ପ୍ୟାରିସ୍,୧୨ /୦୨: ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ଫ୍ରାନ୍ସ ସିଇଓ ସମ୍ମିଳନୀରେ ସାମିଲ ହୋଇଛନ୍ତି ।୨୦୪୭ ସୁଦ୍ଧା ବିକଶିତ ଭାରତ ଆଡକୁ ଗତି କରୁଛି ଦେଶ । ଭାରତରେ ନିବେଶ ପାଇଁ ବର୍ତ୍ତମାନ ପ୍ରକୃଷ୍ଠ ସମୟ । ଭାରତ ଆସନ୍ତୁ ଅଧିକରୁ ଅଧିକ ନିବେଶ କରନ୍ତୁ । କର୍ପୋରେଟ୍ ସଂସ୍ଥାର ନେତୃତ୍ବଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇ ଏହା କହିଛନ୍ତି । ଆଜି (ବୁଧବାର) ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଭାରତ-ଫ୍ରାନ୍ସ ସିଇଓ ସମ୍ମିଳନୀରେ କର୍ପୋରେଟ୍ ସଂସ୍ଥାର ନେତୃତ୍ବଙ୍କୁ ଆହ୍ବାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା କେବଳ ସାମାନ୍ୟ ବିଜନେସ ଇଭେଣ୍ଟ ନୁହେଁ । ଏହା ଭାରତ ଓ ଫ୍ରାନ୍ସର ବେଷ୍ଟ ବିଜେନେସ ମାଇଣ୍ଡର ସଙ୍ଗମ । ଏବେ ପ୍ରସ୍ତୁତ ହୋଇଥିବା ସିଇଓ ଫୋରମକୁ ସ୍ବାଗତ । ଭାରତରେ ବ୍ୟବସାୟୀ ଅନୁକୂଳ ପରିବେଶ୍ ଓ ସରକାରଙ୍କ ଦୀର୍ଘସ୍ଥାୟୀ ଯୋଜନା ରହିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଆଡକୁ ଗତି କରୁଛି ଦେଶ । ତେଣୁ ଅଧିକରୁ ଅଧିକ ବ୍ୟବସାୟୀ ସଂସ୍ଥା ଭାରତରେ ନିବେଶ କରନ୍ତୁ । ଭାରତରେ ବର୍ତ୍ତମାନ ନିବେଶ ପାଇଁ ପ୍ରକୃଷ୍ଟ ସମୟ ରହିଛି । ଭାରତ ଆସନ୍ତୁ ଅଧିକରୁ ଅଧିକ ନିବେଶ କରନ୍ତୁ । ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଏହି ଫୋରମେରେ ଯୋଗ ଦେବା ପାଇଁ ପ୍ରଶଂସତାର କଥା । ଭାରତ ଓ ଫ୍ରାନ୍ସ କେବଳ ଲୋକତାନ୍ତ୍ରିକ ମୂଲ୍ୟରେ ଜଡିତ ନାହିଁ । ଆମ ବନ୍ଧୁତାର ମୂଳଦୁଆ ଗଭୀର ବିଶ୍ବାସ, ଜନକଲ୍ୟାଣ ଭାବନା ଉପରେ ଆଧାରିତ । ଆମେ ସହଭାଗିତା କେବେଳ ଦୁଇ ଦେଶ ମଧ୍ୟରେ ସୀମିତ ନାହିଁ । ବୈଶ୍ବିକ ସମସ୍ୟା ଓ ଚ୍ୟାଲେଞ୍ଜର ସମାଧାନ ମିଳିତ ଭାବେ କରୁଛୁ ।
କର୍ପୋରେଟ୍ ସଂସ୍ଥାର ନେତୃତ୍ବଙ୍କୁ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ତୁମମାନଙ୍କ ମଧ୍ୟରୁ ଅଧିକାଂଶ କମ୍ପାନୀ ଭାରତରେ ପ୍ରଥମରୁ ରହିଛି । ଏରୋ ସ୍ପୋସ୍, ଡିଫେନ୍ସ, ଇଲେକ୍ଟ୍ରୋନିକ୍ସ, କେମିକାଲସ୍ ଡେରୀ ଓ କନଜ୍ୟୁମର ଗୁଡସ୍ ଭଳି କମ୍ପାନୀ ଭାରତରେ ସକ୍ରିୟ ରହିଛନ୍ତି । ଅନେକ ସିଇଓଙ୍କ ସହ ଭାରତରେ ସାକ୍ଷାତ କରିବାର ଅବସର ମିଳିଛି । ଭାରତରେ ଏକ ଦଶକରେ ହୋଇଥିବା ପରିବର୍ତ୍ତନକୁ ନେଇ ସମସ୍ତେ ପରିଚିତ । ରିଫର୍ମ, ପର୍ଫମ ଓ ଟ୍ରାମ୍ସଫର୍ମକୁ ମନ୍ତ୍ର କରି ଆଜି ଭାରତ ବିଶ୍ବର ୫ମ ବୃହତ ଅର୍ଥନୀତି ଦେଶ ହୋଇଛି । ଖୁବଶୀଘ୍ର ତୃତୀୟ ଅର୍ଥନୀତି ଦେଶ ହେବାକୁ ଯାଉଛି । ଏବେ ଭାରତ ଦ୍ରୁତ ଗତିରେ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ଡେଷ୍ଟିନେସର ପସନ୍ଦ ହୋଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଆଡକୁ ଗତି କରୁଛି ଦେଶ । ତେଣୁ ବର୍ତ୍ତମାନ ଭାରତରେ ନିବେଶ କରିବା ଲାଭଦାୟକ ହେବ । ଭାରତର ପ୍ରଗତିରେ ସମସ୍ତଙ୍କୁ ପ୍ରଗତି ଜଡିତ । ତେଣୁ ଭାରତ ଆସନ୍ତୁ ଅଧିକରୁ ଅଧିକ ନିବେଶ କରନ୍ତୁ । ସମସ୍ତଙ୍କୁ ଭାରତ ବିକାଶ ଯାତ୍ରାରେ ଯୋଡି ହେବାକୁ ନିମନ୍ତ୍ରଣ କରୁଛି । ଫ୍ରାନ୍ସର ଟେକ୍ନୋଲୋଜି ଓ ଭାରତର ଟ୍ୟାଲେଣ୍ଟ ଏକାଠୀ ହେବେ କେବେଳ ବିଜନେସ ଲ୍ୟାଣ୍ଡସ୍କେପ ନୁହେଁ ଗ୍ଲୋବାଲ ଟ୍ରାନ୍ସଫରମେସନ ହେବ ।
କହି ରଖୁଛୁ କି, ଏହା ପୂର୍ବରୁ ଏଆଇ ସମ୍ମିଳନୀରେ ପକ୍ଷପାତିତା ଏଆଇ ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଆଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଦଳାଉଛି । ସମୟ ସହ ତାଳ ଦେଇ ରୋଜଗାର ସ୍ବରୁପ ମଧ୍ୟ ବଦଳିବାରେ ଲାଗିଛି । ଏହା ଯୋଗୁଁ ଚାକିରି ଯିବ ନାହିଁ ବରଂ ନୂଆ ନିଯୁକ୍ତି ସୃଷ୍ଟି ହେବ । ଟେକ୍ନୋଲୋଜି ନୂଆ ସୁଯୋଗ ଆଣିଥାଏ ।
Delighted to meet with PM @narendramodi today while in Paris for the AI Action Summit. We discussed the incredible opportunities AI will bring to India and ways we can work closely together on India’s digital transformation pic.twitter.com/OXA3vfQ6OT
— Sundar Pichai (@sundarpichai) February 11, 2025
ଏଆଇ ସମିଟ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁରୁଲ ସିଇଓ ସୁନ୍ଦର ପିଚାଇଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତକାର ହୋଇଥିଲା । ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲେଚନା ହୋଇଥିଲା । ଦେଶରେ ଡିଜିଟାଲ ପରିବର୍ତ୍ତନକୁ ଆଗୁକୁ ବଢାଇବାକୁ ଭାରତ ସହ ମିଶି ଗୁଗୁଲ କାମ କରିବ ବୋଲି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି ଗୁରୁଲ ସିଇଓ ସୁନ୍ଦର ପିଚାଇ ।