ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୨୦୨୩ ଦିନିକିଆ ବିଶ୍ବକପ୍‌ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ; ଜାଣନ୍ତୁ କାହାକୁ ମିଳିଛି ସୁଯୋଗ

କାଣ୍ଡି,୦୫/୦୯: ବହୁ ପ୍ରତିକ୍ଷାର ହେଲା ଅନ୍ତ। ଘୋଷଣା ହେଲା ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କାର୍ଡ। ଆଗାମୀ ୨୦୨୩ ଦିନିକିଆ ବିଶ୍ୱକପ୍‌ ପାଇଁ ଟିମ୍‌ ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ । ଭାରତୀୟ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କାଣ୍ଡିରେ ପ୍ରେସ୍‌ମିଟ୍ ଜରିଆରେ ସମସ୍ତ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ଏହି ପ୍ରେସ୍‌ମିଟ୍‌ରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ଉପସ୍ଥିତ ରହିଥିଲେ। ଏଥିରେ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆରେ ଅଭିଜ୍ଞ ଖେଳାଳିଙ୍କୁ ପ୍ରାଥମିକତା ଦିଆଯାଇଛି। ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା। କେ.ଏଲ୍ ରାହୁଲ ଏବଂ ଶ୍ରେୟସ୍ ଆୟର ମଧ୍ୟ ଦଳରେ ସାମିଲ ଅଛନ୍ତି। ବିରାଟ କୋହଲି, ଶୁଭମାନ ଗିଲ ଏବଂ ସୂର୍ଯ୍ୟକୁମାରଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଏକ ସୁଯୋଗ ମିଳିଛି। ଶାର୍ଦ୍ଦୁଲ ଠାକୁର ମଧ୍ୟ ଏକ ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି।

ବିସିସିଆଇ ଚୟନ କମିଟି ବିଶ୍ୱକପ ପାଇଁ ଏକ ସନ୍ତୁଳିତ ଦଳ ଚୟନ କରିଛି। ରୋହିତଙ୍କ ସହ ଶୁବମାନ ଗିଲ ଓପିନିଂ କରିପାରନ୍ତି। ଇଶାନ କିଶନ ମଧ୍ୟ ଦଳରେ ଅଛନ୍ତି। ଇଶାନ ମଧ୍ୟ ଓପିନିଂ ସହିତ ମିଡିଲ ଅର୍ଡରରେ ବ୍ୟାଟିଂ କରିବାରେ ସକ୍ଷମ ଅଟନ୍ତି। ଶ୍ରେୟସ୍ ଆୟର ଏବଂ କେ.ଏଲ୍ ରାହୁଲଙ୍କ ଉପରେ ଭରସା କରାଯାଇଛି। ରାହୁଲ ଏସିଆ କପ୍ ୨୦୨୩ରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି। ତେବେ ଏହା ସତ୍ତ୍ବେ ତାଙ୍କୁ ବିଶ୍ୱକପ ଦଳରେ ସାମିଲ କରାଯାଇଛି। ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଳରେ ସୁଯୋଗ ପାଇଛନ୍ତି। 

ବିଶ୍ୱକପ ୨୦୨୩ ପାଇଁ ଭାରତୀୟ କ୍ରିକେଟ୍ ଦଳ - ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ଶାମି, ଅକ୍ଷର ପଟେଲ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ

You can also read: 

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଗୌତମ ଗମ୍ଭୀରଙ୍କ ବୋଲ୍ଡ ବୟାନ, ବନ୍ଧୁତା ପଡିଆ ବାହାରେ ଦେଖାଅ...




  • BCCI
  • Team India
  • Announce
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.