ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଗିଲ୍‌, କୋହଲି ଏବଂ ଶ୍ରେୟସଙ୍କ ଦମଦାର ପ୍ରଦର୍ଶନ; ଶ୍ରୀଲଙ୍କାକୁ ୩୫୮ ରନ୍‌ ଟାର୍ଗେଟ୍ ଦେଲା ଭାରତ

Image Courtesy: espncricinfo

ମୁମ୍ବାଇ: ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଟିମ ଇଣ୍ଡିଆ ଛିଡ଼ା କରିଛି ବିଶାଳ ସ୍କୋର । ଚଳିତ ବିଶ୍ଵକପର ୩୩ତମ ମ୍ୟାଚରେ ଭାରତୀୟ ବ୍ୟାଟରଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୩୫୭ ରନର ବିଶାଳ ସ୍କୋର କରିଛି । ଭାରତ ପକ୍ଷରୁ ଶୁଭମନ ଗିଲ୍ ୯୨ ରନ ଓ ବିରାଟ କେହାଲି ୮୮ ରନର ଦମଦାର ଇନିଂସ ଖେଳିଥିବା ବେଳେ ଶ୍ରେୟସ ଆୟର ୮୨ ରନର ବିସ୍ଫୋରକ ପାଳି ଖେଳିଛନ୍ତି । 

ସେପଟେ ଶ୍ରୀଲଙ୍କା ସମ୍ମୁଖରେ ୩୫୮ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି । ଅଧିନାୟକ ରୋହିତ ଶର୍ମା(୪)  କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ । ଏହା ପରେ ଶୁଭମନ ଗିଲ୍ ଓ ବିରାଟ କୋହଲି ଦଳର ମଙ୍ଗ ସମ୍ଭାଳିଥିଲେ । ଦୁଇ ବ୍ୟାଟର ଅର୍ଦ୍ଧଶତକୀୟ ପାଳି ଖେଳି ଭାରତକୁ ବିଶାଳ ସ୍କୋର କରିବାରେ ସହାୟକ ହୋଇଛନ୍ତି । ହେଲେ ଗିଲ ଏବଂ କୋହଲି ଶତକ ଆଡ଼କୁ ଅଗ୍ରସର ହେଉଥିବା ଆଉଟ୍ ହୋଇଥିଲେ । ଗିଲ ୯୨ ବଲରୁ ୧୧ ଚୌକା ଓ ୨ ଛକା ସହ ୯୨ ରନର ପାଳି ଖେଳିଥିଲେ । ଗିଲ୍ ଓ କୋହଲି ମିଳିତ ଭାବେ ୧୮୯ ରନର ଭାଗିଦାରୀ ପାଳି ଖେଳିଥିଲେ । 

ଗିଲଙ୍କ ପରେ କୋହଲି ୮୮ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଶ୍ରେୟସ ଆୟର ଓ କେଏଲ ରାହୁଲ ଚତୁର୍ଥ ଓ୍ଵିକେଟରେ ୬୦ ରନ ଯୋଡ଼ିଥିଲେ । କେଏଲ ରାହୁଲ ୨୧ ରନ କରି ଆଉଟ୍ ହୋଇଇଥିଲେ। ଅନ୍ୟପଟେ ଶ୍ରେୟସ ଆୟର ଫର୍ମକୁ ଫେରି ଚଳିତ ବିଶ୍ଵକପରେ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ସୂର୍ଯ୍ୟକୁମାର ଯାଦବ ନିରାଶ କରିଛନ୍ତି । ଶେଷ ଆଡ଼କୁ ଶ୍ରେୟସ ଦ୍ରୁତ ବ୍ୟାଟିଂ କରି ୫୫ ବଲରୁ ୩ ଚୌକା ଓ ୬ ଛକା ସହ ୮୨ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି ।

 ରବୀନ୍ଦ୍ର ଜାଡ଼େଜା ୩୫ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଶାମୀ ରନ୍‌ ଆଉଟ ହୋଇଥିବା ବେଳେ ବୁମରା ଏକ ରନ୍‌ କରି ଅପରାଜିତ ଅଛନ୍ତି । ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୩୫୭ ରନ କରିଛି । ସେପଟେ ବୋଲିଂରେ ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଦୁଶଙ୍କା ସର୍ବାଧିକ ୫ ଓ୍ଵିକେଟ୍ ହାସଲ କରିଛନ୍ତି । 

  • ODI World Cup 2023
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.