ପ୍ରମୂଖ ଖବର

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଗୌତମ ଗମ୍ଭୀରଙ୍କ ବୋଲ୍ଡ ବୟାନ, ବନ୍ଧୁତା ପଡିଆ ବାହାରେ ଦେଖାଅ...

ନୂଆଦିଲ୍ଲୀ,୪।୯: ଏସିଆ କପ୍‌ରେ ଶନିବାର ଭାରତ ଓ ପାକିସ୍ତାନ ଭିତରେ ମ୍ୟାଚ୍ ଖେଳା ଯାଇଥିଲା। ଏହି ମ୍ୟାଚ୍‌ ବର୍ଷା କାରଣରୁ ଶେଷ ହୋଇପାରିନଥିଲା। ଏହି ମ୍ୟାଚ୍‌ରେ ଏଭଳି କିଛି ଦୃଶ୍ୟ ସାମନାକୁ ଆସିଛି, ଯେଉଁଠି ଖେଳାଳିମାନେ ଅନ୍ୟ ଟିମ୍‌ର ଖେଳାଳିଙ୍କୁ ଆଲିଙ୍ଗ କରିବା ସହ ପରସ୍ପରକୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲେ। ଏହାକୁ ନେଇ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କଡା ପ୍ରତିକ୍ରିୟା ଦେଇଛନ୍ତି। ଗମ୍ଭୀର କହିଛନ୍ତି, ମ୍ୟାଚ୍ ବେଳେ ଖେଳାଳିଙ୍କ ଭିତରେ ବନ୍ଧୁତ୍ବ ଠିକ୍ ନୁହେଁ, ବଂର ତାଙ୍କ ଆଖିରେ ପରସ୍ପରର ଟିମ୍‌ ବିରୋଧରେ ଆଗ୍ରେସିଭନେସ୍ ରହିବା ଦରକାର।

ଗମ୍ଭୀର ଷ୍ଟାର ସ୍ପୋର୍ଟସ୍‌କୁ କହିଛନ୍ତି, ଆମ ସମୟରେ ଏଭଳି ହେଉନଥିଲା।  ମ୍ୟାଚ୍ ବେଳେ ଖେଳାଳି ବିରୋଧି ଟିମ୍‌ର ଖେଳାଳିଙ୍କୁ ଆଲିଙ୍ଗନ କରିବା, ତାଙ୍କ କାନ୍ଧରେ ହାତ ରଖିବା। ଏସବୁ ଅଧିକ ଫ୍ରାଞ୍ଚାଇଜ କ୍ରିକେଟ କାରଣରୁ ହେଉଛି। ମ୍ୟାଚ୍‌ ବେଳେ ଆପଣଙ୍କ ଆଖିରେ ଆଗ୍ରେସନ୍ ରହିବା ଦରକାର, କାରଣ ସେତେବେଳେ ଆପଣ ଦେଶର ପ୍ରତିନିଧିତ୍ବ କରୁଛନ୍ତି ଓ ନିଜ ଦେଶକୁ ଜିତାଇବାକୁ ପୁରା ଚେଷ୍ଟା କରିବା ଦରକାର।

ଗମ୍ଭୀର ଆଗକୁ କହିଛନ୍ତି, ମ୍ୟାଚ୍‌ର ୬-୭ ଘଣ୍ଟା ପରେ ଯେତେ ବି ବନ୍ଧୁତା ରଖିବା ଦରକାର ରଖନ୍ତୁ। ଆପଣମାନେ କେବଳ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ନାହାନ୍ତି ବଂର ୧୪୦ କୋଟି ଲୋକଙ୍କର ପ୍ରତିନିଧିତ୍ବ କରୁଛନ୍ତି।’

  • cricket
  • Goutam Gambhir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.