୍‌, କୋହଲି ଏବଂ ଶ୍ରେୟସଙ୍କ ଦମଦାର ପ୍ରଦର୍ଶନ; ଶ୍ରୀଲଙ୍କାକୁ ୩୫୮ ରନ୍‌ ଟାର୍ଗେଟ୍ ଦେଲା ଭାରତ

ଶ୍ରୀଲଙ୍କା ପାଇଁ କସୁନ ରଜିଥା ୧୪ , ଏଞ୍ଜେଲୋ ମ୍ୟାଥୁଜ ୧୨ ଓ ମହିଶ ତିକ୍ଷଣା ୧୨ ରନ୍‌ କରି ଥିବା ବେଳେ ଟିମର ୫ ବ୍ୟାଟ୍ସମ୍ୟାନ ଖାତା ଖୋଲି ପାରି ନଥିଲେ। ଭାରତ ପାଇଁ ମହମ୍ମଦ ସାମୀ ୫ ଓ ମହମ୍ମଦ ସିରାଜ ୩ ୱିକେଟ୍‌ ଅକ୍ତିଆର କରି ଶ୍ରୀଲଙ୍କା ପାଇଁ ଘାତକ ସାଜିଥିଲେ । 

 ଭାରତ ଗୁରୁବାରର ଏହି ବିଶ୍ୱକପ୍‌ ୨୦୨୩ରେ ଶ୍ରୀଲଙ୍କାକୁ ଧୂଳି ଚଖେଇ ଦେଇଛି। ଭାରତ ମୁମ୍ୱାଇର ୱାଙ୍ଖେଡ୍‌ ଷ୍ଟାଡିୟମରେ ୩୦୨ ରନ୍‌ରେ ଐତିହାସିକ ବିଜୟ ହାସଲ କରିଛନ୍ତି। ଭାରତର ଏହି ଟୁର୍ଣ୍ଣାମେଣ୍ଟରେ ଲଗାତାର ୭ମ ବିଜୟ ହୋଇଛି। ଭାରତ ସେମି ଫାଇନାଲ ରେ ସ୍ଥାନ ପାଇଛି। ଭାରତ ୧୪ ଅଙ୍କ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି। 

କହି ରଖୁଛୁ କି, ଭାରତ ରନ୍‌ ଅନୁସାରେ , ବିଶ୍ୱକପ୍‌ ଇତିହାସର ଦ୍ୱିତୀୟ ସବୁଠୁ ବଡ଼ ବିଜୟ ହାସଲ କରିଛି। ଶୁଭମନ ଗିଲ୍‌ (୯୨) , ବିରାଟ କୋହଲି (୮୮) ଓ ଶ୍ରେୟସ ଆୟର (୮୨)ଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ଭାରତ ୩୫୭/୮ର ବିଶାଳ ସ୍କୋର କରି ପାରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଟିମ୍‌ ୧୯.୪ ଓଭରରେ ୫୫ ରନରେ ସୀମିତ ରହି ଯାଇଥିଲା। ମହମ୍ମଦ ସାମୀ ଶ୍ରୀଲଙ୍କା ପାଇଁ ମାରାତ୍ମକ ସାଜିଥିଲେ। ସେ ୫ ୱିକେଟ୍‌ରେ ୧୮ ରନ୍‌ ଦେଇ ୫ ୱିକେଟ୍‌ ଅକ୍ତିଆର କରିଛନ୍ତି। ତାଙ୍କ ସହ ହାତ ମିଳାଇ ମହମ୍ମଦ ସିରାଜ ମଧ୍ୟ ୩ ଜଶପ୍ରୀତ ବୁମରାହ ଓ ରବିନ୍ଦ୍ର ଜାଡେଜା ୧-୧ ଶିକାର କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.